Posted inଖେଳ

ଦୃଢ଼ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ, ୬।୧- ସ୍ଥାନୀୟ ନ୍ୟୁଲାଣ୍ଡ୍ସଠାରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଦୃଢ଼ ସ୍ଥିତିରେ ରହିଛି। ଓପନର୍‌ ଡୋମିନିକ ସିବଲୀ (୮୫*) ଓ ଅଧିନାୟକ ଜୋ ରୁଟ୍‌ (୬୧)ଙ୍କ ଅର୍ଦ୍ଧଶତକ ବଳରେ ରବିବାର ୩ୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଇଂଲଣ୍ଡ ୨ୟ ଇନିଂସରେ ୪ ଉଇକେଟ୍‌ ହରାଇ ୨୧୮ ରନ ସଂଗ୍ରହ କରିଛି। ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍‌ କ୍ରାଉଲୀ ୨୫, ଜୋ ଡେନ୍‌ଲୀ ୩୧ ରନ କରିଥିବାବେଳେ ଡୋମିନିକ ବେସ୍‌ ଖାତା ଖୋଲି ପାରି ନ ଥିଲେ। ସିରିଜରେ ୧-୦ରେ ଅଗ୍ରଣୀ ରହିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନ୍‌ରିଚ ନର୍ଟେଜ ୨ଟି ଉଇକେଟ୍‌ ନେଇଛନ୍ତି। ପ୍ରଥମ ଇନିଂସରେ ୪୬ ରନରେ ଅଗ୍ରଣୀ ଲାଭ କରିଥିବା ଭ୍ରମଣକାରୀ ଇଂଲଣ୍ଡ ମୋଟ୍‌ ଉପରେ ୨୬୪ ରନରେ ଅଗ୍ରଣୀ ଲାଭ କରିଛି। ମ୍ୟାଚ୍‌ ଆଉ ୨ ଦିନ ବାକି ରହିଥିବାରୁ ଇଂଲଣ୍ଡ ବୃହତ୍‌ ସ୍କୋର କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ବଡ଼ ଟାର୍ଗେଟ୍‌ ରଖିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଇଂଲଣ୍ଡ ଓଲି ପୋପ୍‌ (୬୧), ବେନ୍‌ ଷ୍ଟୋକ୍ସ (୪୭) ଓ ରୁଟ୍‌ (୩୫)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ପ୍ରଥମ ଇନିଂସରେ ୨୬୯ ରନ କରିଥିଲା। ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ଓପନର୍‌ ଡିନ୍‌ ଏଲ୍‌ଗାର (୮୮) ଓ ରସି ଭାନ୍‌ ଡର୍‌ ଡୁସେନ (୬୮)ଙ୍କ ଅର୍ଦ୍ଧଶତକୀୟ ଇନିଂସରେ ବଳରେ ପ୍ରଥମ ଇନିଂସରେ ୨୨୩ ରନରେ ସୀମିତ ରହିଥିଲା। ସଫଳ ବୋଲର ଭାବେ ଜେମ୍ସ ଆଣ୍ଡରସନ ୫ ଉଇକେଟ୍‌ ସଫଳତା ପାଇଥିଲେ। ଟେଷ୍ଟରେ ଏହା ତାଙ୍କର ୨୮ତମ ୫ ଉଇକେଟ୍‌ ସଫଳତା ଥିଲା। ଏହିକ୍ରମରେ ସେ ସାର୍‌ ଇଆନ ବୋଥାମ ଓ ରବିଚନ୍ଦ୍ରନ ଅଶ୍ୱିନ (୨୭ଥର)ଙ୍କୁ ପଛରେ ପକାଇ ଦେଇଛନ୍ତି। ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥୟା ମୂରଲୀଧରନ ଶୀର୍ଷରେ ରହିଛନ୍ତି। ସେ ୧୩୩ ମ୍ୟାଚ୍‌ରୁ ସର୍ବାଧିକ ୬ଥର ୫ ଉଇକେଟ୍‌ ନେଇଛନ୍ତି। ଭାରତର ଅନିଲ କୁମ୍ବଲେ (୩୫ ଥର) ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri