ଦୁର୍ଦ୍ଦିନରେ କଳିଙ୍ଗନଗର ନୀଳାଚନ ଇସ୍ପାତ କାରଖାନା : କଳିଙ୍ଗନଗର ମଜଦୁର ୟୁନିୟନର ପୁନରୁଉଦ୍ଧାର ଦାବି

କଳିଙ୍ଗନଗର,୨୬ା୮(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗରରେ ଥିବା ନୀଳାଚନ ଇସ୍ପାତ ନିଗମ ଲିମିଟେଡ୍‌ର (ଏନ୍‌ଆଇଏନ୍‌ଏଲ୍‌) ପୁନରୁଦ୍ଧାର ପାଇଁ କଳିଙ୍ଗନଗର ମଜଦୁର ୟୁନିୟନ ଦାବି କରିଛି। ରାଷ୍ଟ୍ରୀୟ ଇସ୍ପାତ୍ତ ନିଗମ ଲିମିଟେଡ୍‌(ଆର୍‌ଆଇଏନ୍‌ଏଲ୍‌) ଏବଂ ଷ୍ଟିଲ ଅଥୋରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଓ ଓମ୍‌ସି (ଓଡ଼ିଶା ଖଣି ନିଗମ) ସହିତ ମିଶ୍ରଣ କରିବାକୁ ରବିବାର ବ୍ୟାସନଗର ସହରସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ୟୁନିୟନ ପକ୍ଷରୁ ଦାବି କରାଯାଇଛି। ଏଥିରେ ୟୁନିୟନର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ କହିଥିଲେ ଯେ, ସରକାର ୨୦୨୫ ସୁଦ୍ଧା ୩ଶହ ମିଲିୟନ ଟନ୍‌ ଷ୍ଟିଲ ଉପତ୍ାଦନ କରିବାକୁ ଯୋଜନା କରିଛନ୍ତି। ଏହି କ୍ରମରେ ଓଡ଼ିଶାରୁ ୧ଶହ ମିଲିୟନ ଟନ୍‌ ଷ୍ଟିଲ ଉପତ୍ାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ଏମ୍‌ଟିସିର() ୪୯.୭୮ ପ୍ରତିଶତ ଅଂଶଧନ ଏବଂ ରାଜ୍ୟ ସରକାରଙ୍କର ଉଦ୍ୟୋଗ ଏମ୍‌ସି ଓ ଇପିକଲର ୩୨ ପ୍ରତିଶତ ଅଂଶଧନ ସହାୟତାରେ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହି କାରଖାନା ଏବେ ରୁଗ୍‌ଣ ଅବସ୍ଥା ଦେଇ ଗତି କରୁଛି। ଏହି କାରଖାନା ୨୦୦୨ରୁ ପିଗ୍‌ ଆଇରନ, କୋକ, ସାର ଏବଂ ବିଦ୍ୟୁତ୍‌ ଉପତ୍ାଦନ କରୁଥିବା ବେଳେ ଏବେ ୧.୧ ନିୟୁତ ଟନ୍‌ ଷ୍ଟିଲ ଉପତ୍ାଦନ ଆରମ୍ଭ କରିଛି। ନୀଳାଚଳ ଇସ୍ପାତ ନିଗମ ନିକଟରେ ୨୫ଶହ ଏକର ଜମି ଏବଂ ନିଜସ୍ବ ୮୭୪ ହେକ୍ଟର ଲୌହ ଖଣି ଥିବା ବେଳେ ପ୍ରଶାସନିକ ଉଦାସୀନତା ଏବଂ ଆବଶ୍ୟକ ପୁଞ୍ଜି ଲଗାଣ ହୋଇ ନ ପାରିବାରୁ ଏହା ଏବେ କ୍ଷତିରେ ଚାଲୁଛି। ସରକାର ଚାହିଁଲେ ନୀଳାଚଳ ଇସ୍ପାତ ନିଗମ ନିକଟରେ ଥିବା ଜମି ଏବଂ ଖଣିକୁ ବ୍ୟବହାର କରି ବାର୍ଷିକ ୬ରୁ ୧୨ ମିଲିୟନ ଟନ୍‌ ଇସ୍ପାତ ନିର୍ମାଣ ହୋଇପାରନ୍ତା। ମାତ୍ର ଏହାର ମୁଖ୍ୟ ଅଂଶୀଦାର ଥିବା ଏମ୍‌ଏମ୍‌ଟିସି ଏହି କାରଖାନାର କ୍ରୟ ଓ ବିକ୍ରୟ ଉପରେ ୩.୩ ପ୍ରତିଶତ ଲାଭାଂଶ ନେଉଛି। କିନ୍ତୁ କାରଖାନାର ସମ୍ପ୍ରସାରଣ ଦିଗରେ କୌଣସି ପଦକ୍ଷପ ନେଉନାହିଁ। ଅଦ୍ୟାବଧି ଏମ୍‌ଏମ୍‌ଟିସି ଯେତିକି ପୁଞ୍ଜି ବିନିଯୋଗ କରିଥିଲା ତାଠାରୁ ଅଧିକ ଅର୍ଥ ପ୍ରାୟ ୧୭ଶହ କୋଟି ଏହାର ବିକ୍ରି ଓ ଖର୍ଦିରୁ ପାଇଥିବା ୩.୩ ପ୍ରତିଶତ ଲାଭାଂଶରୁ ଉଠାଇସାରିଲାଣି। ତେଣୁ ନିଜ ଅଂସଧନ ପରିମାଣର ଅର୍ଥ ପାଇ ସାରିବା ପରେ କାରଖାନାର ହାନି ଲାଭ କଥା କିମ୍ବା କର୍ମଚାରୀଙ୍କ ଭବିଷ୍ୟତ କଥା ଚିନ୍ତା ନ କରି ନୀଳାଚଳ ଇସ୍ପାତ ନିଗମରୁ ଏମଏମଟିସି ନିଜର ପୁଞ୍ଜି ପ୍ରତ୍ୟାହର କରିବା ପାଇଁ ନିସ୍ପତ୍ତି ନେଇଛି। ବର୍ତ୍ତମାନ ଏହି କାରଖାନାର ବ୍ଲାଷ୍ଟ ଫର୍ନେସ ଓ ଷ୍ଟିଲ ମେଲଟିଂ ଉପରେ ଉପତ୍ାଦନ ସମ୍ପୃର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ କୋଇଲା ଅଭାବରୁ ଜଟିଳ ସ୍ଥିତି ଦେଇ ଗତି କରୁଛି। ପାୱାର ପ୍ଲାଣ୍ଟ ଏବଂ କୋକୋଭେନ ଯେକୌଣସି ସମୟରେ ବନ୍ଦ ହେବାର ସମ୍ଭାବନା ରହିଛି। କୋକୋଭେନ ପ୍ଲାଣ୍ଟ ବନ୍ଦହେଲେ ପୁଣି କାର୍ଯ୍ୟକ୍ଷମ ହେବାକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିବ ଏବଂ କାର୍ଯ୍ୟକ୍ଷମ ପାଇଁ ୫ଶହ କୋଟି ଟଙ୍କା ଆବଶ୍ୟକ ପଡିଥାଏ। ଫଳରେ କାରଖାନାର ପ୍ରାୟ ୫ ହଜାର ଶ୍ରମିକ ଓ ଜୀବନଜୀବିକା ସଙ୍କଟରେ ପଡିବା ସମ୍ଭାବନା ରହିଛି। ତେଣୁ ଏହି ଦୃଷ୍ଟରୁ ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ଇସ୍ପାତ ମନ୍ତ୍ରାଳୟ ହସ୍ତକ୍ଷେପ କରିବା, ଏମ୍‌ଏମ୍‌ଟିସିର କ୍ରୟ ଏବଂ ବିକ୍ରୟ ଉପରେ ୩.୩ ପ୍ରତିଶତ ଲାଭାଂସ ନେବା ତୁରନ୍ତ ବନ୍ଦ କରିବା, ବର୍ତ୍ତମାନ ସମୟରେ ନୀଳାଚଳ ଈସ୍ପାତ ର ଉପତ୍ାଦନ ପଦାର୍ଥ ବିକ୍ରୟ ଲାଭାଂଶ ଅର୍ଥକୁ ନୀଳାଚଳ ଇସ୍ପାତ ପରିଚାଳନା ପାଇଁ ନୀଳାଚଳ କର୍ତ୍ତୃପକ୍ଷଙ୍କୁ ପ୍ରଦାନ, ପାରାଦୀପ ପୋର୍ଟରେ ଏମ୍‌ଏମ୍‌ଟିସିର ଗଛିତ ରଖିଥିବା ଅଷ୍ଟ୍ରେଲିଆନ କୋଲକୁ ତୁରନ୍ତ ଏନଆଇଏନଏଲ୍‌ ପରିସରକୁ ଆଣିବା, ଆବଶ୍ୟକ ପୁଞ୍ଜି ଲଗାଣ ପାଇଁ ସେଲ ଓ ଓଏମ୍‌ସି କୁ ସରକାରଙ୍କ ତରଫରୁ ତୁରନ୍ତ ନିର୍ଦ୍ଦେଶ, ନୀଳାଚଳର ବନ୍ଦରହିଥିବା ସମସ୍ତ ୟୁନିଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ୟୁନିୟନ ଦାବି କରିଛି। ଏହି ସମ୍ମିଳନୀରେ କଳିଙ୍ଗନଗର ମଜଦୁର ୟୁନିୟନର ସଭାପତି ଆଜାହର ଅହମଦ ଖାଁ, ନୀଳାଚଳ ଶାଖା ସମ୍ପାଦକ ବିଷ୍ଣୁ ବିଶ୍ୱାଳ, ସହସମ୍ପାଦକ ଅଭିରାମ ଦାସଙ୍କ ସହିତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri