Posted inଖେଳ

ଦୁଇ ଘଣ୍ଟାରୁ କମ୍‌ ସମୟରେ ମାରାଥନ ଦୌଡ଼ିଲେ କିପଚୋଗେ

ଭିଏନା,୧୩।୧୦(ଏଏଫ୍‌ପି)- କେନିଆର ଅଭିଜ୍ଞ ଧାବକ ଇଲିଉଡ କିପଚୋଗେ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଦୁଇ ଘଣ୍ଟାରୁ କମ୍‌ ସମୟ ନେଇ ସେ ମାରାଥନ (୪୨.୨ କି.ମି.) ଦୌଡ଼ିଛନ୍ତି। ବୃହତ୍‌ ଭିଏନା ପାର୍କରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା କୋର୍ସରେ ୩୪ ବର୍ଷୀୟ କିପଚୋଗେ ଏକ ଘଣ୍ଟା ୫୯ ମିନିଟ ଓ ୪୦ ସେକେଣ୍ଡ ସମୟ ନେଇ ମାରାଥନ ଦୌଡ଼ ପୂରା କରିଛନ୍ତି। ଏହା ଓପନ୍‌ କମ୍ପିଟିଶନ ନ ଥିଲା। ତେଣୁ ଏହା ଆନୁଷ୍ଠାନିକ ରେକର୍ଡ ଭାବେ ଗଣାହେବନାହିଁ। ପୁଣି ସେ ରୋଟେଟିଂ ପେସମେକର୍ସର ସାହାଯ୍ୟ ନେଇଥିଲେ। ଦୌଡ଼ ଅବସରରେ ତାଙ୍କୁ ୪୨ ପେସମେକର୍ସ ସହାୟତା ପ୍ରଦାନ କରିଥିଲେ। ଧଳା ଜର୍ସି ପିନ୍ଧି ଏହି ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନ ଐତିହାସିକ ପ୍ରଦର୍ଶନ କରିଥିଲେ। ପୂରା ଦୌଡ଼ ଅବସରରେ କିପଚୋଗେଙ୍କ କୋଚ୍‌ ତାଙ୍କୁ ଜେଲ୍‌ ଓ ପାଣି ଦେଇଥିଲେ। ତାଙ୍କୁ ସହାୟତା କରିଥିବା ୪୨ଜଣ ପେସମେକର୍ସଙ୍କ ମଧ୍ୟରେ ୧୫୦୦ ମି. ଅଲିମ୍ପିକ ଚାମ୍ପିୟନ ମାଥ୍ୟୁ ସେଣ୍ଟ୍ରୋବିଜ୍‌, ଅଲିମ୍ପିକ ୫୦୦୦ମି. ରୌପ୍ୟ ପଦକ ବିଜେତା ପାଲ ଚିଲମୋ ଓ ଅନ୍ୟ ଅଭିଜ୍ଞ ଧାବକ ସାମିଲ ରହିଥିଲେ। ପୂର୍ବରୁ ୨ ଘଣ୍ଟା ୧ ମିନିଟ ୩୯ ସେକେଣ୍ଡ ସମୟ ନେଇ ପୁରୁଷ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ଏହା ସେ ୨୦୧୮ ସେପ୍ଟେମ୍ବର ୧୬ ବର୍ଲିନ ମାରାଥାନରେ ହାସଲ କରିଥିଲେ। ୨୦୧୭ ମେ’ରେ ସେ ଇଟାଲୀର ମୋଞ୍ଜା ନ୍ୟାଶନାଲ ଅଟୋଡ୍ରମ ରେସିଂ ସର୍କିଟ୍‌ରେ ଦୁଇ ଘଣ୍ଟ ବ୍ୟାରିୟର ବା ସୀମାକୁ ଭଙ୍ଗ କରିବାକୁ ପ୍ରୟାସ କରିଥିଲେ। ତେବେ ସେ ଏଥିରେ ୨ ଘଣ୍ଟା ୨୫ ସେକେଣ୍ଡ ସମୟ ନେଇ ଅଳ୍ପକେ ରେକର୍ଡ ହାସଲରୁ ବଞ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri