Posted inଖେଳ

ଦେବାଙ୍ଗ ଗାନ୍ଧୀଙ୍କୁ ଡ୍ରେସିଂରୁମ୍‌ରୁ ବାହାର କରିଦିଆଗଲା

କୋଲକାତା, ୨୭ା୧୨ (ପି.ଟି.)-ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧୀଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦୁର୍ନୀତି ନିରୋଧୀ ପ୍ରୋଟୋକଲ୍‌ ଭଙ୍ଗ କରିଥିବା କାରଣ ଦର୍ଶାଇ ତାଙ୍କୁ ବେଙ୍ଗଲ ରଣଜୀ ଟିମ୍‌ ଡ୍ରେସିଂ ରୁମ୍‌ରୁ ବିଦା କରିଦିଆଯାଇଥିଲା। ଗୁରୁବାର ଆନ୍ଧ୍ର-ବେଙ୍ଗଲ ରଣଜୀ ଟ୍ରଫି ମ୍ୟାଚର ଦ୍ୱିତୀୟ ଦିବସରେ ଏହି ଘଟଣା ଘଟିଛି। ଖରାପ ଆଲୁଅ ଯୋଗୁ ଖେଳ ଅଟକି ଥିବାବେଳେ ଗାନ୍ଧୀ ଡ୍ରେସିଂ ରୁମ୍‌ରେ ପ୍ରବେଶ କରି ଫିଜିଓଙ୍କୁ ଖୋଜିଥିଲେ। ପୂର୍ବତନ ଅଧିନାୟକ ମନୋଜ ତିଓ୍ବାରୀଙ୍କ ଅଭିଯୋଗକ୍ରମେ ବିସିସିଆଇର ଦୁର୍ନୀତି ନିରୋଧୀ ଅଫିସିଆଲ ସୋମେନ କର୍ମାକାର ଗାନ୍ଧୀଙ୍କୁ ଡ୍ରେସିଂରୁମ୍‌ ଛାଡ଼ି ଚାଲିଯିବା ଲାଗି କହିଥିଲେ। ଦୁର୍ନୀତି ନିରୋଧୀ ପ୍ରୋଟୋକଲ ଅନୁସାରେ ଡ୍ରେସିଂରୁମ୍‌ରେ କେବଳ ଖେଳାଳି ଏବଂ ସହାୟକ ଷ୍ଟାଫ୍‌ ଡ୍ରେସିଂ ରୁମ୍‌ରେ ଉପସ୍ଥିତ ରହିପାରିବେ। ଜଣେ ଜାତୀୟ ଚୟନକର୍ତ୍ତା ଅନଧିକାର ଡ୍ରେସିଂରେ ପ୍ରବେଶ କରିପାରିବେ ନାହିଁ। ଗାନ୍ଧୀ କହିଛନ୍ତି, ମୁଁ ପ୍ରତ୍ୟେକ ପ୍ରୋଟୋକଲ ଅନୁସରଣ କରିଛି। ଡ୍ରେସିଂରୁମ୍‌ରେ ପ୍ରବେଶ ପୂର୍ବରୁ ଦୁର୍ନୀତି ନିରୋଧୀ ଅଫିସିଆଲଙ୍କ ଅନୁମତି ନେଇଛି। ବେଙ୍ଗଲ କୋଚ୍‌ ଅରୁଣ ଲାଲ୍‌ ମୋର ପ୍ରଥମ ଅଧିନାୟକ ଥିଲେ ତାଙ୍କ ଆମନ୍ତ୍ରଣକ୍ରମେ ମୁଁ ଡ୍ରେସିଂ ରୁମ୍‌କୁ ଯାଇଥିଲି। ମେଡିକାଲ ରୁମ୍‌କୁ ଆସିବା ଲାଗି ମୁଁ ବେଙ୍ଗଲ ଫିଜିଓଙ୍କୁ କହିଥିଲି। ପୂର୍ବାଞ୍ଚଳ ଚୟନକର୍ତ୍ତା କହିଛନ୍ତି, ତିଓ୍ବାରୀ କେତୋଟି ରଣଜୀ ସିଜନ ତାଙ୍କ ଅଧୀନରେ ଖେଳିଛନ୍ତି। ସେ ଏଭଳି କିଛି କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ତାଙ୍କୁ ଦଳରୁ ବିଦାହେବାକୁ ପଡ଼ିଥିଲା। କିନ୍ତୁ ଏହାପଛରେ ମୋର କୌଣସି ହାତ ନ ଥିଲା। ମନୋଜ ବୋଧହୁଏ ପ୍ରତିଶୋଧ ପରାୟଣ ହୋଇ ଏପରି କରିଥାଇ ପାରନ୍ତି। କିନ୍ତୁ ତିଓ୍ବାରୀ ଯୁବ ଖେଳାଳିଙ୍କ ଲାଗି ଭଲ ପରମ୍ପରା ସୃଷ୍ଟି କଲେ ନାହିଁ। ଖବର ଅନୁସାରେ ଏବିଷୟ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ନିକଟରେ ରିପୋର୍ଟ କରାଯିବ। ସୂର୍ଯ୍ୟୋପରାଗ ପାଇଁ ଖରାପ ଆଲୋକ ଯୋଗୁ ପ୍ରଥମ ସେସନ ଖେଳ ଦୁଇଥର ସ୍ଥଗିତ ରଖିବାକୁ ପଡ଼ିଥିଲା। ବେଙ୍ଗଲର ପ୍ରଥମ ଇନିଂସ ୨୮୯ରେ ସୀମିତ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?