Posted inଖେଳ

ଦୁଇ ମାସ ପରେ ଟ୍ରେନିଂକୁ ଫେରିଲେ ରୋନାଲ୍ଡୋ

ଟୁରିନ,୧୯।୫(ଏଏଫ୍‌ପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁଇମାସ ପରେ ଟ୍ରେନିଂକୁ ଫେରିଛନ୍ତି। ଟୁରିନ୍‌ରେ ଜଣାଶୁଣା କ୍ଲବ ଜୁଭେଣ୍ଟସ ତରଫରୁ ଖେଳୁଥିବା ୩୫ ବର୍ଷୀୟ ରୋନାଲ୍ଡୋ ମଙ୍ଗଳବାର ଅଭ୍ୟାସ ଆରମ୍ଭ କରିଛନ୍ତି। ଏକ ଜିପ୍‌ରେ ବସି ନିଜେ ଡ୍ରାଇଭ କରି ସେ ଜୁଭେଣ୍ଟସ ଟ୍ରେନିଂ ସେଣ୍ଟରରେ ପହଞ୍ଚିଥିଲେ। ଟେନିଂରେ ଦଳୀୟ ସାଥୀଙ୍କ ସହ ଯୋଗ ଦେବା ପୂର୍ବରୁ ୫ଟି ବାଲାନ ଡି ଓର ପୁରସ୍କାର ଜିତିଥିବା ରୋନାଲ୍ଡୋଙ୍କର ମେଡିକାଲ ଓ ଫିଜିକାଲ ଟେଷ୍ଟ ହେବ ସ୍ଥାନୀୟ ଗଣମାଧ୍ୟମଗୁଡିକ ରିପୋର୍ଟ ପ୍ରକାଶ କରିଛି।

ପୂର୍ବରୁ ମେ ୪ରେ ଜୁଭେଣ୍ଟସର ଅନ୍ୟ ଖେଳାଳିମାନେ ବ୍ୟକ୍ତିଗତ ଟ୍ରେନିଂକୁ ଫେରିଥିଲେ। ଏହି ଦିନ ପର୍ତ୍ତୁଗାଲରେ ଲକଡାଉନ ସାରି ରୋନାଲ୍ଡୋ ଇଟାଲୀ ଫେରିଥିଲେ। ଗତ ଦୁଇ ସପ୍ତାହ ହେବ ସେ ସ୍ଥାନୀୟ ଭିଲାରେ କ୍ୱାରେଣ୍ଟାଇନ୍‌ରେ ଥିଲେ। ସିଜନ ସସ୍‌ପେଣ୍ଡ ହେବା ପୂର୍ବରୁ ସେ ଜୁଭେଣ୍ଟସ୍‌ର ସିରି ଏ ଗେମ୍‌ ଶେଷଥର ପାଇଁ ଖେଳିଥିଲେ। ଏଥିରେ ଜୁଭେଣ୍ଟନ ୨-୦ରେ ଇଣ୍ଟରମିଲାନକୁ ହରାଇଥିଲା। ଏହି ମ୍ୟାଚ୍‌ ମାର୍ଚ୍ଚ ୮ ତାରିଖରେ ଆଲିଆଞ୍ଜ୍‌ ଷ୍ଟାଡିୟମରେ ରୁଦ୍ଧଦ୍ୱାରରେ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା।
କୋଭିଡ-୧୯ ମହାମାରୀ ଇଟାଲୀ ସବୁଠାରୁ ପ୍ରଭାବିତ ହୋଇଥିବା ଅନ୍ୟତମ ଦେଶ ସାବ୍ୟସ୍ତ ହୋଇଛି। ଇଟାଲୀରେ ଏଥିପାଇଁ ୩୨, ୦୦୦ ଊର୍ଦ୍ଧ୍ୱ ମୃତ୍ୟୁ ବରଣ କରିଥିଲେ। ପଏଣ୍ଟ ତାଲିକାରେ ଗୋଟିଏ ପଏଣ୍ଟରେ ଲାଜିଓକୁ ପଛରେ ପକାଇ ଶୀର୍ଷରେ ରହିଛି। ଲକ୍‌ଡାଉନ୍‌ ସମୟରେ ରୋନାଲ୍ହୋ ପ୍ରଥମ ବିଦେଶୀ ଖେଳାଳିଭାବେ ଇଟାଲୀ ଛାଡିଥିଲେ। ପୂର୍ବରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ସିରି ଏ ସମେତ ସବୁ ଟୁର୍ନାୋମଣ୍ଟ ସସ୍‌ପେଣ୍ଡ ରହିବ ବୋଲି ଇଟାଲୀଆନ ଫୁଟବଲ ଫେଡେରେଶନ (ଏଫ୍‌ଆଇଜିସି) ଘୋଷଣା କରିଛି। ଜୁନ ୧୩ ତାରିଖରେ ସିରି ଏ ପୁଣି ଆରମ୍ଭ ହେବ ବୋଲି ଆଶାକରାଯାଉଛି। ତେବେ ପରିସ୍ଥିତି ସ୍ବଭାବିକ୍‌ ନ ହେବା ପର୍ଯ୍ୟନ୍ତ ଓ ସରକାର ଅନୁମତି ଓ ନିର୍ଦ୍ଦେଶନାମା ଉପରେ ସବୁକିଛି ନିର୍ଭର କରୁଛି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri