Posted inଖେଳ

‘ଦୀର୍ଘ ମିଆଦି ଯୋଜନାରେ ଚାପ ସମ୍ଭାବନା ଥାଏ’

ମୁମ୍ବାଇ, ୧୫।୫: ନିଜ ଖେଳ ଜୀବନରେ କେବେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି ନ ଥାନ୍ତି ଭାରତୀୟ କ୍ରିକେଟ ଦଳର ତାରକା ଓପନର ରୋହିତ ଶର୍ମା । ତାଙ୍କ ମତରେ ଏଥିରେ ଖେଳାଳି ଅଧିକ ଚାପଗ୍ରସ୍ତ ହେବା ସମ୍ଭାବନା ଥାଏ। ତେଣୁ ସେ ସ୍ବଳ୍ପ ମିଆଦୀ ଯୋଜନାକୁ ପସନ୍ଦ କରନ୍ତି ଏବଂ ଏଥିରେ ଆଗକୁ ବଢ଼ିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି। ”ଦୀର୍ଘଦିନ ଖେଳିବାର ଅଭିଜ୍ଞତାରୁ ଜାଣିଛି ଯେ, ଦୀର୍ଘ ମିଆଦି ଯୋଜନା କେବେହେଲେ କୌଣସି ଖେଳାଳିଙ୍କୁ ସାହାଯ୍ୟ କରିପାରିବ ନାହିଁ। ଅନ୍ୟପକ୍ଷରେ ଏହା ଅଯଥା ଚାପ ସୃଷ୍ଟି କରିବ ଏବଂ କ୍ଳାନ୍ତ ଅନୁଭବ ହେବ। ତେଣୁ ମୁଁ ସର୍ବଦା ସ୍ବଳ୍ପମିଆଦୀ ଯୋଜନା ପ୍ରସ୍ତୁତ କରିଥାଏ। ଆଗାମୀ ୨-୩ ମାସରେ ଥିବା ମ୍ୟାଚକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥାଏ। ଏହି ସମୟ ମଧ୍ୟରେ ବିପକ୍ଷ ଦଳ କିଏ ଏବଂ ମୁଁ କିପରି ଶ୍ରେଷ୍ଠ ପ୍ରଦର୍ଶନ କରିପାରିବି ସେ ସମ୍ପର୍କରେ ଚିନ୍ତା କରିଥାଏ“ବୋଲି କ୍ୟାରିୟରରେ ୩୨ ଟେଷ୍ଟ ଏବଂ ୨୨୪ ଦିନିକିଆ ଖେଳିଥିବା ରୋହିତ ପ୍ରକାଶ କରିଛନ୍ତି। ପ୍ରତି ସିରିଜ କିମ୍ବା ଟୁର୍ନାମେଣ୍ଟ ପାଇଁ ଯୋଜନା ମୋତେ ଖୁବ୍‌ ସହାୟତା କରିଛି। ଏହି ଆଗାମୀ ଦିନରେ ମଧ୍ୟ ଅବଲମ୍ବନ କରିବି ବୋଲି ସେ କହିଛନ୍ତି। କରୋନା ଭାଇରସ ସଂକ୍ରମଣ ପ୍ରଭାବରୁ ଏବେ ସମସ୍ତେ ଲକ୍‌ଡାଉନ୍‌ରେ ଅଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ଟିି୨୦ ବିଶ୍ୱକପ କିମ୍ବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆଗେ ଆରମ୍ଭ ହେଉଛି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ବୋଲି ରୋହିତ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri