ଦୋଳ, ହୋଲି ପାଇଁ ଉତ୍ସବମୁଖର ଗାଁଠୁ ସହର: ଏକାଠି ହୋଇ ଫଗୁ ଖେଳିଲେଣି ଠାକୁର

ଭୁବନେଶ୍ୱର, ୮।୩(ବ୍ୟୁରୋ): ସୋମବାର ଦୋଳ, ମଙ୍ଗଳବାର ହୋଲି। ହେଲେ ଏବେଠୁ ଉତ୍ସବମୁଖର ହୋଇଉଠିଲାଣି ଗାଁଠୁ ସହର। ଇତିମଧ୍ୟରେ ଭୁବନେଶ୍ୱର ଓ ଉପକଣ୍ଠରେ କେତେକ ସ୍ଥାନରେ ମେଳଣ ଓ ଫଗୁ ଆରମ୍ଭ ହୋଇଯାଇଥିବାବେଳେ ଏକାଧିକ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ରଙ୍ଗଖେଳ ହେବ। ତେବେ ଅଧିକାଂଶ ସ୍ଥାନରେ ଠାକୁର ଏବେ ଘରକୁ ଘର ବୁଲି ଭୋଗ ଖାଉଥିବାବେଳେ ଦୋଳ ଓ ହୋଲିକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଭଜନକୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରା ଓ ମିନାବଜାରର ଆୟୋଜନ କରାଯାଇଛି।

ପଟିଆରେ ମେଳଣ ସହ ଅପେରା ପରିବେଷଣ
ଉତ୍ତର ଭୁବନେଶ୍ବର ଅଞ୍ଚଳର ପଟିଆଠାରେ ଗୁରୁବାରଠାରୁ ଫଗୁ ଦଶମୀ ଆରମ୍ଭ ହୋଇଛି। ସୋମବାର ଗ୍ରାମର ମେଳଣ ପଡ଼ିଆରେ ମେଲଣ ଉତ୍ସବ ଅନୁଷ୍ଠିତ ହେବ। ଠାକୁର ରାଧାମାଧବ ମେଳଣ ପଡ଼ିଆରେ ଭୋଗ ଖାଇବେ। ଲୋକଙ୍କ ମନୋରଞ୍ଜନ ପାଇଁ ମେଳଣ ପଡ଼ିଆରେ ଅପେରା ପାର୍ଟି ନାଟକ ମଞ୍ଚସ୍ଥ କରିବ। ଯାତ୍ରା ପଡ଼ିଆରେ ମିନାବଜାର ସହ ପିଲାଙ୍କ ପାଇଁ ଭଳିକି ଭଳି ଖେଳ ଭିନ୍ନ ଆକର୍ଷଣ ପାଲଟିବ।

ନୟାପଲ୍ଲୀରେ ହୋଲି ଦିନ ଲଉଡ଼ି ଖେଳ
ନୟାପଲ୍ଲୀ ବେହେରା ସାହିରେ ବେହେରା ପରିବାର ପକ୍ଷରୁ ଦୋଳ ଉତ୍ସବକୁ ପାରମ୍ପରିକ ଭାବେ ପାଳନ କରାଯିବ। ଲଉଡ଼ି ଖେଳ, ଶିଙ୍ଗା, ଘାଗୁଡ଼ି ଖେଳ ମଧ୍ୟରେ ବାଲୁଙ୍କେଶ୍ବର ମନ୍ଦିର ପୁଷ୍କରିଣୀରୁ କଳସରେ ପବିତ୍ର ଜଳ ଆସିବ। ଦୋଳପୂର୍ଣ୍ଣିମାରେ ଗାଈ ପୂଜନ କରାଯିବା ସହ ଗ୍ରାମର ରାଧାମୋହନ, ହରିଶଙ୍କରଙ୍କୁ ପାଲିଙ୍କିରେ ବସାଇ ଗ୍ରାମ ପରିକ୍ରମା କରାଯିବ। ଶେଷରେ ହୋଲି ଦିନ ଲଉଡ଼ି ଖେଳ, ଅବିର ପର୍ବ ଅନୁଷ୍ଠିତ ହେବ।

ଲକ୍ଷ୍ମୀସାଗରରେ ୬ ଗ୍ରାମର ବିଗ୍ରହ
ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଲକ୍ଷ୍ମୀସାଗର ଗ୍ରାମ ସହ ପଡ଼ୋଶୀ ଗ୍ରାମ ବଡ଼ଗଡ଼, ଝାରପଡ଼ା, ରସୁଲଗଡ଼, ବମିଖାଲ, କୋରଡ଼କଣ୍ଟାର ବିଗ୍ରହ ଏକାଠି ହେବେ। ଆସନ୍ତା ୧୪ ତାରିଖରେ ମେଳଣ ସହ ୬ ବିମାନରେ ଫଗୁ ଖେଳିବେ। ଏହି ଅବସରରେ ମେଳଣ ପଡ଼ିଆରେ ସଙ୍କୀର୍ତ୍ତନ ସଭା କରାଯିବ।

ଜାଗମରା, ଶ୍ୟାମପୁରରେ ଯାତ୍ରା ସହ ହରିହର ଭେଟ
ଜାଗମରା ଓ ଶ୍ୟାମପୁର ଅଞ୍ଚଳରେ ଠାକୁର ଗ୍ରାମ ପରିକ୍ରମା କରିବା ସହ ଭୋଗ ଖାଇଛନ୍ତି। ଏହି ଅବସରରେ ଉଭୟ ଅଞ୍ଚଳରେ ହରିହର ଭେଟ୍‌ ଅନୁଷ୍ଠିତ ହେଉଥିବାବେଳେ ଅପେରା ପାର୍ଟି ଯାତ୍ରା ପରିବେଷଣ କରିବେ। ଶନିବାର ଜାଗମରା ଓ ଆଖପାଖ ଗ୍ରାମ ସରକନ୍ତରା, ଆଇଗିଣିଆ, କୋଳଥିଆ, ଘାଟିକିଆ, ପୋଖରୀପୁଟ, ଡୁମଡୁମାର ଠାକୁରମାନେ ବିମାନରେ ଜାଗମରା ମେଳଣ ପଡିଆକୁ ଆସିବା ଆରମ୍ଭ କରିଛନ୍ତି। ରବିବାର ହରିହର ଭେଟ ଅନୁଷ୍ଠିତ ହେବ। ସେହିପରି ଶ୍ୟାମପୁରରେ ମେଳଣ ସହ ଫଗୁ ଖେଳ ଆରମ୍ଭ ହୋଇଛି। ଦଶମୀରୁ ଠାକୁର ଚାଚେରି ଭୋଗ ଖାଇବା ଆରମ୍ଭ କରିଥିବାବେଳେ ଏହା ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମେଳଣ ପଡ଼ିଆରେ ବିଗ୍ରହଙ୍କୁ ଭୋଗ ଲାଗି ସହ ହରିହର ଭେଟ କରାଯିବ। ପରେ ଗାଁ ଦାଣ୍ତରେ ପୁଣି ସବୁ ଠାକୁରଙ୍କୁ ଭୋଗ ହାଣ୍ଡି ସମର୍ପଣ କରାଯିବ। ସେହିଭଳି ତମାଣ୍ଡୋରେ ହୋଲି ଦିନ ଅବିର ଖେଳ ନ ଥିବାରୁ ସେଠାରେ ଦୋଳ ଉତ୍ସବରେ ଠାକୁରଙ୍କ ମେଳଣ ଓ ଅବିର ଖେଳ ସମ୍ପନ୍ନ ହେବ। ରାତିରେ ମେଳଣ ପଡ଼ିଆରେ ଅପେରା ପାର୍ଟିମାନେ ଯାତ୍ରା ପରିବେଷଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri