ଦନ୍ତା ହାତୀ ଗୋଠଛଡ଼ା: ବଢ଼ି ଚାଲିଛି ଉତ୍ପାତ

ଝୁମ୍ପୁରା, ୧୯।୮ (ଡି.ଏନ.ଏ.)- କେନ୍ଦୁଝର ଜିଲା ବନଖଣ୍ଡ ଅଧୀନ ଭୂୟାଁ ଜୁଆଙ୍ଗପୀଢ଼ ଓ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୩ଟି ଗୋଠଛଡ଼ା ଦନ୍ତାହାତୀ ଦୀର୍ଘ ୩ ବର୍ଷ ଧରି ଉପଦ୍ରବ ଚଳାଇ ଆସୁଛନ୍ତି । ରାତି ହେଲେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଇଲାକାରେ ପଶି ସେମାନେ ଫସଲ ନଷ୍ଟ କରିବା, ଘରଦ୍ୱାର ଭାଙ୍ଗି ଧନଜୀବନ ହାନି ଘଟାଉଛନ୍ତି। ବନ ବିଭାଗ ଏମାନଙ୍କୁ ଘଉଡ଼ାଇ ପାରୁ ନାହିଁ କି ନିୟନ୍ତ୍ରଣ କରି ପାରୁ ନାହିଁ।
ଜିଲା ବନଖଣ୍ଡ ଅନ୍ତର୍ଗନ୍ତ ୨ ରେଞ୍ଜ ଅଧୀନରେ ମୋଟ ୮ଟି ଫରେଷ୍ଟ ସେକ୍‌ସନ ରହିଛି। ସମ୍ଭବତଃ ଝାଡ଼ଖଣ୍ଡରୁ ଚାଲି ଆସିଥିବା ହାତୀପଲରୁ କେତୋଟି ଦନ୍ତା ହାତୀ ଗୋଠଛଡା ହୋଇ ଏଣେତେଣେ ଘୂରି ବୁଲୁଛନ୍ତି। ୩ଟି ଯାକ ଗୋଠଛଡା ଦନ୍ତା ହାତୀ କେଉଁଠୁ ଆସିଲେ ସେ ସମ୍ପର୍କରେ ବନ ବିଭାଗ କୌଣସି ସୂଚନା ଦେଇ ପାରୁ ନାହିଁ ା ଝୁମ୍ପରା ବ୍ଲକ ଅଞ୍ଚଳରେ ଏକୁଟିଆ ଘୂରି ବୁଲୁଥିବା ଏକ ଦନ୍ତାହାତୀ ଗତ କିଛି ମାସ ଧରି ଗ୍ରାମବାସୀ ଓ ବନ କର୍ମଚାରୀଙ୍କ ନିଦ ହଜାଇଛି। ମାସକ ତଳେ ମଲଦା ଗାଁରେ ଘର ଭାଙ୍ଗିବା ସହ ୭ ବର୍ଷର ଜଣେ ବାଳିକାଙ୍କୁ ଘରୁ ଶୁଣ୍ଢରେ ଟାଣି ଆଣି ମାରି ପକାଇଥିବା ଦନ୍ତାହାତୀ ଏହାମଧ୍ୟରେ କିଛିଦିନ ଜଙ୍ଗଲକୁ ଚାଲିଯାଇ ପୁଣି ଫେରିଛି। ଗତ ଶନିବାର ରାତିରେ ଏହି ଦନ୍ତା ମଲଦା ପଞ୍ଚାୟତର କାଳିଆପାଳ ଓ ଗୋଡୁଆଟୋପା ଗଁାରେ ପଶି ଫସଲ ଉଜାଡି ଘର ଭାଙ୍ଗି ଆତଙ୍କ ଖେଳାଇଛି। ସେ କାଳିଆପାଳ ଗାଁକୁ ପଶି ଗୋଟିଏ ଘର ଭାଙ୍ଗିବା ପରେ ନିକଟସ୍ଥ ଗୋଡୁଆଟୋପା ଗଁାକୁ ଚାଲିଯାଇ ଆଉ ୩ଟି ଘର ଭାଙ୍ଗଛି। ଦନ୍ତା ହାତୀ ଘର କାନ୍ଥ ଭାଙ୍ଗି ପକାଇବାରୁ ଗୁରେଇ ମୁଣ୍ଡା ନାମ୍ନୀ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ବନ କର୍ମଚାରୀ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାକୁ ଚିକିତ୍ସା ଲାଗି ପଠାଇଛନ୍ତି। ଗୋଠଛଡ଼ା ଦନ୍ତାହାତୀର ପୁଣି ଜଙ୍ଗଲତଳି ଇଲାକାକୁ ଫେରିଥିବାରୁ ସନ୍ଧ୍ୟା ହେଲେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନ କର୍ମଚାରୀ ଏହାର ଗତିବିଧି ନିରୀକ୍ଷଣ କରୁଥିବା କହୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରି ପାରୁ ନ ଥିବାରୁ ଦିନକୁ ଦିନ ଧନ ଜୀବନ କ୍ଷତି ବଢି ଚାଲିଛି।
ଜିଲାର ଚମ୍ପୁଆ ଓ ଭୂୟାଁ ଜୁଆଙ୍ଗ ରେଞ୍ଜ ଅଧୀନରେ ଘୂରି ବୁଲୁଥିବା ୩ ଗୋଠଛଡ଼ା ଦନ୍ତାହାତୀଙ୍କ ଆକ୍ରମଣରେ ୩ବର୍ଷ ମଧ୍ୟରେ ଅଞ୍ଚଳର ୮ଜଣ ଗ୍ରାମବାସୀ ମୃତ୍ୟୁବରଣ କରିଛନ୍ତି। ଶତାଧିକ ଘର ଭାଙ୍ଗିଛି। ବହୁ ପରିମାଣରେ ଫସଲ ନଷ୍ଟ ହୋଇଛି। ବନ ବିଭାଗ ନାମକୁ ମାତ୍ର ଦନ୍ତାହାତୀଙ୍କ ପିଛା କରି ଘୂରି ବୁଲୁଥିବା ଦେଖାଯାଉଛି। ଏସବୁ ଦନ୍ତାହାତୀଙ୍କୁ ଟ୍ରାଙ୍କୁଲାଇଜ କରି ନିୟନ୍ତ୍ରଣ କରିବାପରେ ଅନ୍ୟତ୍ର ଛାଡିବାକୁ ଅଞ୍ଚଳବାସୀ ଦାବିକରି ଆସୁଛନ୍ତି। ବନ ବିଭାଗ ସମ୍ପର୍କରେ ବନ୍ୟପ୍ରାଣୀ ବିଭାଗକୁ ଅବଗତ କରାଇଥିବା କହି ନୀରବ ରହୁଛି। ଜଙ୍ଗଲ ତଳି ଇଲାକକୁ ଫେରି କାଳିଆପାଳ ଓ ଗୋଡୁଆଟୋପା ଅଞ୍ଚଳରେ ଉପଦ୍ରବ କରୁଥିବା ଦନ୍ତା ହାତୀ ସମ୍ପର୍କରେ ବାମେବାରୀ ଫରେଷ୍ଟର ଯତୀନ୍ଦ୍ର ସାହୁଙ୍କୁ ପଚାରିବାରୁ କହିଛନ୍ତି, ସବୁ ସମୟରେ ବନ କର୍ମଚାରୀ ଏହା ଉପରେ ନଜର ରଖିଛନ୍ତି। ୧୭ତାରିଖରେ ବନ କର୍ମଚାରୀଙ୍କ ସ୍କ୍ବାଡ କାଳିଆପାଳ ରାସ୍ତାରେ ଥିଲେ। ଗୋଠଛଡ଼ା ଦନ୍ତାହାତୀ ଚକମା ଦେଖାଇ କାଳିଆପାଳ ଗ୍ରାମରୁ ଗୋଡୁଆଟୋପା ଗାଁକୁ ଚାଲିଆସି ଘର ଭାଙ୍ଗି ପକାଇଥିଲା। ପରେ ଏହାକୁ ଜଙ୍ଗଲକୁ ଘଉଡାଇବା ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ଗୋଠଛଡ଼ା ଦନ୍ତା ହାତୀ ଯୋଗୁ ବର୍ଷବର୍ଷ ଧରି ସେମାନେ ବହୁ କ୍ଷତିର ସମ୍ମୁଖୀନ ହୋଇ ଆସୁଛନ୍ତି। ବନ ବିଭାଗ ଦେଉଥିବା କ୍ଷତପୂରଣ ସମୁଦ୍ରକୁ ଶଙ୍ଖେ। ଏହାମଧ୍ୟରେ ଉକ୍ତ ଦନ୍ତାହାତୀ ଗୋଡୁଆଟୋପା, କାଳିଆପାଳ, ସାନକାଳିମାଟି, ନୁଣଗାଡିଆ, ବାମନଡିହା, ବସନ୍ତପୁର, ନେଦିଗୋଠ, ପଟୁଆକୁଦର, କାଶିଆ, ଅନ୍ଧାରୀଖମଣ ଆଦି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁରେ ବହୁ କ୍ଷତି ଘଟାଇଛି। ରବିବାର ସକାଳେ ଦନ୍ତା ହାତୀ ଗୋଡୁଆଟୋପା ଗାଁ ପାଖ ଜଙ୍ଗଲରେ ଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି ା ତୁରନ୍ତ ସମସ୍ତ ଗୋଠଛଡା ଦନ୍ତାହାତୀକୁ କାବୁ କରି ଅନ୍ୟତ୍ର ଛଡ଼ା ନ ଗଲେ ଲୋକେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଜିଲା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀଙ୍କୁ ପଚାରିବାରୁ ଏହାର ପ୍ରତିକାର କରିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?