ଦାଉ ସାଧୁଛି ପ୍ରାକୃତିକ ବିପତ୍ତି: ୫ବର୍ଷରେ ଗଲାଣି ୯ ହଜାର ଜୀବନ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ରାଜ୍ୟକୁ ବନ୍ୟା, ବାତ୍ୟା, ମରଡ଼ି, ଅଂଶୁଘାତ ଭଳି ପ୍ରାକୃତିକ ବିପତ୍ତି ଘେରି ରହିଛି। ଏଥିଯୋଗୁ କେବଳ ଧନସମ୍ପତ୍ତି ନଷ୍ଟ ହେଉଛି ତାହା ନୁହେଁ, ବହୁମୂଲ୍ୟ ଜୀବନ ମଧ୍ୟ ହରାଇବାକୁ ପଡୁଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଅଂଶୁଘାତ, ସାପ କାମୁଡା, ପାଣିରେ ବୁଡି, ବନ୍ୟା ପାଣିରେ ଭାସିଯାଇ, ବଜ୍ରପାତ, ପୋଡ଼ିହୋଇ, ଘୂର୍ଣ୍ଣିଝଡ଼, ମାଟି ଅତଡ଼ା ଧସି ଏବଂ ଡଙ୍ଗାବୁଡ଼ି ଘଟଣାରେ ୮ ହଜାର ୮୩୬ ଜଣଙ୍କ ପ୍ରାଣହାନି ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାପ କାମୁଡ଼ାରେ ସର୍ବାଧିକ ୩୨୦୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଣିରେ ବୁଡ଼ି ୨୯୯୧, ଅଂଶୁଘାତରେ ୨୦୦, ବନ୍ୟାରେ ଭାସିଯାଇ ୫୬, ବଜ୍ରପାତରେ ୧୮୨୦, ନିଆଁରେ ପୋଡ଼ିହୋଇ ୩୭୨, ଝଡ଼ବର୍ଷା ଯୋଗୁ ୩୫, ମାଟି ଅତଡା ଧସି ୯ ଜଣ ଏବଂ ଡଙ୍ଗାବୁଡି ୧୪୬ ଜଣଙ୍କ ଜୀବନ ଯାଇଛି।
ଅଂଶୁଘାତରେ ଗଞ୍ଜାମ ଜିଲାରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ୱର ଜିଲାରେ ପାଣିରେ ବୁଡି ୨୫୪ ଜଣଙ୍କ ମୃତ୍ୟୁ ହୋଇଛି। ସାପ କାମୁଡ଼ା ଘଟଣା ରାଜ୍ୟରେ ଏକ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଅନ୍ଧ ବିଶ୍ୱାସ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ଅଭାବ ଯୋଗୁ ରାଜ୍ୟରେ ବହୁ ଲୋକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁମୁଖରେ ପଡୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ୩ ହଜାର ୨୦୭ ଜଣଙ୍କ ସର୍ପ ଦଂଶନରେ ମୃତ୍ୟୁ ହୋଇଛି। ତେବେ ଏହା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୫-୧୬ରେ ସାପ କାମୁଡ଼ାରେ ରାଜ୍ୟରେ ୪୮୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୬-୧୭ରେ ୬୦୮, ୨୦୧୭-୧୮ରେ ୮୩୪, ୨୦୧୮-୧୯ରେ ୮୬୩ ଏବଂ ୨୦୧୯ ଅକ୍ଟୋବର ୧୬ ମଧ୍ୟରେ ୪୨୦ ଜଣଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୨୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମ ୨୭୮, ବାଲେଶ୍ୱର ୨୫୭, ଭଦ୍ରକ ୧୮୨, କଟକ ୧୪୯, ଢେଙ୍କାନାଳ ୧୩୬, ଯାଜପୁର ୧୭୫, କେନ୍ଦ୍ରାପଡ଼ା ୧୨୫, କେନ୍ଦୁଝର ୨୩୨, ନବରଙ୍ଗପୁର ୧୩୧, ପୁରୀ ୧୧୬, ସମ୍ବଲପୁର ୧୪୧ ଏବଂ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୧୪୮ ଜଣଙ୍କ ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ଇଞ୍ଜେକ୍ସନ ଅଭାବ ଯୋଗୁ ଅନେକ ସୟୟରେ ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ନେଇ ଅଭିଯୋଗ ହୋଉଛି।
ବଜ୍ରପାତ ମଧ୍ୟ ଅନ୍ୟ ଏକ ଭୟଙ୍କର ବିପତ୍ତି ଭାବେ ଉଭା ହେଲାଣି। ଏହି ମୃତ୍ୟୁହାର ପ୍ରତିବର୍ଷ ବଢି ବଢି ଚାଲିଛି। ସୂଚନା ମୁତାବକ ୨୦୧୫-୧୬ରେ ୪୦୨ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବାବେଳେ ୨୦୧୬-୧୭ରେ ୪୦୧, ୨୦୧୭-୧୮ରେ ୪୬୭, ୨୦୧୮-୧୯ରେ ୩୩୧ ଏବଂ ୨୦୧୯ ଅକ୍ଟୋବର ୧୬ ଯାଏ ୨୧୯ ଜଣଙ୍କ ମୃତ୍ୟୁ ହୋଇଛି।
ଡଙ୍ଗାବୁଡି ଘଟଣା ଏକ ପ୍ରାକୃତିକ ବିପତ୍ତି ହୋଇ ନ ଥିଲେ ମଧ୍ୟ ରାଜ୍ୟରେ ଏଥିଯୋଗୁ ଘଟୁଥିବା ମୃତ୍ୟୁହାର ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ୨୦୧୧-୧୨ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪୬ ଜଣଙ୍କର ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ହେଲାଣି। ସମ୍ବଲପୁରରେ ସର୍ବାଧିକ ୩୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳ ୧୧, କେନ୍ଦ୍ରାପଡା ୧୨, କୋରାପୁଟ ୨୦, ମାଲକାନଗିରିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଜିଲା ପ୍ରଶାସନ ବେଆଇନ ଡଙ୍ଗା ଉପରେ କଟକଣା ଲଗାଇବାରେ ବିଫଳ ହେଉଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ବେଆଇନ ଡଙ୍ଗା ଚଳାଚଳକୁ ରୋକିବାକୁ ରାଜ୍ୟ ସରକାର ଚଳିତ ବର୍ଷ ଓଡ଼ିଶା ବୋଟ୍‌ ରୁଲ-୨୦୦୪କୁ ସଂଶୋଧନ କରି ଓଡ଼ିଶା ବୋଟ୍‌(ସଂଶୋଧିତ) ରୁଲ-୨୦୧୯ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ଏହି ସଂଶୋଧିତ ରୁଲରେ ଡଙ୍ଗା ଓ ଏହାର ଚାଳକଙ୍କ ପାଇଁ କେତେକ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ଡଙ୍ଗାଗୁଡିକୁ ପଞ୍ଜୀକରଣ କରାଯିବା ସହ ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଅକ୍ଷରରେ ପଞ୍ଜୀକରଣ ନମ୍ବର ଲେଖିବାକୁ ପଡ଼ିବ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟି ଦେବା ସହ ବେଆଇନ ଡଙ୍ଗା ବିରୋଧରେ କଠୋର ପଦକ୍ଷେପ ନେବାକୁ ମଧ୍ୟ ରୁଲରେ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?