ଦୁର୍ଘଟଣାପ୍ରବଣ ସ୍ଥାନରେ ଲାଗିବ ସିସିଟିଭି

କଳିଙ୍ଗନଗର, ୨୭ା୯(ଡି.ଏନ୍‌.ଏ.)- ଯାଜପୁର କ୍ଲଷ୍ଟର ଡେଭଲପ୍‌ମେଣ୍ଟ ଲିମିଟେଡ (ଜେସିଡିଏଲ୍‌) ପକ୍ଷରୁ ଗୁରୁବାର ଯାଜପୁର କ୍ଲଷ୍ଟର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏଥିରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ଥା ଓ ଛକଗୁଡିକରେ ସିିସି କ୍ୟାମେରା, ଆଲୋକୀକରଣ, ଦୁର୍ଘଟଣା ଜନିତ ସ୍ଥାନରେ ସ୍ପିଡ ବ୍ରେକର ଏବଂ ଗ୍ଲୋ ସାଇନ ଟ୍ରାଫିକ ନିୟାମାବଳୀ ୧୫ ଦିନ ମଧ୍ୟରେ ଲାଗୁ କରିବା ବୈଠକରେ ନଷ୍ପତ୍ତି ପ୍ରକାଶ ପାଇଛି। ବିଶେଷକରି ଦୁଇ ଥାନା ଅଧୀନରେ ପୂର୍ବରୁ ଚିହ୍ନଟ ହୋଇଥିବା ଦୁର୍ଘଟଣା ପ୍ରବଣ ସ୍ଥାନ ଯଥା ଡୁବୁରୀ ଛକ, ଡୁବୁରୀ ଡାକ୍ତରଖାନା ଛକ, ସିଆରିଆ, ଟାଟା କାରଖାନା ମୁଖ୍ୟ ଫାଟକ, ଜିନ୍ଦଲ କାରଖାନା ମୁଖ୍ୟ ଫାଟକ, ରାବଣା, ଭିସା ଷ୍ଟିଲ, ବିଆର୍‌ପିଏଲ୍‌, ମନୋହରପୁର, ମାନପୁର, ବାଘବାହାଳିବଙ୍ଗଳା ଛକ ଆଦି ସ୍ଥାନରେ ୩୬ଟି ନାଇଟ ଭିଜନ୍‌ ସିସି କ୍ୟାମେରା ଏବଂ ହାଇମାଷ୍ଟ ଲାଇଟ୍‌ ଲଗାଇବା ପାଇଁ ସ୍ଥିର କରାଯାଇଛି। ଏହାର ଦାୟିତ୍ୱ ଜେସିଡିଏଲ୍‌କୁ ଦିଆଯିବା ସହ ସମସ୍ତ କାରଖାନା ପକ୍ଷରୁ ଆବଶ୍ୟକୀୟ ଅର୍ଥ ଜେସିଡିଏଲ୍‌କୁ ପ୍ରଦାନ କରିବା ପାଇଁ ସମସ୍ତ ପଦାଧିକାରୀ ସ୍ବୀକୃତି ପ୍ରଦାନ କରିଛନ୍ତି। ତେବେ ୫ା୧୨ା୧୮ ଜେସିଡିଏଲ କାର୍ଯ୍ୟାଳୟ ଏବଂ ୧୭ା୧ା୧୯ ରେ ନୀଳାଞ୍ଚଳ କାରଖାନାରେ ଦୁଇ ଦୁଇ ଥର ବୈଠକ ବସିଥିଲା। ହେଲେ କାରଖାନା କର୍ତ୍ତୃପକ୍ଷଙ୍କ ଅସହଯୋଗ ମନୋଭାବ ଯୋଗୁ ସେତେବେଳେ ଦିଆଯାଇଥିବା ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ ହୋଇପାରି ନାହଁି। ଏ ନେଇ ଜେସିଡିଏଲ୍‌ ସମ୍ପାଦକ ସନ୍ତୋଷ କୁମାରଙ୍କୁ ପଚାରିବାରୁ, ପୂର୍ବରୁ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କାରଖାନା କର୍ତ୍ତୃପକ୍ଷଙ୍କ ସେତେଟା ସମର୍ଥନ ନ ମିଳିବାରୁ ତାହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜେସିଡିଏଲର ସମ୍ପାଦକ ସନ୍ତୋଷ କୁମାର ଦାସ, ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ଭିସା ଷ୍ଟିଲ ମାନବସମ୍ବଳ ବିଭାଗ ମୁଖ୍ୟ ଚିରଞ୍ଜୀବୀ ଅଗ୍ରଓ୍ବାଲ, ବିନୋଦ କୁମାର ଦ୍ୱିବେଦୀ, ନୀଳାଚଳ ନିଗମ ସୁରକ୍ଷା ଏବଂ ନିରାପତ୍ତା ବିଭାଗ ମୁଖ୍ୟ ସ୍ବାଧୀନ ପଣ୍ଡା, ଟାଟାଷ୍ଟିଲ୍‌ର ଜୀବନ ଉପାଧ୍ୟାୟ, ବ୍ରହ୍ମାନନ୍ଦ ସାହୁ, ସୁଶୀଲ କୁମାର ଦାସ, ଦେବାଶିଷ ଦାଶ, ଜିନ୍ଦଲ ଷ୍ଟିଲ କାରଖାନା ସୁରକ୍ଷା ବିଭାଗ ମୁଖ୍ୟ ଭି.ଏସ୍‌ ତିଓ୍ବାରୀ, ମେସ୍କୋ ଷ୍ଟିଲ୍‌ ମାନବସମ୍ବଳ ବିଭାଗର ଏସ୍‌ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri