ଖୋର୍ଦ୍ଧାରୋଡ଼ ଡିଭିଜନର ମହିଳା ଦିବସ ଅଭିଯାନ: ମହିଳା କର୍ମଚାରୀଙ୍କ ଦ୍ୱାରା ଚାଲିଲା ଟ୍ରେନ୍‌

ଜଟଣୀ,୮।୩(ଡି.ଏନ.ଏ.): ମାର୍ଚ୍ଚ ୮ରେ ବିଶ୍ୱ ମହିଳା ଦିବସ। ଏହି ପରିପ୍ରେକ୍ଷୀରେ ମହିଳାଙ୍କୁ ସମ୍ମାନ ଜଣାଇ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ମାର୍ଚ୍ଚ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପାଳନ କରୁଛି। ଏଥିପାଇଁ ବିଶ୍ୱ ମହିଳା ଦିବସ ଅଭିଯାନ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ‘ନାରୀ ଓ ପୁରୁଷ ପରସ୍ପର ସମତୁଲ’ ଶୀର୍ଷକ ସ୍ଲୋଗାନ ଦେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏକ ସ୍ବତନ୍ତ୍ର ମାଲବାହୀ ଟ୍ରେନ୍‌ ଖୋର୍ଦ୍ଧାରୋଡ଼ରୁ ପଲାସା ପର୍ଯ୍ୟନ୍ତ ଶୁକ୍ରବାର ଚଳାଚଳ କରିଥିଲା, ଯାହାକୁ ସ୍ବତନ୍ତ୍ର ମହିଳା ମାଲବାହୀ ଟ୍ରେନ୍‌ କୁହାଯାଉଛି। ଏହି ଟ୍ରେନ୍‌ରେ ସମସ୍ତ କର୍ମଚାରୀ ତଥା ଲୋକୋ ପାଇଲଟ(ଡ୍ରାଇଭର), ଆସିଷ୍ଟାଣ୍ଟ ଲୋକୋ ପାଇଲଟ, ଗାର୍ଡ ସମସ୍ତେ ମହିଳା ଥିଲେ। ବିନା ପୁରୁଷରେ କେବଳ ଏହି ମହିଳା କର୍ମଚାରୀଙ୍କ ଦ୍ୱାରା ୬ ତାରିଖରେ ଖୋର୍ଦ୍ଧାରୋଡ଼ରୁ ପଲାସା ଓ ୭ ତାରିଖରେ ପଲାସାରୁ ଖୋର୍ଦ୍ଧାରୋଡ଼ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ କରିଥିଲା। ଏହି ଟ୍ରେନ୍‌ର ଲୋକୋ ପାଇଲଟ୍‌ ଥିଲେ ମୁନି ଟିଗ୍‌ଗା, ଆସିଷ୍ଟାଣ୍ଟ ଲୋକୋ ପାଇଲଟ ରାଜେଶ୍ୱରୀ ବିଶ୍ୱାଳ ଏବଂ ରେବତୀ ସିଂ ଥିଲେ ଗାର୍ଡ। ଲୋକୋ ପାଇଲଟ ଓ ଗାର୍ଡ ପଦବୀରେ କାର୍ଯ୍ୟ କରୁଥିବା ମହିଳା ରନିଂଷ୍ଟାଫଙ୍କ ପାଇଁ ରେଲୱେ ପକ୍ଷରୁ ବିଭିନ୍ନ ଷ୍ଟେଶନରେ ମହିଳା ରନିଂରୁମ୍‌ ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri