ଦୀର୍ଘତମ ରଥପଥ ଛତିଆ ରଥଦାଣ୍ଡ: ୧୧ କି.ମି. ଗଡ଼ି ଚାଲେ ମହାପ୍ରଭୁଙ୍କ ରଥ

ତୀୟ ଶ୍ରୀକ୍ଷେତ୍ରଭାବେ ପରିଚିତ ଛତିଆଠାରେ ହେଉଥିବା ମହାପ୍ରଭୁଙ୍କ ରଥଯାତ୍ରା ଏକ ସ୍ବତନ୍ତ୍ରତା ବହନ କରେ। ଛତିଆଠାରେ ଥିବା ରଥଦାଣ୍ଡ ଦେଶର ଦୀର୍ଘତମ ରଥଦାଣ୍ଡର ଆଖ୍ୟା ବହନ କରେ। ୧୧ କି.ମି. ପର୍ଯ୍ୟନ୍ତ ରଥ ଚାଲୁଥିବାରୁ ଏହାକୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଯେତିକି ଆବେଗ ଥାଏ ଏହାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ମଧ୍ୟ ସେତିକି ଜୋରଦାର ରହିଥାଏ।
ଛତିଆସ୍ଥିତ ଜଗନ୍ନାଥ ମନ୍ଦିରରୁ ବଡଘୁମୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ୧୧ କି.ମି. ରଥ ଟଣା ହେଉଥିବାରୁ ଏଠାରେ ଘୋଷଯାତ୍ରା ଶୀଘ୍ର ଆରମ୍ଭ ହୋଇଥାଏ। ପୁରୀ ଘୋଷ ଯାତ୍ରା ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ଏଠାରେ ରଥଟଣା ଆରମ୍ଭ ହୋଇଥାଏ। ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ଛତିଆ ଜଗନ୍ନାଥ ମନ୍ଦିରରୁ ପୂର୍ବରୁ ଚମ୍ପାପୁର ପର୍ଯ୍ୟନ୍ତ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ତେବେ ଏହା ବନ୍ଦ ହେବା ପରେ ପୁନର୍ବାର ରଥଯାତ୍ରା କରିବା ପାଇଁ ଛତିଆ ଓଝା ପରିବାରକୁ ମହାପ୍ରଭୁଙ୍କ ସ୍ବପ୍ନାଦେଶ ହୋଇଥିଲା। ସ୍ବପ୍ନାଦେଶ ପରେ ୧୯୯୩ ମସିହାରେ ପୁରୀରୁ ଚତୁର୍ଦ୍ଧାମୂର୍ତ୍ତି ପୁନର୍ବାର ଅଣାଯାଇ ଆରମ୍ଭ ହୋଇଥିଲା ରଥ ନିର୍ମାଣ। ତେବେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଦୀର୍ଘ ୬ବର୍ଷ ପୂଜା ପାଇଥିଲେ ମଧ୍ୟ ରଥ ଗଡି ନ ଥିଲା। ୧୯୯୯ ମସିହାରେ ପ୍ରଥମ କରି ଏହି ରଥଯାତ୍ରା ଆରମ୍ଭ ହେଲା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶ ଓ ସ୍ବପ୍ନାଦେଶ ପରେ ଏହା ସବୁଠାରୁ ଦୀର୍ଘପଥ ରଥଯାତ୍ରାରେ ପରିଣତ ହେଲା। ସେହିଦିନଠାରୁ ଛତିଆଠାରୁ ବଡଘୁମୁରୀ ପର୍ଯ୍ୟନ୍ତ ଏହି ଘୋଷଯାତ୍ରା ଅନୁଷ୍ଠିତ ହୋଇଆସୁଛି। ତେବେ ୧୯୯୯ରେ ୩ଟି ରଥରେ ପ୍ରଭୁ ଜଗନ୍ନାଥ, ବଳଦେବ ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଘୋଷଯାତ୍ରା କରାଯାଉଥିଲା। ୩ ବର୍ଷପରେ ଆର୍ଥିକ ତଥା ସରଞ୍ଜାମର ଅଭାବ ଯୋଗୁ ୨୦୦୨ରୁ ୩ ଦିଅଁଙ୍କୁ ଗୋଟିଏ ରଥରେ ବସାଯାଇ ଘୋଷଯାତ୍ରା କରାଗଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ରଥ ଦୀର୍ଘ ୧୧ କି.ମି. ଅତିକ୍ରମ କରୁଥିବା କହିଛନ୍ତି ଏହାର ମୁଖ୍ୟ ପୁରୋଧା ଉପେନ୍ଦ୍ର ଓଝା। ତେବେ ଏହାର ବିଶେଷତ୍ୱ ହେଲା ଏଠାରେ ପୂଜା ପାଉଥିବା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ କୌଣସି ବ୍ରାହ୍ମଣ ପୂଜା କରି ନ ଥାନ୍ତି। ଏହା କେବଳ ସେହି ଓଝା ପରିବାରର ସଦସ୍ୟ ହିଁ ପୂଜା କରିଥାନ୍ତି। କେବଳ ରଥଯାତ୍ରା ସମୟରେ ବ୍ରାହ୍ମଣମାନେ ହିଁ ପୂଜା କରିଥାନ୍ତି। ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଓ ବାହୁଡା ଯାତ୍ରା ଯେଉଁଭଳି ପାଳନ କରାଯାଏ ଏଠାରେ ମଧ୍ୟ ଠିକ୍‌ ସେହିଭଳି ପାଳନ କରାଯାଇଥାଏ। ମହାପୁରୁଷ ହାଡିଦାସଙ୍କ ମାଳିକାର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ର ଛାଡି ଆସିବେ ଏବଂ ଛତିଆରେ ତାଙ୍କର ଲୀଳା ଖେଳା ଆରମ୍ଭ କରିବେ। ସେହିଭଳି ଛତିଆଠାରୁ ବଡଘୁମୁରୀ ପର୍ଯ୍ୟନ୍ତ ବୃହତ୍‌ ବଡଦାଣ୍ଡରେ ହଜାର ହଜାର ଭକ୍ତ ସମାଗମ ହୋଇ ଏଠାରେ ରଥଯାତ୍ରା କରାଇବେ। ସେହି ମାଳିକା ଓ ପୌରାଣିକ କଥା କାହାଣୀକୁ ଆଧାର କରି ଦୀର୍ଘଦିନ ହେବ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଏହି ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଯାଜପୁର ଉପଜିଲାପାଳ ଓ ଦର୍ପଣ ତହସିଲଦାରଙ୍କ ନେତୃତ୍ୱରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ନିୟୋଜିତ ହେବାକୁ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଥିଲା। ତିନି ଜଣ ଇନ୍ସପେକ୍ଟରଙ୍କ ସମେତ ଦେଢ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି।
– ପ୍ରଦୀପ୍ତ କୁମାର ପୃଷ୍ଟି, ସାୈମ୍ୟରଞ୍ଜନ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri