ଦାଉ ସାଧୁଛି ପ୍ରାକୃତିକ ବିପତ୍ତି: ୫ବର୍ଷରେ ଗଲାଣି ୯ ହଜାର ଜୀବନ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ରାଜ୍ୟକୁ ବନ୍ୟା, ବାତ୍ୟା, ମରଡ଼ି, ଅଂଶୁଘାତ ଭଳି ପ୍ରାକୃତିକ ବିପତ୍ତି ଘେରି ରହିଛି। ଏଥିଯୋଗୁ କେବଳ ଧନସମ୍ପତ୍ତି ନଷ୍ଟ ହେଉଛି ତାହା ନୁହେଁ, ବହୁମୂଲ୍ୟ ଜୀବନ ମଧ୍ୟ ହରାଇବାକୁ ପଡୁଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଅଂଶୁଘାତ, ସାପ କାମୁଡା, ପାଣିରେ ବୁଡି, ବନ୍ୟା ପାଣିରେ ଭାସିଯାଇ, ବଜ୍ରପାତ, ପୋଡ଼ିହୋଇ, ଘୂର୍ଣ୍ଣିଝଡ଼, ମାଟି ଅତଡ଼ା ଧସି ଏବଂ ଡଙ୍ଗାବୁଡ଼ି ଘଟଣାରେ ୮ ହଜାର ୮୩୬ ଜଣଙ୍କ ପ୍ରାଣହାନି ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାପ କାମୁଡ଼ାରେ ସର୍ବାଧିକ ୩୨୦୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଣିରେ ବୁଡ଼ି ୨୯୯୧, ଅଂଶୁଘାତରେ ୨୦୦, ବନ୍ୟାରେ ଭାସିଯାଇ ୫୬, ବଜ୍ରପାତରେ ୧୮୨୦, ନିଆଁରେ ପୋଡ଼ିହୋଇ ୩୭୨, ଝଡ଼ବର୍ଷା ଯୋଗୁ ୩୫, ମାଟି ଅତଡା ଧସି ୯ ଜଣ ଏବଂ ଡଙ୍ଗାବୁଡି ୧୪୬ ଜଣଙ୍କ ଜୀବନ ଯାଇଛି।
ଅଂଶୁଘାତରେ ଗଞ୍ଜାମ ଜିଲାରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ୱର ଜିଲାରେ ପାଣିରେ ବୁଡି ୨୫୪ ଜଣଙ୍କ ମୃତ୍ୟୁ ହୋଇଛି। ସାପ କାମୁଡ଼ା ଘଟଣା ରାଜ୍ୟରେ ଏକ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଅନ୍ଧ ବିଶ୍ୱାସ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ଅଭାବ ଯୋଗୁ ରାଜ୍ୟରେ ବହୁ ଲୋକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁମୁଖରେ ପଡୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ୩ ହଜାର ୨୦୭ ଜଣଙ୍କ ସର୍ପ ଦଂଶନରେ ମୃତ୍ୟୁ ହୋଇଛି। ତେବେ ଏହା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୫-୧୬ରେ ସାପ କାମୁଡ଼ାରେ ରାଜ୍ୟରେ ୪୮୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୬-୧୭ରେ ୬୦୮, ୨୦୧୭-୧୮ରେ ୮୩୪, ୨୦୧୮-୧୯ରେ ୮୬୩ ଏବଂ ୨୦୧୯ ଅକ୍ଟୋବର ୧୬ ମଧ୍ୟରେ ୪୨୦ ଜଣଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୨୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମ ୨୭୮, ବାଲେଶ୍ୱର ୨୫୭, ଭଦ୍ରକ ୧୮୨, କଟକ ୧୪୯, ଢେଙ୍କାନାଳ ୧୩୬, ଯାଜପୁର ୧୭୫, କେନ୍ଦ୍ରାପଡ଼ା ୧୨୫, କେନ୍ଦୁଝର ୨୩୨, ନବରଙ୍ଗପୁର ୧୩୧, ପୁରୀ ୧୧୬, ସମ୍ବଲପୁର ୧୪୧ ଏବଂ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୧୪୮ ଜଣଙ୍କ ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ଇଞ୍ଜେକ୍ସନ ଅଭାବ ଯୋଗୁ ଅନେକ ସୟୟରେ ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ନେଇ ଅଭିଯୋଗ ହୋଉଛି।
ବଜ୍ରପାତ ମଧ୍ୟ ଅନ୍ୟ ଏକ ଭୟଙ୍କର ବିପତ୍ତି ଭାବେ ଉଭା ହେଲାଣି। ଏହି ମୃତ୍ୟୁହାର ପ୍ରତିବର୍ଷ ବଢି ବଢି ଚାଲିଛି। ସୂଚନା ମୁତାବକ ୨୦୧୫-୧୬ରେ ୪୦୨ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବାବେଳେ ୨୦୧୬-୧୭ରେ ୪୦୧, ୨୦୧୭-୧୮ରେ ୪୬୭, ୨୦୧୮-୧୯ରେ ୩୩୧ ଏବଂ ୨୦୧୯ ଅକ୍ଟୋବର ୧୬ ଯାଏ ୨୧୯ ଜଣଙ୍କ ମୃତ୍ୟୁ ହୋଇଛି।
ଡଙ୍ଗାବୁଡି ଘଟଣା ଏକ ପ୍ରାକୃତିକ ବିପତ୍ତି ହୋଇ ନ ଥିଲେ ମଧ୍ୟ ରାଜ୍ୟରେ ଏଥିଯୋଗୁ ଘଟୁଥିବା ମୃତ୍ୟୁହାର ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ୨୦୧୧-୧୨ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪୬ ଜଣଙ୍କର ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ହେଲାଣି। ସମ୍ବଲପୁରରେ ସର୍ବାଧିକ ୩୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳ ୧୧, କେନ୍ଦ୍ରାପଡା ୧୨, କୋରାପୁଟ ୨୦, ମାଲକାନଗିରିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଜିଲା ପ୍ରଶାସନ ବେଆଇନ ଡଙ୍ଗା ଉପରେ କଟକଣା ଲଗାଇବାରେ ବିଫଳ ହେଉଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ବେଆଇନ ଡଙ୍ଗା ଚଳାଚଳକୁ ରୋକିବାକୁ ରାଜ୍ୟ ସରକାର ଚଳିତ ବର୍ଷ ଓଡ଼ିଶା ବୋଟ୍‌ ରୁଲ-୨୦୦୪କୁ ସଂଶୋଧନ କରି ଓଡ଼ିଶା ବୋଟ୍‌(ସଂଶୋଧିତ) ରୁଲ-୨୦୧୯ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ଏହି ସଂଶୋଧିତ ରୁଲରେ ଡଙ୍ଗା ଓ ଏହାର ଚାଳକଙ୍କ ପାଇଁ କେତେକ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ଡଙ୍ଗାଗୁଡିକୁ ପଞ୍ଜୀକରଣ କରାଯିବା ସହ ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଅକ୍ଷରରେ ପଞ୍ଜୀକରଣ ନମ୍ବର ଲେଖିବାକୁ ପଡ଼ିବ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟି ଦେବା ସହ ବେଆଇନ ଡଙ୍ଗା ବିରୋଧରେ କଠୋର ପଦକ୍ଷେପ ନେବାକୁ ମଧ୍ୟ ରୁଲରେ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri