ଦାଦନ ଖଟିବାକୁ ଯାଇ ଜୁଆଙ୍ଗ ଯୁବକଙ୍କ ଜୀବନ ଗଲା : ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ଜିଲାରେ କାମଧନ୍ଦା ମିଳୁ ନ ଥିବାରୁ ଜୁଆଙ୍ଗ ଓ ଭୂୟାଁ ପୀଢ଼ ଅଞ୍ଚଳର ବହୁ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା ହଇରାଣ ହରକତ ହେଉଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଉଚିତ୍‌ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏମିତି ଜଣେ ଯୁବକ ଗାୈତମ ଜୁଆଙ୍ଗ(୩୩) ଦାଦନ ଖଟିବାକୁ ଯାଇ ଘରକୁ ଫେରୁଥିବାବେଳେ ମହାରାଷ୍ଟ୍ରର ଅହମଦନଗର ଜିଲାର ବେଲାପୁର ଷ୍ଟେଶନ ନିକଟରେ ରେଳରେ କଟି ମୃତ୍ୟୁ ଘଟିଛି। ତାଙ୍କ ଘର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଧରାପଡ଼ା ଗ୍ରାମରେ ବୋଲି ଜଣାପଡିଛି। ଏନେଇ ଖବର ପାଇବା ପରେ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିବା ବେଳେ ସହାୟତା ପାଇଁ ଶନିବାର ଜିଲା ଶ୍ରମ ବିଭାଗର ସହାୟତା ଲୋଡ଼ିଛନ୍ତି। ତାଙ୍କ ଭାଇ ଟୁକୁନା ଜୁଆଙ୍ଗଙ୍କ କହିବାନୁଯାୟୀ, ଗୌତମ ୪ ବର୍ଷ ହେଲା କାମ କରିବାକୁ ଯାଇଥିଲେ। ତେବେ ଏକ ଫୋନ୍‌ରେ ମୁମ୍ବାଇ ପୋଲିସଠାରୁ ତାଙ୍କର ମୃତ୍ୟୁ ଖବର ପାଇଥିଲେ। ସେ ଘରକୁ ଫେରିବାର ଥିଲା। ଏଣୁ ଟ୍ରେନରେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି। ତାଙ୍କର ସ୍ତ୍ରୀ ଓ ୮ ବର୍ଷର ପୁଅ, ୬ ବର୍ଷର ଝିଅ ଅଛନ୍ତି। ଶ୍ରମ ବିଭାଗ ପକ୍ଷରୁ ମୃତଦେହ ଆଣିବାକୁ ପଦକ୍ଷେପ ନିଆଯାଉଛି। ତାଙ୍କ ସମ୍ପର୍କୀୟ ସହିତ ସାମାଜିକ କର୍ମୀ ଉକ୍ତ ସ୍ଥାନକୁ ଯାଉଛନ୍ତି। ପ୍ରଶାସନ ପକ୍ଷରୁ ସହାୟତା କରାଯାଉଛି। ମୃତଦେହ ଆସିବା ପରେ ସବୁ ଜଣାପଡ଼ିବ ବୋଲି ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri