ଦୁର୍ଦ୍ଦିନରେ କଳିଙ୍ଗନଗର ନୀଳାଚନ ଇସ୍ପାତ କାରଖାନା : କଳିଙ୍ଗନଗର ମଜଦୁର ୟୁନିୟନର ପୁନରୁଉଦ୍ଧାର ଦାବି

କଳିଙ୍ଗନଗର,୨୬ା୮(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗରରେ ଥିବା ନୀଳାଚନ ଇସ୍ପାତ ନିଗମ ଲିମିଟେଡ୍‌ର (ଏନ୍‌ଆଇଏନ୍‌ଏଲ୍‌) ପୁନରୁଦ୍ଧାର ପାଇଁ କଳିଙ୍ଗନଗର ମଜଦୁର ୟୁନିୟନ ଦାବି କରିଛି। ରାଷ୍ଟ୍ରୀୟ ଇସ୍ପାତ୍ତ ନିଗମ ଲିମିଟେଡ୍‌(ଆର୍‌ଆଇଏନ୍‌ଏଲ୍‌) ଏବଂ ଷ୍ଟିଲ ଅଥୋରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଓ ଓମ୍‌ସି (ଓଡ଼ିଶା ଖଣି ନିଗମ) ସହିତ ମିଶ୍ରଣ କରିବାକୁ ରବିବାର ବ୍ୟାସନଗର ସହରସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ୟୁନିୟନ ପକ୍ଷରୁ ଦାବି କରାଯାଇଛି। ଏଥିରେ ୟୁନିୟନର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ କହିଥିଲେ ଯେ, ସରକାର ୨୦୨୫ ସୁଦ୍ଧା ୩ଶହ ମିଲିୟନ ଟନ୍‌ ଷ୍ଟିଲ ଉପତ୍ାଦନ କରିବାକୁ ଯୋଜନା କରିଛନ୍ତି। ଏହି କ୍ରମରେ ଓଡ଼ିଶାରୁ ୧ଶହ ମିଲିୟନ ଟନ୍‌ ଷ୍ଟିଲ ଉପତ୍ାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ଏମ୍‌ଟିସିର() ୪୯.୭୮ ପ୍ରତିଶତ ଅଂଶଧନ ଏବଂ ରାଜ୍ୟ ସରକାରଙ୍କର ଉଦ୍ୟୋଗ ଏମ୍‌ସି ଓ ଇପିକଲର ୩୨ ପ୍ରତିଶତ ଅଂଶଧନ ସହାୟତାରେ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହି କାରଖାନା ଏବେ ରୁଗ୍‌ଣ ଅବସ୍ଥା ଦେଇ ଗତି କରୁଛି। ଏହି କାରଖାନା ୨୦୦୨ରୁ ପିଗ୍‌ ଆଇରନ, କୋକ, ସାର ଏବଂ ବିଦ୍ୟୁତ୍‌ ଉପତ୍ାଦନ କରୁଥିବା ବେଳେ ଏବେ ୧.୧ ନିୟୁତ ଟନ୍‌ ଷ୍ଟିଲ ଉପତ୍ାଦନ ଆରମ୍ଭ କରିଛି। ନୀଳାଚଳ ଇସ୍ପାତ ନିଗମ ନିକଟରେ ୨୫ଶହ ଏକର ଜମି ଏବଂ ନିଜସ୍ବ ୮୭୪ ହେକ୍ଟର ଲୌହ ଖଣି ଥିବା ବେଳେ ପ୍ରଶାସନିକ ଉଦାସୀନତା ଏବଂ ଆବଶ୍ୟକ ପୁଞ୍ଜି ଲଗାଣ ହୋଇ ନ ପାରିବାରୁ ଏହା ଏବେ କ୍ଷତିରେ ଚାଲୁଛି। ସରକାର ଚାହିଁଲେ ନୀଳାଚଳ ଇସ୍ପାତ ନିଗମ ନିକଟରେ ଥିବା ଜମି ଏବଂ ଖଣିକୁ ବ୍ୟବହାର କରି ବାର୍ଷିକ ୬ରୁ ୧୨ ମିଲିୟନ ଟନ୍‌ ଇସ୍ପାତ ନିର୍ମାଣ ହୋଇପାରନ୍ତା। ମାତ୍ର ଏହାର ମୁଖ୍ୟ ଅଂଶୀଦାର ଥିବା ଏମ୍‌ଏମ୍‌ଟିସି ଏହି କାରଖାନାର କ୍ରୟ ଓ ବିକ୍ରୟ ଉପରେ ୩.୩ ପ୍ରତିଶତ ଲାଭାଂଶ ନେଉଛି। କିନ୍ତୁ କାରଖାନାର ସମ୍ପ୍ରସାରଣ ଦିଗରେ କୌଣସି ପଦକ୍ଷପ ନେଉନାହିଁ। ଅଦ୍ୟାବଧି ଏମ୍‌ଏମ୍‌ଟିସି ଯେତିକି ପୁଞ୍ଜି ବିନିଯୋଗ କରିଥିଲା ତାଠାରୁ ଅଧିକ ଅର୍ଥ ପ୍ରାୟ ୧୭ଶହ କୋଟି ଏହାର ବିକ୍ରି ଓ ଖର୍ଦିରୁ ପାଇଥିବା ୩.୩ ପ୍ରତିଶତ ଲାଭାଂଶରୁ ଉଠାଇସାରିଲାଣି। ତେଣୁ ନିଜ ଅଂସଧନ ପରିମାଣର ଅର୍ଥ ପାଇ ସାରିବା ପରେ କାରଖାନାର ହାନି ଲାଭ କଥା କିମ୍ବା କର୍ମଚାରୀଙ୍କ ଭବିଷ୍ୟତ କଥା ଚିନ୍ତା ନ କରି ନୀଳାଚଳ ଇସ୍ପାତ ନିଗମରୁ ଏମଏମଟିସି ନିଜର ପୁଞ୍ଜି ପ୍ରତ୍ୟାହର କରିବା ପାଇଁ ନିସ୍ପତ୍ତି ନେଇଛି। ବର୍ତ୍ତମାନ ଏହି କାରଖାନାର ବ୍ଲାଷ୍ଟ ଫର୍ନେସ ଓ ଷ୍ଟିଲ ମେଲଟିଂ ଉପରେ ଉପତ୍ାଦନ ସମ୍ପୃର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ କୋଇଲା ଅଭାବରୁ ଜଟିଳ ସ୍ଥିତି ଦେଇ ଗତି କରୁଛି। ପାୱାର ପ୍ଲାଣ୍ଟ ଏବଂ କୋକୋଭେନ ଯେକୌଣସି ସମୟରେ ବନ୍ଦ ହେବାର ସମ୍ଭାବନା ରହିଛି। କୋକୋଭେନ ପ୍ଲାଣ୍ଟ ବନ୍ଦହେଲେ ପୁଣି କାର୍ଯ୍ୟକ୍ଷମ ହେବାକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିବ ଏବଂ କାର୍ଯ୍ୟକ୍ଷମ ପାଇଁ ୫ଶହ କୋଟି ଟଙ୍କା ଆବଶ୍ୟକ ପଡିଥାଏ। ଫଳରେ କାରଖାନାର ପ୍ରାୟ ୫ ହଜାର ଶ୍ରମିକ ଓ ଜୀବନଜୀବିକା ସଙ୍କଟରେ ପଡିବା ସମ୍ଭାବନା ରହିଛି। ତେଣୁ ଏହି ଦୃଷ୍ଟରୁ ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ଇସ୍ପାତ ମନ୍ତ୍ରାଳୟ ହସ୍ତକ୍ଷେପ କରିବା, ଏମ୍‌ଏମ୍‌ଟିସିର କ୍ରୟ ଏବଂ ବିକ୍ରୟ ଉପରେ ୩.୩ ପ୍ରତିଶତ ଲାଭାଂସ ନେବା ତୁରନ୍ତ ବନ୍ଦ କରିବା, ବର୍ତ୍ତମାନ ସମୟରେ ନୀଳାଚଳ ଈସ୍ପାତ ର ଉପତ୍ାଦନ ପଦାର୍ଥ ବିକ୍ରୟ ଲାଭାଂଶ ଅର୍ଥକୁ ନୀଳାଚଳ ଇସ୍ପାତ ପରିଚାଳନା ପାଇଁ ନୀଳାଚଳ କର୍ତ୍ତୃପକ୍ଷଙ୍କୁ ପ୍ରଦାନ, ପାରାଦୀପ ପୋର୍ଟରେ ଏମ୍‌ଏମ୍‌ଟିସିର ଗଛିତ ରଖିଥିବା ଅଷ୍ଟ୍ରେଲିଆନ କୋଲକୁ ତୁରନ୍ତ ଏନଆଇଏନଏଲ୍‌ ପରିସରକୁ ଆଣିବା, ଆବଶ୍ୟକ ପୁଞ୍ଜି ଲଗାଣ ପାଇଁ ସେଲ ଓ ଓଏମ୍‌ସି କୁ ସରକାରଙ୍କ ତରଫରୁ ତୁରନ୍ତ ନିର୍ଦ୍ଦେଶ, ନୀଳାଚଳର ବନ୍ଦରହିଥିବା ସମସ୍ତ ୟୁନିଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ୟୁନିୟନ ଦାବି କରିଛି। ଏହି ସମ୍ମିଳନୀରେ କଳିଙ୍ଗନଗର ମଜଦୁର ୟୁନିୟନର ସଭାପତି ଆଜାହର ଅହମଦ ଖାଁ, ନୀଳାଚଳ ଶାଖା ସମ୍ପାଦକ ବିଷ୍ଣୁ ବିଶ୍ୱାଳ, ସହସମ୍ପାଦକ ଅଭିରାମ ଦାସଙ୍କ ସହିତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?