ଦୁର୍ଘଟଣାପ୍ରବଣ ସ୍ଥାନରେ ଲାଗିବ ସିସିଟିଭି

କଳିଙ୍ଗନଗର, ୨୭ା୯(ଡି.ଏନ୍‌.ଏ.)- ଯାଜପୁର କ୍ଲଷ୍ଟର ଡେଭଲପ୍‌ମେଣ୍ଟ ଲିମିଟେଡ (ଜେସିଡିଏଲ୍‌) ପକ୍ଷରୁ ଗୁରୁବାର ଯାଜପୁର କ୍ଲଷ୍ଟର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ଥା ଓ ଛକଗୁଡିକରେ ସିିସି କ୍ୟାମେରା, ଆଲୋକୀକରଣ, ଦୁର୍ଘଟଣା ଜନିତ ସ୍ଥାନରେ ସ୍ପିଡ ବ୍ରେକର ଏବଂ ଗ୍ଲୋ ସାଇନ ଟ୍ରାଫିକ ନିୟାମାବଳୀ ୧୫ ଦିନ ମଧ୍ୟରେ ଲାଗୁ କରିବା ବୈଠକରେ ନଷ୍ପତ୍ତି ପ୍ରକାଶ ପାଇଛି। ବିଶେଷକରି ଦୁଇ ଥାନା ଅଧୀନରେ ପୂର୍ବରୁ ଚିହ୍ନଟ ହୋଇଥିବା ଦୁର୍ଘଟଣା ପ୍ରବଣ ସ୍ଥାନ ଯଥା ଡୁବୁରୀ ଛକ, ଡୁବୁରୀ ଡାକ୍ତରଖାନା ଛକ, ସିଆରିଆ, ଟାଟା କାରଖାନା ମୁଖ୍ୟ ଫାଟକ, ଜିନ୍ଦଲ କାରଖାନା ମୁଖ୍ୟ ଫାଟକ, ରାବଣା, ଭିସା ଷ୍ଟିଲ, ବିଆର୍‌ପିଏଲ୍‌, ମନୋହରପୁର, ମାନପୁର, ବାଘବାହାଳିବଙ୍ଗଳା ଛକ ଆଦି ସ୍ଥାନରେ ୩୬ଟି ନାଇଟ ଭିଜନ୍‌ ସିସି କ୍ୟାମେରା ଏବଂ ହାଇମାଷ୍ଟ ଲାଇଟ୍‌ ଲଗାଇବା ପାଇଁ ସ୍ଥିର କରାଯାଇଛି। ଏହାର ଦାୟିତ୍ୱ ଜେସିଡିଏଲ୍‌କୁ ଦିଆଯିବା ସହ ସମସ୍ତ କାରଖାନା ପକ୍ଷରୁ ଆବଶ୍ୟକୀୟ ଅର୍ଥ ଜେସିଡିଏଲ୍‌କୁ ପ୍ରଦାନ କରିବା ପାଇଁ ସମସ୍ତ ପଦାଧିକାରୀ ସ୍ବୀକୃତି ପ୍ରଦାନ କରିଛନ୍ତି। ତେବେ ୫ା୧୨ା୧୮ ଜେସିଡିଏଲ କାର୍ଯ୍ୟାଳୟ ଏବଂ ୧୭ା୧ା୧୯ ରେ ନୀଳାଞ୍ଚଳ କାରଖାନାରେ ଦୁଇ ଦୁଇ ଥର ବୈଠକ ବସିଥିଲା। ହେଲେ କାରଖାନା କର୍ତ୍ତୃପକ୍ଷଙ୍କ ଅସହଯୋଗ ମନୋଭାବ ଯୋଗୁ ସେତେବେଳେ ଦିଆଯାଇଥିବା ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ ହୋଇପାରି ନାହଁି। ଏ ନେଇ ଜେସିଡିଏଲ୍‌ ସମ୍ପାଦକ ସନ୍ତୋଷ କୁମାରଙ୍କୁ ପଚାରିବାରୁ, ପୂର୍ବରୁ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କାରଖାନା କର୍ତ୍ତୃପକ୍ଷଙ୍କ ସେତେଟା ସମର୍ଥନ ନ ମିଳିବାରୁ ତାହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜେସିଡିଏଲର ସମ୍ପାଦକ ସନ୍ତୋଷ କୁମାର ଦାସ, ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ଭିସା ଷ୍ଟିଲ ମାନବସମ୍ବଳ ବିଭାଗ ମୁଖ୍ୟ ଚିରଞ୍ଜୀବୀ ଅଗ୍ରଓ୍ବାଲ, ବିନୋଦ କୁମାର ଦ୍ୱିବେଦୀ, ନୀଳାଚଳ ନିଗମ ସୁରକ୍ଷା ଏବଂ ନିରାପତ୍ତା ବିଭାଗ ମୁଖ୍ୟ ସ୍ବାଧୀନ ପଣ୍ଡା, ଟାଟାଷ୍ଟିଲ୍‌ର ଜୀବନ ଉପାଧ୍ୟାୟ, ବ୍ରହ୍ମାନନ୍ଦ ସାହୁ, ସୁଶୀଲ କୁମାର ଦାସ, ଦେବାଶିଷ ଦାଶ, ଜିନ୍ଦଲ ଷ୍ଟିଲ କାରଖାନା ସୁରକ୍ଷା ବିଭାଗ ମୁଖ୍ୟ ଭି.ଏସ୍‌ ତିଓ୍ବାରୀ, ମେସ୍କୋ ଷ୍ଟିଲ୍‌ ମାନବସମ୍ବଳ ବିଭାଗର ଏସ୍‌ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri