ଦିବ୍ୟାଙ୍ଗ ଜଗନ୍ନାଥଙ୍କ ପରିବାରକୁ ‘ଆଶ୍ରୟ’ର ସାହାରା; ୩ ବର୍ଷ ଧରି ପ୍ଲାଟଫର୍ମରେ ବିତାଉଥିଲେ ରାତି

ବ୍ରହ୍ମପୁର ଅଫିସ,୨୩ା୯-ସମୟ ଓ ପରିସ୍ଥିତି ସେମାନଙ୍କୁ କରିଥିଲା ବାସହୀନ। ନିଜର ୪ ଭଉଣୀଙ୍କୁ ବିବାହ କରାଇବାକୁ ଯାଇ ସର୍ବସ୍ବ ହରାଇବା ପରେ ବ୍ରହ୍ମପୁର ରେଳଷ୍ଟେଶନରେ ନେଇଥିଲେ ଆଶ୍ରୟ ା ଭିନ୍ନକ୍ଷମ ହେତୁ କାର୍ଯ୍ୟ ମିଳୁ ନ ଥିବାରୁ ୫ ଟଙ୍କିଆ ଆହାର ଖାଇ କଷ୍ଟରେ ସ୍ତ୍ରୀ ଓ ଝିଅଙ୍କ ସହ ରେଳଷ୍ଟେଶନ ପ୍ଲାଟଫର୍ମରେ ରାତି କଟାଉଥିଲେ। କିନ୍ତୁ ଦୀର୍ଘ ୩ବର୍ଷ ଷ୍ଟେଶନରେ ରହିବା ପରେ ବ୍ରହ୍ମପୁର ମହାନଗର ନିଗମ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନ୍‌ୟୁଏଲଏମ୍‌) ସହଯୋଗରେ ନିର୍ମିତ ଆଶ୍ରୟ ଏବେ ସେମାନଙ୍କୁ ଦେଇଛି ବଞ୍ଚିବାର ସାହାରା। ଏହା କୁହନ୍ତି ଦମ୍ପତି ଜଗନ୍ନାଥ ମହାରଣା ଓ ରଶ୍ମିତା ମହାରଣା ା
୧୫ ବର୍ଷ ତଳେ ୪ ଭଉଣୀଙ୍କ ବାହାଘର ପାଇଁ ହିଞ୍ଜିଳିକାଟୁ ଅଞ୍ଚଳର ଘର, ଜମି ସବୁ ବିକ୍ରି ପରେ ବାପା, ମାଆ ଓ ବଡଭାଇ ସୁରଟରେ କାମ କରୁଛନ୍ତି। ଭିନ୍ନକ୍ଷମ ଯୋଗୁ ବାହାରକୁ କାମ କରିବାକୁ ଯାଇ ନ ପାରି ବ୍ରହ୍ମପୁରକୁ କାର୍ଯ୍ୟ ସନ୍ଧାନରେ ଆସି ନିଜ ସ୍ତ୍ରୀ ଓ ୫ ବର୍ଷର ଝିଅ ସହ ରେଳ ଷ୍ଟେଶନରେ ଆଶ୍ରୟ ନେଉଥିଲେ ା ବୁଲି ବୁଲି ଇଲେକ୍ଟ୍ରି କାମକରି ଯେଉଁ ଟଙ୍କା ପାଉଥିଲେ ସେଥିରେ ଜଗନ୍ନାଥ ଝିଅ ଓ ସ୍ତ୍ରୀ ଚଳୁଥିଲେ ା ୩ ମାସ ତଳେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅଧୀନ ଆଶ୍ରୟ ସୋସିଆଲ ମୋବିଲାଇଜରମାନେ ସେମାନଙ୍କୁ ରେଳଷ୍ଟେଶନରୁ ଆଣି ଆଶ୍ରୟରେ ସ୍ଥାନ ଦେଇଥିବା ଜଗନ୍ନାଥ କହିଛନ୍ତି। ଆଶ୍ରୟକୁ ଆସିବା ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଟିଏ ହେବା ସହ ଏନୟୁଏଲଏମ୍‌ ସହଯୋଗରେ ଜଗନ୍ନାଥଙ୍କ ରୋଜଗାର ତଥା କାର୍ଯ୍ୟ ଯୋଗାଇବା ଦିଗରେ ମଧ୍ୟ ପ୍ରୟାସ କରାଯାଉଥିବା ପରିଚାଳକଙ୍କ ପକ୍ଷରୁ ସୂଚନା ମିଳିଛି ା
ସୂଚନାଯୋଗ୍ୟ, ବ୍ରହ୍ମପୁରରେ ବାସହୀନ ଭାବେ ଜୀବନ ବିତାଉ ଥିବା ଅସହାୟ ଲୋକଙ୍କୁ ଆଶ୍ରୟ ଦେବା ଉଦ୍ଦେଶ୍ୟରେ ୨୦୧୮ ଡିସେମ୍ବର ୧ରେ ‘ଆଶ୍ରୟ’ କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା ା ନୂଆ ବସ୍‌ଷ୍ଟାଣ୍ଡରୋଡସ୍ଥିତ ପାୟଲ ହଲ ସମ୍ମୁଖରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମିତ ହୋଇଥିଲା ା କେନ୍ଦ୍ରରେ ୭୦ ପୁରୁଷ ଓ ମହିଳା ରହିବା ନେଇ ବ୍ୟବସ୍ଥା କରାଯିବା ସହ ବେଡ, ବେଡଶିଟ, କମ୍ବଳ ଓ ମଶାରି ଭଳି ଆବଶ୍ୟକ ସାମଗ୍ରୀ ମଧ୍ୟ ରଖାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri