Posted inଫୁରସତ

ଦୁଇ ମାସ ଶୋଉଥିବା ଝିଅ

କିମ୍ବଦନ୍ତୀ କହେ କୁମ୍ଭକର୍ଣ୍ଣ ୬ ମାସ ଶୋଉଥିଲେ। ତେବେ ବାସ୍ତବ ଜୀବନରେ କ’ଣ ଏମିତି ଘଟେ? ହଁ ଘଟିଥାଏ। କଲମ୍ବିଆର ଆକାସିଆସ୍‌ ସହରରେ ରହୁଥିବା ୧୭ ବର୍ଷୀୟା ଶାରିକା ତୋଭାରଙ୍କ ଜୀବନରେ ଏହା ଘଟୁଛି। ମାତ୍ର ୨ ବର୍ଷ ବୟସର ହୋଇଥିବା ସମୟରୁ ସେ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯାହା ‘ସ୍ଲିପିଂ ବ୍ୟୁଟି’ ନାମରେ ପରିଚିତ। ଏହା ଏକ ଅତି ବିରଳ ଘଟଣା। ଆଜି ପର୍ଯ୍ୟନ୍ତ ସାରା ପୃଥିବୀରେ ମାତ୍ର ୪୦ଟି ଏଭଳି ଘଟଣା ଦେଖିବାକୁ ମିଳିଛି। ଶାରିକା ହାଇପରସୋମ୍ନିଆ ବା ଗାଢ ନିଦ୍ରାରେ ୨ ମାସ ପର୍ଯ୍ୟନ୍ତ ରହନ୍ତି। ଏହି ସମୟରେ ତାଙ୍କ ମା’ ମାର୍ଲେନୀ ଝିଅକୁ କିଛି ଘଣ୍ଟା ଅନ୍ତରାଳରେ ଖୁଆଇଥାଆନ୍ତି। ଖାଦ୍ୟକୁ ଗ୍ରାଇଣ୍ଡ କରିବା ସହ ତରଳ ଅବସ୍ଥାରେ ଟ୍ୟୁବ୍‌ ମାଧ୍ୟମରେ ଖୁଆନ୍ତି। ଝିଅର ଏଭଳି ସ୍ଥିତି ପାଇଁ ମାର୍ଲେନୀଙ୍କୁ ଚାକିରି ବି ଛାଡିବାକୁ ପଡିଥିଲା। ଏହି ଗାଢ ନିଦ୍ରାରୁ ଉଠିବା ପରେ ଶାରିକା କେବେ ଆଂଶିକ ତ କେବେ ସମ୍ପୂର୍ଣ୍ଣ ସ୍ମରଣଶକ୍ତି ହରାଇ ବସନ୍ତି। ଏମିତିକି ନିଜ ମା’କୁ ବି ଚିହ୍ନିପାରନ୍ତି ନାହିଁ। ତେବେ ଏ ପର୍ଯ୍ୟନ୍ତ ଏହି ରୋଗର କାରଣ ଜଣାପଡିନାହିଁ। ଏହା ଭାଇରାଲ ଇନଫେକ୍ସନରୁ ହୋଇଥାଇପାରେ ବୋଲି ଡାକ୍ତର କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?