ଦୁର୍ନୀତିରେ ବୁଡ଼ିରହିଛି ପାକ୍ସ

ଯାଜପୁର ଅଫିସ,୬।୪: ରାଜ୍ୟରେ ୨,୭୧୦ ପ୍ରାଥମିକ କୃଷି ସମବାୟ ସମିତି ବା ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ୍‌ ସୋସାଇଟି (ପାକ୍ସ) କାର୍ଯ୍ୟ କରୁଛି। ଏଥିରୁ ୧୫୬ ପାକ୍ସର ୧୬୦ ସମ୍ପାଦକ, ଭାରପ୍ରାପ୍ତ ସମ୍ପାଦକ, ପରିଚାଳନା ନିର୍ଦ୍ଦେଶକଙ୍କୁ ଆର୍ଥିକ ଅନିୟମିତତା, ଅର୍ଥ ତୋସରପାତ, ଧାନ କ୍ରୟରେ ଅନିୟମିତତା ଅଭିଯୋଗକୁ ନେଇ ନିଲମ୍ବନ କରାଯାଇଛି। ଏଥିରେ ବରଗଡ଼ ଜିଲାର ସର୍ବାଧିକ ୧୭ ଜଣ ରହିଛନ୍ତି। ଦେବଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲାରେ ଏହି ତାଲିକାରେ କେହିନାହାନ୍ତି। ନିଲମ୍ବିତ ହୋଇଥିବା ସମ୍ପାଦକଙ୍କ ମଧ୍ୟରୁ ୬ ଜଣଙ୍କୁ ଚାକିରିରୁ ବହିଷ୍କାର, ୧୯ ଜଣଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ଓ ୩୨ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଦ୍ୟ ଶେଷ ହୋଇଥିବା ବିଧାନସଭାର ବଜେଟ ଅଧିବେଶନରେ ବିଧାୟକ ମୁକେଶ ମହାଲିଙ୍ଗ ଓ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ମିଳିଛି। କିନ୍ତୁ ଯାଜପୁର ଜିଲା ମାର୍କଣ୍ଡପୁର ପାକ୍ସରେ ଧାନକିଣା ମହାଦୁର୍ନୀତିରେ ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ନାମ ଉପରୋକ୍ତ ତାଲିକାରେ ନ ରହିବା ନେଇ କ୍ଷୋଭ ପ୍ରକାଶ ପାଇଛି।
ଚାଷୀଙ୍କ ନାମ ପଞ୍ଜୀକରଣ, ସେମାନଙ୍କଠାରୁ ଧାନ କିଣିବା, ସେମାନଙ୍କ ପାଇଁ ଋଣ ଏବଂ କୃଷି ବୀମା ଆଦି ବ୍ୟବସ୍ଥା କରିବା ପାକ୍ସର କାର୍ଯ୍ୟ। କିନ୍ତୁ ପାକ୍ସଗୁଡ଼ିକରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀଙ୍କ ଦୁର୍ନୀତିଖୋର ମନୋଭାବ ଏବଂ ଅବହେଳା ଯୋଗୁ କୃଷି ବୀମା ଓ ଋଣ ଯୋଗାଣ ଆଦିରେ ବ୍ୟାପକ ହେରଫେର ହେଉଛି। ଏହି ଦୁର୍ନୀତିରେ ପ୍ରଭାବିତ ଚାଷୀକୁଳ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ ହେଁ ତଦନ୍ତ ନିର୍ଦ୍ଦେଶରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ଅଭିଯୋଗ ତୁଳନାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନର ଅଭାବ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଗଞ୍ଜାମ ଜିଲାରେ ୧୨ ଜଣ, ଗଜପତିରେ ୩, ମୟୂରଭଞ୍ଜରେ ୪, ସୁନ୍ଦରଗଡ଼ରେ ୪, ସମ୍ବଲପୁରରେ ୬, ଝାରସୁଗୁଡ଼ାରେ ୫, କେନ୍ଦୁଝରରେ ୮, ବୌଦ୍ଧରେ ୮, ଅନୁଗୋଳରେ ୨, ଖୋର୍ଦ୍ଧାରେ ୨, କଳାହାଣ୍ଡିରେ ୬, ନୂଆପଡ଼ାରେ ୩, ବଲାଙ୍ଗୀରରେ ୧୫, ସୁବର୍ଣ୍ଣପୁରରେ ୬, ଢେଙ୍କାନାଳରେ ୩, ଯାଜପୁରରେ ୨, ଜଗତ୍‌ସିଂହପୁରରେ ୭, କେନ୍ଦ୍ରାପଡ଼ାରେ ୮, ନବରଙ୍ଗପୁରରେ ୩, ମାଲକାନଗିରିରେ ୪, ପୁରୀରେ ୮, ନୟାଗଡ଼ରେ ୧୬, ବରଗଡ଼ରେ ୧୭, କଟକରେ ୧, ଭଦ୍ରକରେ ୨ ଏବଂ ବାଲେଶ୍ୱର ଜିଲାରେ ୪ କର୍ମଚାରୀ ରହିଛନ୍ତି। ଏହି ତାଲିକାକୁ ଅବଲୋକନ କଲେ ଆହୁରି ଅନେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ କଳେବଳେ କୌଶଳେ ଖସିଯାଇଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ମହିଶରା, ବନ୍ଦାଳୋ, ବ୍ରହ୍ମବରଦା, ରଖିଦେଇପୁର, କୋରେଇ ଆଦି ପାକ୍ସ କର୍ମଚାରୀଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି, ଯାହାର ତଦନ୍ତ ଦୀର୍ଘଦିନ ଧରି ଚାଲିଛି। ପାକ୍ସ, ଲାମ୍ପ୍‌ସ (ଲାର୍ଜ ଏରିଆ ମଲଟିପରପୋଜ କୋଅପରେଟିଭ ସୋସାଇଟି), ସମବାୟ ବ୍ୟାଙ୍କ ଇତ୍ୟାଦିରେ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ସମ୍ପାଦକ ଓ ଅନ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବହିଷ୍କାର ଏବଂ ଆବଶ୍ୟକସ୍ଥଳେ ଗିରଫ କରାଯିବାକୁ ନେଇ ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବରରେ ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକଙ୍କୁ ଓସିଏସ୍‌ ଆଇନ-୧୯୬୨ର ଧାରା ୩୩-ଏ(ବି) ଅନୁଯାୟୀ କ୍ଷମତା ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ଯାଜପୁର ଭାରପ୍ରାପ୍ତ ଏଆରସିଏସ୍‌ ଶରତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ମାର୍କଣ୍ଡପୁର ପାକ୍ସ ଦୁର୍ନୀତି ଅଭିଯୋଗ ମାମଲାରେ ଭାରପ୍ରାପ୍ତ ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି। ତେବେ କାହିଁକି ତାଲିକାରେ ତାହା ପ୍ରକାଶ ପାଇନାହିଁ ସେ ଜାଣିନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri