ଦଶମ ପରୀକ୍ଷାଫଳ

ଡ. ମନୋରଞ୍ଜନ ପ୍ରଧାନ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟାମୋଟି ଭାବରେ ରାଜ୍ୟରେ ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ କୃତିତ୍ୱ ଉତ୍ସାହପୂର୍ଣ୍ଣ ରହିଛି। ରାଜ୍ୟ ସ୍ତରରେ ପରୀକ୍ଷାଫଳ ୯୬.୦୭ ପ୍ରତିଶତ ହୋଇଛି। ଜିଲା ସ୍ତରରେ କଟକ ୯୭.୯୮% ସହ ସର୍ବାଗ୍ରେ ଥିବାବେଳେ ୯୩.୬% ପାସ୍‌ ହାର ସହ ନୂଆପଡ଼ା ଜିଲା ତାଲିକାରେ ଶେଷ ସ୍ଥାନରେ ଅଛି। କୋରାପୁଟ, ମାଲକାନଗିରି,ରାୟଗଡ଼ା, ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲାର ଫଳାଫଳ ମଧ୍ୟ ଉତ୍ସାହଜନକ ହୋଇଛି। ପୂର୍ବବର୍ଷ ତୁଳନାରେ ଏ ବର୍ଷର ଫଳ ସାମାନ୍ୟ କମ୍‌ ରହିଛି। ସୂଚନାଯୋଗ୍ୟ, ୨୦୨୩ ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷାଫଳ ୯୭.୯୯% ଥିଲା, ଯାହାକି ଏ ବର୍ଷର ଫଳାଫଳଠାରୁ ପ୍ରାୟ ୧.୨୬ ପ୍ରତିଶତ କମ୍‌।
ଉଲ୍ଲେଖନୀୟ କଥା ହେଉଛି ଗତ ବର୍ଷଗୁଡ଼ିକ ଭଳି ଏ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ମାଟ୍ରିକ ପରୀକ୍ଷାରେ ଅଧିକ ସଫଳ ହୋଇଛନ୍ତି। ଗତ ୫ବର୍ଷର ପରୀକ୍ଷାଫଳକୁ ବିଶ୍ଳେଷଣକଲେ ଜଣାଯାଏ, ଝିଅମାନେ ପୁଅମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି। ତଥ୍ୟ ଅନୁଯାୟୀ ୨୦୧୯, ୨୦୨୦, ୨୦୨୧, ୨୦୨୩ ଓ ୨୦୨୪ ଶିକ୍ଷାବର୍ଷରେ ମାଟ୍ରିକ୍‌ ପରୀକ୍ଷାରେ ପୁଅମାନଙ୍କ ସଫଳତା ହାର ଯଥାକ୍ରମେ ୬୫.୨୬, ୭୭.୮୦, ୯୭.୯, ୯୫.୫ ଓ ୯୫.୩୯ ପ୍ରତିଶତ ଥିବାବେଳେ ଝିଅମାନଙ୍କ ପାସ୍‌ ହାର ଥିଲା ଯଥାକ୍ରମେ ୭୨.୬୫, ୮୧.୯୮, ୮୩.୩, ୯୭.୦୭ ଓ ୯୬.୭୩ ପ୍ରତିଶତ। କେବଳ ସେତିକି ନୁହେଁ, ଏ ବର୍ଷ ସର୍ବାଧିକ ନମ୍ବର ରଖିଥିବା ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ଅଧିକ। ଏହା ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରେରଣାଦାୟୀ। ଆଜି ପିତାମାତାଙ୍କ ସଚେତନତା ଓ ଛାତ୍ରୀମାନଙ୍କ ଉତ୍ସାହ ହେତୁ ଝିଅମାନଙ୍କ ନାମଲେଖା ହାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବଢ଼ିବା ଦେଶ ଓ ସମାଜ ପାଇଁ ଶୁଭଙ୍କର । କାରଣ ନାରୀ ଶିକ୍ଷିତ, ସଶକ୍ତ ଓ ସମୃଦ୍ଧ ହୋଇପାରିଲେ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ସହଜ ଓ ସରଳ ହୋଇପାରିବ। ତେବେ ଝିଅମାନଙ୍କ ଉତ୍ସାହପୂର୍ଣ୍ଣ ଫଳାଫଳ ପାଇଁ ସରକାରଙ୍କ ଗଠନମୂଳକ ପଦକ୍ଷେପ ପ୍ରଶଂସନୀୟ। ତେବେ ବର୍ତ୍ତମାନ ସଂକ୍ଷେପରେ ଆଲୋଚନା କରିବା ମାଟ୍ରିକ୍‌ ପରୀକ୍ଷାଫଳ ସମ୍ବନ୍ଧରେ।
ପ୍ରଥମତଃ ଦଶମ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ସର୍ବ ପ୍ରଥମ ଶ୍ରେୟ ଶିକ୍ଷାର୍ଥୀମାନଙ୍କୁ ଯିବ। କାରଣ ସେମାନଙ୍କ ପ୍ରଚେଷ୍ଟା, ପରିଶ୍ରମର ପରାକାଷ୍ଠା ହେଉଛି ଏହି ଉପଲବ୍ଧି। ତା’ପରେ ଶ୍ରେୟ ଯିବ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ। ପିଲାଙ୍କ ପାଠପଢ଼ା ପାଇଁ ଦିନରାତି ଏକ କରିଦେଇଥିବା ପିତାମାତା, ଅଭିଭାବକମାନଙ୍କୁ ଏବଂ ଏଥିସହ ସରକାରୀ ସ୍ତରରେ ନିଆଯାଉଥିବା ବିବିଧ ପଦକ୍ଷେପ ମଧ୍ୟ ଏଭଳି ପ୍ରେରଣାଦାୟୀ ଫଳାଫଳରେ ନିଦାନ ହୋଇପାରେ।
ଏହା ବ୍ୟତୀତ ଆମ ରାଜ୍ୟର ମାଟ୍ରିକ୍‌ ପରୀକ୍ଷାଫଳ ଭଲ ହେବାର ଅନ୍ୟ କେତୋଟି କାରଣ ହେଉଛି, ପାଠ୍ୟକ୍ରମ ଓ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ। ଆଜିର ପାଠ୍ୟକ୍ରମ ପୂର୍ବପରି ନାହିଁ। ପୂର୍ବରୁ ପାଠ୍ୟକ୍ରମ ଓ ପୁସ୍ତକଗୁଡ଼ିକର ବିଷୟବସ୍ତୁ ତୁଳନାତ୍ମକ ଭାବରେ ଜଟିଳ ଓ ବହୁଳ ଥିଲା। ଆଜିକାଲି ପୁସ୍ତକଗୁଡ଼ିକର କଳେବର କମିଛି ଓ ବିଷୟବସ୍ତୁ ଗୁଡ଼ିକୁ ସରଳୀକରଣ କରାଯାଇଛି। ଏଥିସହ ପରୀକ୍ଷା ଢାଞ୍ଚା ଓ ପ୍ରଶ୍ନପତ୍ରର ସ୍ବରୂପ ମଧ୍ୟ ବଦଳିଛି। ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ସଂଖ୍ୟା କମିଛି,ଅତି କ୍ଷୁଦ୍ର ବା ବସ୍ତୁନିଷ୍ଠ ପ୍ରଶ୍ନ ସଂଖ୍ୟା ବଢ଼ିଛି। ବହୁବିଧ ଚୟନ ସୁବିଧା (ମଲ୍ଟିପଲ ଚଏସ୍‌) ମୂଳକ ପ୍ରଶ୍ନ ବୃଦ୍ଧି ହେବା ମାଟ୍ରିକ ପରୀକ୍ଷା ଫଳ ଅଧିକ ହେବାର ଏକ କାରଣ କୁହାଯାଇପାରେ। ଦ୍ୱିତୀୟରେ, ମୂଲ୍ୟାୟନ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଘଟିଛି। ଆଉ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭାଷା ବିଷୟଗୁଡ଼ିକରେ ୭୦ ପାର କରିବା ପରେ ଗୋଟି ଗୋଟି ଅକ୍ଷର ପଢ଼ି ନମ୍ବର କାଟୁ ନାହାନ୍ତି କି ଶହେରୁ ଶହେ ଦେବାକୁ କୁଣ୍ଠାବୋଧ କରୁନାହାନ୍ତି। ବନାନଗତ ଅଶୁଦ୍ଧି, ବ୍ୟାକରଣଗତ ତ୍ରୁଟି ଓ ତଥ୍ୟଗତ ଭୁଲ୍‌ ଗୁଡ଼ିକୁ ନମ୍ବର କାଟିବାର ମାନସିକତା ପ୍ରାୟତଃ ଉଭେଇଗଲାଣି। ଭାଷା ବିଷୟଗୁଡିକ ସହ ଅନ୍ୟ ବିଷୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଖୋଲା ହସ୍ତରେ ନମ୍ବର ଦେବାକୁ ଦ୍ବିଧା ପ୍ରକଟ କରୁନାହାନ୍ତି। ଅର୍ଥାତ୍‌ ମୂଲ୍ୟାୟନ ପ୍ରକ୍ରିୟାରେ ମଧ୍ୟ ନମନୀୟତା ଓ ପରୀକ୍ଷା କରେଇବାରେ ସରଳତା ଉଲ୍ଲେଖନୀୟ ପରୀକ୍ଷାଫଳର ଏକ କାରଣ। ଏଥିସହ ମାଟ୍ରିକ୍‌ ପରୀକ୍ଷା ଫଳ ଭଲ ହେବାରେ ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ କରିବା, ପ୍ରଯୁକ୍ତି ବିଦ୍ୟା ଉପଯୋଗ ପାଇଁ ସ୍ମାର୍ଟ କ୍ଳାସ୍‌, ଇ-ଲାଇବ୍ରେରି, ବ୍ୟାପକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ମଧ୍ୟ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାରେ ଅନେକ ପରିମାଣରେ ସହାୟତା ପ୍ରଦାନ କରିଛି। ଭଲ ପରୀକ୍ଷାଫଳର ଶ୍ରେୟ ମଧ୍ୟ ସାମାଜିକ ଗଣମାଧ୍ୟମର ସହାୟତା ଓ ପିତାମାତାଙ୍କ ପ୍ରଚେଷ୍ଟାର ଫଳଶ୍ରୁତି। ଆଜିକାଲି ଗାଁରେ ରହୁଥିବା ଛାତ୍ରୀଛାତ୍ର ୟୁଟ୍ୟୁବ୍‌ ଭଳି ଅନେକ ସାମାଜିକ ଗଣମାଧ୍ୟମ ଉପଯୋଗକରି ରାଜ୍ୟ,ଦେଶ ବା ଦେଶ ବାହାରର ପ୍ରଭାବଶାଳୀ ପ୍ରାଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଶିକ୍ଷାଦାନକୁ ଘରେ ବସି ଶୁଣିପାରୁଛନ୍ତି, ଯାହାକି ସେମାନଙ୍କ ଅନେକ ଦ୍ବନ୍ଦ୍ୱ ଓ ଶିକ୍ଷଣଜନିତ ସମସ୍ୟା ଦୂରୀଭୂତ କରିବାରେ ବିଶେଷ ସହାୟକ ହେଉଛି। ତେଣୁ ଦଶମ ପରୀକ୍ଷାରେ ଉତ୍ସାହଜନକ ପ୍ରଦର୍ଶନର ଶ୍ରେୟ ଅନେକଙ୍କର। ତଥାପି କେବଳ ସଂଖ୍ୟାତ୍ମକ ଦୃଷ୍ଟିରୁ ଫଳାଫଳର ପ୍ରତିଶତକୁ ନେଇ ଉତ୍‌ଫୁଲ୍ଲିତ ନ ହୋଇ ଛାତ୍ରୀଛାତ୍ରମାନଙ୍କ ଗୁଣାତ୍ମକ ବିକାଶ ପାଇଁ ସବୁ ସ୍ତରରେ ଚେଷ୍ଟା କରାଯିବା ଉଚିତ। କାରଣ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଶିକ୍ଷାର୍ଥୀମାନଙ୍କ ପାଖରେ ସାଧାରଣ ଜ୍ଞାନ, ବିଷୟବସ୍ତୁଗୁଡିକର ଅବଧାରଣାଗତ ବୋଧଗମ୍ୟତା, ନିର୍ଭୁଲ୍‌ କଥନ ଓ ଲିଖନ ଏବଂ ସାମାଜିକ ଆଚରଣରେ ଅନେକ ତ୍ରୁଟିବିଚ୍ୟୁତି ଦେଖିବାକୁ ମିଳୁଛି। ଏପରିକି ଦଶମ ପରୀକ୍ଷାରେ ସର୍ବୋଚ୍ଚ ଅଙ୍କ ପ୍ରାପ୍ତ କରିଥିବା ଛାତ୍ରୀଛାତ୍ରମାନେ ଉଚ୍ଚଶ୍ରେଣୀରେ ନିରାଶଜନକ ଭାବରେ ବିଫଳ ହେବାର ଅନେକ ଦୃଷ୍ଟାନ୍ତ ଅଛି। ଅବଶ୍ୟ ଏହାର କାରଣ ବହୁବିଧ। ତଥାପି ଦୃଢ଼ ତଥା ସଶକ୍ତ ବିଦ୍ୟାଳୟ ମୂଳଦୁଆ ଆଗାମୀ ଭବିଷ୍ୟତ ନିର୍ମାଣର ମାର୍ଗ ପ୍ରଶସ୍ତ କରିଥାଏ ଏକଥା ସମସ୍ତଙ୍କୁ ହେଜିବାକୁ ପଡ଼ିବ।
ସହକାରୀ ପ୍ରଫେସର, ବିକ୍ରମଦେବ ବିଶ୍ବବିଦ୍ୟାଳୟ,
ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri