ଦେଖନହାରୀ ସାଜିଛେ ପରଶାସନ: ସୀମା ଟପୁଛେ ସାମାଜିକ ବାସଁଦ୍‌ର ଜାତ୍‌ନା

ବାମରା, ୧୫।୧ (ଡି.ଏନ୍‌.ଏ.)-ଝାଡ଼ଖଣ୍ଡ ସୀମଡ଼େଗା ଅଂଚଲରୁ ଆସି ଗଲା ୨୫ ବଛର ହେଲା ବାମରା ବ୍ଲକ କେସାଇବାହାଲରେ ରହୁଥିବାର ପୁସୁ ମାଝିକଁର ପରିବାର ସାମାଜିକ ବାସଁଦ୍‌ର ଶିକାର ହେଇଛନ୍‌। ଉନିଅଁା ଜାତିରେ ବିହା ହେଇଥିବାର ଘଟନାକେ ନେଇ ସମାଜର ଲୋକ୍‌ ପରିବାରକେ ବାସଁଦ୍‌ କରିଥିବାର ଜନାଯାଇଛେ। ଏନ୍‌ତାଥି ତାକର ଝି’ପୁଓ ବିହାଚୁରା ହେଇ ନାଇଁ ପାରବାର।
ସୂଚନା ହିସାବେ ପୁସୁ ଆଏଜ୍‌କେ ୩୦ ବଛର ତଲେ ଭୁକ୍ତା ଜାତିର ବଇଲି ମାଝିକୁଁ ବିହା ହେଇଥିଲେ। ସୀମଡ଼େଗା ଗୋଡ଼ ସମାଜ ତାକର ବିହାକେ ସୀକୁରତି ବି ଦେଇଥିଲା। ପଛେ କେସାଇବାହାଲ ଅଏଲା ଉତାରୁ ସେମାନେ ଥାନୀଅ ଉତ୍ତରଗଁା ଅଂଚଲିକ ଗୋଡ଼ ସମାଜ କମିଟିରେ ମିଶବାର ଲାଗି ଆବେଦନ କରିଥିଲେ। କମିଟି ଝାଡ଼ଖଣ୍ଡ ଗୋଡ଼ ସମାଜର ନିରଦେଶ ଅନ୍‌ସାରେ ୨୦୦୧ରେ ପୁସୁକଁରନୁ ୧୦ ହଜାର ଟଁକା ଜରିମାନା ନେଇ ଜାତିରେ ମିଶେଇଥିଲେ। ହେଲେ ଉପର ବାମଣ୍ଡା ଷ୍ଟେଟ କମିଟି, କୁଚିଣ୍ଡା ପରିଷଦ ଗଲା ୨୫ା୫ା୨୦୧୯ରେ ଗୁଟେ ବଇଠକ କରିଥିଲା। ବଇଠକ୍‌ରେ ବିଚାରକମାନେ ପୁସୁକୁଁ ଜାତିରୁ ବାସଁଦ୍‌ କରିଥିଲେ। ସେନ୍‌ତା ଇ ପରିବାରକେ ଜାତିରେ ମିଶେଇଥିବାର ଉତ୍ତରଗଁା ଆଂଚଲିକ କମିଟିର ନିଷ୍‌ପତିକେ ବେଆଇନ ବଲି କହିଥିଲେ। କମିଟିର ସଭାପତି ମିତ୍ରଭାନୁ ନାୟକ ଆର ସଂପାଦକ ଶଙ୍କର ପ୍ରସାଦ ନାୟକକୁଁ ୧୦ ହଜାର ଆର କମିଟିର ସବୁ ସଦସିଅକୁ ୧ ହଜାର ଟଁକା ଲେଖେଁ ଜରିମାନା କରିଥିଲେ। ଜରିମାନା ନାଇଁଦେଲେ ସଦସିଅମାନକୁ ସାମାଜିକ ବାସଁଦ୍‌ କରାଯିବା ବଲି ବିଚାରକମାନେ କହିଥିଲେ। ଇ ବାବ୍‌ଦେ ଉତ୍ତରଗଁା ଆଂଚଲିକ କମିଟି ସମ୍ବଲପୁର ଜିଲା ପରଶାସନ ଆର କୁଚିଣ୍ଡା ଉପଖଣ୍ଡ ପରଶାସନକେ ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ୨ା୧୨ା୨୦୧୯ରେ କୁଚିଣ୍ଡା ଉପଖଣ୍ଡ ପରଶାସନ ଚିଠି ସଂଖ୍ୟା ୭୪୧୦ ଜାରି କରିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ଆର ସାମାଜିକ ବାଛ୍‌ବିଚାରକେ ନଜରରେ ରଖି ପରଶାସନ ଇ ସବୁରୁ ଦୂରେଇ ରହିବାକେ ତାଗିଦ୍‌ କରିଥିଲା। ଅମାନତିଆ ହେଲେ ଆଇନ ହିସାବେ କଡ଼ା ପଦକ୍ଷେ ନିଆଯିବା ବଲି ଚିଠିରେ ଲେଖା ରହିଛେ। ହେଲେ ଇ ସବୁକେ ବେଖାତିର କରି ଉପର ବାମଣ୍ଡା ଷ୍ଟେଟ କମିଟି ଏଭେ ନିକ୍ତିମାଲ କେଁଦୁପତର ଫଡ଼ିରେ ଗୁଟେ ସଭା କରିଛେ। ୨୦ ଝନ୍‌କରନୁ ୧ ହଜାର ଟଁକା ଲେଖେଁ ଜରିମାନା ଆର ଭୁଜି ଲାଗି ୭ଶହ ଟଁକା ଲେଖେଁ ଅସୁଲ କରି ଜାତି କରିଥିବାର ଅଭିଯୋଗ ହେଇଛେ। ଇଆଡ଼େ ବିନା ପରମାନପତରରେ କାହାରି ବିହାଚୁରା ହେଇ ନାଇଁପାରେ ବଲି ଗୋଡ଼ ସମାଜରେ ରହିଥିବାର ନିୟମ ଲାଗି ପୁସୁକଁର ଝି’ପୁଓ ବିହାଚୁରା ହେଇ ନାଇଁପାରବାର। ଇ ବାବ୍‌ଦେ ପୁସୁ ଅନେକଥର ମହୁଲପାଲି ଥାନା, କୁଚିଣ୍ଡା ଉପଜିଲାପାଳ ଆର ସମ୍ବଲପୁର ଜିଲାପାଳକୁଁ ଅଭିଯୋଗ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ସେନ୍‌ତା ସୋଲବଗାର ଦେବକରଣ ମାଝିକୁଁ ବି ବିହା ଆଗ୍‌ରୁ ଉନିଅଁା ଜାତି ଝି’ର ସଂଗେ ପେମ୍‌ଭାବ ରଖିଥିବାର ଘଟନାକେ ନେଇ ବାସଁଦ୍‌ କରାଯାଇଛେ। ଇ ବାବ୍‌ଦେ ସାମାଜିକ କରମୀ ରବୀନ୍ଦ୍ର ନାୟକ କହିଛନ୍‌ ଯେ, ଉନିଅଁା ଜାତିରେ ବିହା ହେବାର ସବୁ ବଏସ୍‌କିଆ ଲୁକ୍‌କର ମାନବାଧିକାର ଆର ସାମ୍ବିଧାନିକ ଅଧିକାର। ହେଲେ ଉନିଅଁା ଜାତିରେ ବିହା ହେଲେ ବାସଁଦ୍‌ କରବାରଟା ସେମାନକର ମଉଲିକ ଅଧିକାରକେ ଛିନ୍‌ଲା ଲେଖେଁ ହେଉଛେ। ଅନେକ ଜାଗାରେ ସାମାଜିକ ବିଧିବେବସ୍‌ତା ନଁାରେ ଲୁକ୍‌କୁ ଶୋଷନ୍‌ କରାଯାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri