ଦର ବୃଦ୍ଧି ନ କଲେ ଆଖୁ ଦେବେନି ଚାଷୀ

ଆସିକା,୧ା୨(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପରେ ଚଳିତ ବର୍ଷ ପାଇଁ ଶୁକ୍ରବାର ମଧ୍ୟାହ୍ନରେ ଆଖୁପେଡା ଆରମ୍ଭ ହୋଇଛି। ଶୁଭ ମୂହୁର୍ତ୍ତ ଦିନ ପ୍ରାୟ ୧ଟାବେଳେ କାରଖାନା ଆଖୁ ନାଳିରେ ଆଖୁପକାଯାଇ ଆନୁଷ୍ଠାନିକ ଭାବେ ଆଖୁପେଡା ଆରମ୍ଭ କରାଯାଇଥିଲା। ତେବେ ଆଖୁଚାଷୀଙ୍କୁ ସେମାନଙ୍କ ଆଖୁ କାଟିବା ଲାଗି ବିଧିବଦ୍ଧ କଟିଂ ଅର୍ଡର ଦେଇ କାରଖାନାକୁ ସ୍ବାଭାବିକ ଆଖୁପେଡା ଲାଗି ଆହୁରି ୪ ଦିନ ଲାଗିଯିବ ବୋଲି ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରା ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଏହି କାରଖାନା ପରିସରଭୁକ୍ତ ଜିଲାର ବିଭିନ୍ନ ସ୍ଥାନରେ ୪ହଜାର ୨୫୦ ଏକର ଜମିରେ ଆଖୁଚାଷ କରାଯାଇଥିବାବେଳେ ସମୁଦାୟ ୮୬ ହଜାର ୩ଶହ ମେଟ୍ରିକ୍‌ ଟନ୍‌ ଆଖୁ ପେଡିବା ଲାଗି କାରଖାନା ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦୈନିକ ୧୫ଶହ ଟନ୍‌ ହିସାବରେ ଆଖୁ ପେଡା ଗଲେ ସମୁଦାୟ ଆଖୁ ପେଡିବା ଲାଗି ପ୍ରାୟ ଅଢେଇ ମାସ ଲାଗିଯିବ ବୋଲି କୁହାଯାଉଛି। ତେବେ ଚଳିତ ବର୍ଷ ଏହି ଆଖୁପେଡା ଉତ୍ସବରେ କାରଖାନାକୁ ଆଖୁ ଯୋଗାଉଥିବା ଆଖୁଚାଷୀ ସଂଘ ନିଜକୁ ଦୂରେଇ ରଖିଛି। ଆଖୁଚାଷ ଲାଗି ମଜୁରି ଓ ଉପତ୍ାଦନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଆଖୁଦର ବୃଦ୍ଧି ନିମନ୍ତେ ଚାଷୀ ଦାବି କରୁଛନ୍ତି। ଏଥିପ୍ରତି କାରଖାନା କର୍ତ୍ତୃପକ୍ଷ ଉଦାସିନ ମନୋଭାବ ପୋଷଣ କରିଥିବାରୁ ଆଖୁଚାଷୀମାନେ ଏହାର ପ୍ରତିବାଦରେ ଉତ୍ସବରେ ଯୋଗଦେଇ ନ ଥିବା ସଂଘର ସଭାପତି ସମୀର ପ୍ରଧାନ ପ୍ରକାଶ କରିଛନ୍ତି। ଏପରିକି ଆଖୁ ଦର ବୃଦ୍ଧି କରା ନ ଗଲେ ଆଖୁଚାଷୀମାନେ କାରଖାନା ପକ୍ଷରୁ ଦିଆଯାଉଥିବା କଟିଂ ଅର୍ଡର ଗ୍ରହଣ କରିବେ ନାହିଁ ବୋଲି ସଭାପତି ପ୍ରଧାନ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଯୁବକଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, କଲେ ଆର୍ଥିକ ସହାୟତା

ଗଞ୍ଜାମ, ୧୮।୭(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଦ୍ୟାଧର ପଲାଇ ବର୍ତ୍ତମାନ ଏକ ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି।…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି: ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ୱ ବଙ୍ଗଳା ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ ସମ୍ପର୍କିତ ଏକ…

ଭୋଟରଙ୍କ ଆପତ୍ତି ଅଭିଯୋଗ ଶୁଣାଣି ଶିବିର: ସ୍ଥିତି ସମୀକ୍ଷା କଲେ ଭଞ୍ଜନଗର ଉପଜିଲାପାଳ

ଭଞ୍ଜନଗର, ୧୮।୭ (ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ଚିଠା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍.) ପରବର୍ତ୍ତୀ ଶୁଣାଣି ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ଏହି…

ଭାଇ ସହ ହେଲା କଳି ଏମତି କାଣ୍ଡ କରିଦେଲେ ୧୩ ବର୍ଷର …

ଛତ୍ରପୁର, ୧୮।୭ (ଦିଲ୍ଲୀପ ସାମଲ): ଛତ୍ରପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ମାଉଜର,ଗଞ୍ଜେଇ ସହ ୬ ଗିରଫ ପୋଲିସକୁ ଚକମା ଦେଇ ଖସିଯାଉଥିଲେ

ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଅପରାଧି ଦମନରେ ବିଗତ କିଛି ମାସ ହେବ ଲାଗିପଡ଼ିଛି। ଏହିଭଳି ଶନିବାର ପୋଲିସ ଦୁଇଟି ମାମଲାରେ ୬ ଜଣଙ୍କୁ…

୮୦ ନୂଆ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶ: ଗଞ୍ଜାମରୁ ୧୧, ଜାଣନ୍ତୁ କେଉଁ କଲେଜରେ କିଏ…

ଭଞ୍ଜନଗର,୧୮ା୭(ବାବୁଲା ପ୍ରଧାନ): ରାଜ୍ୟ ସରକାର ରାଜ୍ୟରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲିଥିବା ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଶନିବାର ୮୦ ଜଣ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶିତ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri