ଦିନକର କାହାଣୀ :ସଭିଏ ଲାଗନ୍ତି ଆପଣାର

ବାହାନଗା, ୧୬।୭(ଡି.ଏନ.ଏ.)-ଏକାକୀ ଚାଲିବାର ସଂକଳ୍ପ ନେଇ ଜୀବନରେ କର୍ମପ୍ରବଣତାକୁ ଆଦରି ନେଇଛନ୍ତି କାଳେନ୍ଦ୍ରୀ ମାଝି (୪୪)। ସରଳ, ସାଦାସିଧା ଓ ମେଳାପି ସ୍ବଭାବର ହୋଇଥିବାରୁ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି କାଳି । ପର ଆପଣାର ଭାବ ନାହିଁ। ଅନ୍ୟର ଦୁଃଖସୁଖରେ ସାଥୀ ହୋଇ ଉପକାର କରିବାକୁ କେବେ ପଛାନ୍ତି ନାହିଁ। ବିବାହ ନ କରି ଏକାକୀ ଜିଇବାର ବାଟ ଖୋଜିବା ବେଳେ ଖବରକାଗଜ ଦେଇଛି ତାଙ୍କୁ ସାହାରା। ଆଜକୁ ୨୯ ବର୍ଷ ଧରି ଖବରକାଗଜ ବିକ୍ରେତା ଭାବେ କାମ କରି ନିଜ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିତିଦିନ ବିଭିନ୍ନ ଲୋକଙ୍କ ସହ ମିଶିବା, କେହି ରୋଗରେ ପଡିଥିଲେ ତାଙ୍କୁ ଡାକ୍ତରଖାନା ନେବା, ଔଷଧ କିଣି ଦେବା ଭଳି କାମ କରି ସେ ଯଥେଷ୍ଟ ଖୁସି ପାଇଥାନ୍ତି ବୋଲି କୁହନ୍ତି।
କାଳେନ୍ଦ୍ରଙ୍କ ଘର ବାଲେଶ୍ୱର ଜିଲା ବାହାନଗା ବ୍ଲ୍ଳକ ବରିପଦା ପଞ୍ଚାୟତ ଖେରଙ୍ଗ ଗ୍ରାମରେ। ପ୍ରାୟ ୧୧ବର୍ଷ ତଳେ ବାପା ଓ ପରେ ମା’ଙ୍କର ଦେହାନ୍ତ ହେବାରୁ ନିଜ ଭାଇଙ୍କ ସହ ରହିଆସୁଥିଲେ। ପୈତୃକ ସମ୍ପତ୍ତି କହିଲେ ଘର ବାଡିକୁ ଛାଡିଦେଲେ ଅନ୍ୟ କିଛି ନାହିଁ। ସେହି ଜାଗାରେ ତାଙ୍କ ଭାଇ ଘର କରି ପରିବାର ସହ ରହୁଛନ୍ତି। ସେମାନଙ୍କ ଉପରେ ବୋଝ ନ ହେବାକୁ ନିଷ୍ପତ୍ତି ନେଇ କାଳେନ୍ଦ୍ର ଜଣେ ପଡୋଶୀଙ୍କ ବାଡ଼ିପଟେ ଗୋଟିଏ ବଖରା ଘର କରି ରହୁଛନ୍ତି। ନିଜ ହାତରେ ରୋଷେଇ କରି ଖିଆପିଆ କରିଥାନ୍ତି। କେବେ କେବେ ସେ ହୋଟେଲରେ ଖାଇ ନିଅନ୍ତି। ବିବାହ ନ କରି ଏକୁଟିଆ ରହିବାକୁ ନିଷ୍ପତ୍ତି ନେବା ପରେ ସେ ଖେରଙ୍ଗ ବଜାରରେ ଏକ ସିଲେଇ ମେଶିନ ପକାଇ ଲୁଗା ସିଲେଇ କାମ ଆରମ୍ଭ କରିଥିଲେ। ସେଥିରେ ଗୁଜୁରାଣ ମେଣ୍ଟାଇବା ସମ୍ଭବ ନ ହେବାରୁ ପ୍ରତିଦିନ ଖବରକାଗଜ ବିକ୍ରି କରି ପରିବାର ଚଳାଇବାରେ ସହାୟତା କରି ଆସୁଛନ୍ତି। ଏହି ବୃତ୍ତି ତାଙ୍କୁ କରିଛି ଆମତ୍ନିର୍ଭରଶୀଳ। କାଳେନ୍ଦ୍ର କହନ୍ତି, ପ୍ରଥମେ ଜଣେ ଭାଇନାଙ୍କ ପ୍ରରୋଚନାରେ ସେ ସମୁଦ୍ରକୂଳବର୍ତ୍ତୀ ପଞ୍ଚାୟତ ଅଞ୍ଚଳରେ ୨୨ଖଣ୍ଡ ଖବରକାଗଜ ବିକ୍ରି କରିବା ଆରମ୍ଭ କରିଥିଲେ। ପରେ ଏହି ବୃତ୍ତିକୁ ସେ ବଢାଇ ପାରିଛନ୍ତି। ଲୋକଙ୍କ ପାଖରେ ଠିକ୍‌ ସମୟରେ ଖବରକାଗଜ ପହଞ୍ଚାଇବା ତାଙ୍କ ଜୀବନର ଲକ୍ଷ୍ୟ ପାଲଟିଛି। ପ୍ରତିଦିନ ଭୋର ସମୟରୁ ସେ ଘରୁ ଆସି ୬ କି.ମି. ଦୂର ଗୋପାଳପୁର ପେପର ପଏଣ୍ଟରେ ପହଞ୍ଚନ୍ତି। ସେଠାରୁ ସାଇକେଲରେ କାଗଜ ଧରି ଆଖପାଖ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ ପାଖରେ ପହଞ୍ଚାଇ ଦିଅନ୍ତି। ଖରା, ବର୍ଷା, ଶୀତକାକରକୁ ଖାତିରି ନ କରି ଦୀର୍ଘ ୨୯ବର୍ଷ ଧରି ଦୂଆପୁର, କଲ୍ୟାଣୀ, ତାଳପଦା, ବରିପଦା, ଆରୁହାବାଡ଼ ଆଦି ପଞ୍ଚାୟତର ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛନ୍ତି। ସକାଳୁ ସକାଳୁ ପେପର ପଢ଼ିବା ପାଇଁ ଅନେକ ପରିବାର ଲୋକେ ତାଙ୍କ ଆସିବା ବାଟକୁ ଅନାଇ ବସିଥାନ୍ତି। ଧରିତ୍ରୀ ତାଙ୍କର ପ୍ରିୟ କାଗଜ। ବିଭିନ୍ନ ଗ୍ରାମରେ ଏହାର ବେଶ୍‌ ଲୋକପ୍ରିୟତା ରହିଛି। ପ୍ରତିଦିନ ସନ୍ଧ୍ୟାରେ ସେ ଖେରଙ୍ଗ ବଜାରକୁ ଯାଇ ଦୋକାନୀଙ୍କଠାରୁ ଖବରକାଗଜ ବାବଦ ଟଙ୍କା ଆଦାୟ କରିଥାନ୍ତି। ସେ କହିଛନ୍ତି, ତାଙ୍କୁ ସଭିଏ ଆପଣାର ଲାଗନ୍ତି। ପ୍ରତିଦିନ ଖବରକାଗଜ ଗ୍ରାହକଙ୍କ ସମେତ ଅନ୍ୟ ପରିଚିତ ଲୋକଙ୍କୁ ଭେଟିବାରେ ନିଆରା ଆନନ୍ଦ ତାଙ୍କୁ କର୍ମପ୍ରବଣ କରିଛି। ଖବରକାଗଜ ବିତରଣ ପାଇଁ ଯିବା ବେଳେ ପାଖପଡ଼ିଶାଙ୍କ ପାଇଁ ଔଷଧ ଆଦି ସାମଗ୍ରୀ ବଜାରରୁ କିଣି ଆଣିଦିଅନ୍ତି। ସମାଜରେ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କ ଜୀବନର ବ୍ରତ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri