ଦନ୍ତା ହାତୀ ଗୋଠଛଡ଼ା: ବଢ଼ି ଚାଲିଛି ଉତ୍ପାତ

ଝୁମ୍ପୁରା, ୧୯।୮ (ଡି.ଏନ.ଏ.)- କେନ୍ଦୁଝର ଜିଲା ବନଖଣ୍ଡ ଅଧୀନ ଭୂୟାଁ ଜୁଆଙ୍ଗପୀଢ଼ ଓ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୩ଟି ଗୋଠଛଡ଼ା ଦନ୍ତାହାତୀ ଦୀର୍ଘ ୩ ବର୍ଷ ଧରି ଉପଦ୍ରବ ଚଳାଇ ଆସୁଛନ୍ତି । ରାତି ହେଲେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଇଲାକାରେ ପଶି ସେମାନେ ଫସଲ ନଷ୍ଟ କରିବା, ଘରଦ୍ୱାର ଭାଙ୍ଗି ଧନଜୀବନ ହାନି ଘଟାଉଛନ୍ତି। ବନ ବିଭାଗ ଏମାନଙ୍କୁ ଘଉଡ଼ାଇ ପାରୁ ନାହିଁ କି ନିୟନ୍ତ୍ରଣ କରି ପାରୁ ନାହିଁ।
ଜିଲା ବନଖଣ୍ଡ ଅନ୍ତର୍ଗନ୍ତ ୨ ରେଞ୍ଜ ଅଧୀନରେ ମୋଟ ୮ଟି ଫରେଷ୍ଟ ସେକ୍‌ସନ ରହିଛି। ସମ୍ଭବତଃ ଝାଡ଼ଖଣ୍ଡରୁ ଚାଲି ଆସିଥିବା ହାତୀପଲରୁ କେତୋଟି ଦନ୍ତା ହାତୀ ଗୋଠଛଡା ହୋଇ ଏଣେତେଣେ ଘୂରି ବୁଲୁଛନ୍ତି। ୩ଟି ଯାକ ଗୋଠଛଡା ଦନ୍ତା ହାତୀ କେଉଁଠୁ ଆସିଲେ ସେ ସମ୍ପର୍କରେ ବନ ବିଭାଗ କୌଣସି ସୂଚନା ଦେଇ ପାରୁ ନାହିଁ ା ଝୁମ୍ପରା ବ୍ଲକ ଅଞ୍ଚଳରେ ଏକୁଟିଆ ଘୂରି ବୁଲୁଥିବା ଏକ ଦନ୍ତାହାତୀ ଗତ କିଛି ମାସ ଧରି ଗ୍ରାମବାସୀ ଓ ବନ କର୍ମଚାରୀଙ୍କ ନିଦ ହଜାଇଛି। ମାସକ ତଳେ ମଲଦା ଗାଁରେ ଘର ଭାଙ୍ଗିବା ସହ ୭ ବର୍ଷର ଜଣେ ବାଳିକାଙ୍କୁ ଘରୁ ଶୁଣ୍ଢରେ ଟାଣି ଆଣି ମାରି ପକାଇଥିବା ଦନ୍ତାହାତୀ ଏହାମଧ୍ୟରେ କିଛିଦିନ ଜଙ୍ଗଲକୁ ଚାଲିଯାଇ ପୁଣି ଫେରିଛି। ଗତ ଶନିବାର ରାତିରେ ଏହି ଦନ୍ତା ମଲଦା ପଞ୍ଚାୟତର କାଳିଆପାଳ ଓ ଗୋଡୁଆଟୋପା ଗଁାରେ ପଶି ଫସଲ ଉଜାଡି ଘର ଭାଙ୍ଗି ଆତଙ୍କ ଖେଳାଇଛି। ସେ କାଳିଆପାଳ ଗାଁକୁ ପଶି ଗୋଟିଏ ଘର ଭାଙ୍ଗିବା ପରେ ନିକଟସ୍ଥ ଗୋଡୁଆଟୋପା ଗଁାକୁ ଚାଲିଯାଇ ଆଉ ୩ଟି ଘର ଭାଙ୍ଗଛି। ଦନ୍ତା ହାତୀ ଘର କାନ୍ଥ ଭାଙ୍ଗି ପକାଇବାରୁ ଗୁରେଇ ମୁଣ୍ଡା ନାମ୍ନୀ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ବନ କର୍ମଚାରୀ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାକୁ ଚିକିତ୍ସା ଲାଗି ପଠାଇଛନ୍ତି। ଗୋଠଛଡ଼ା ଦନ୍ତାହାତୀର ପୁଣି ଜଙ୍ଗଲତଳି ଇଲାକାକୁ ଫେରିଥିବାରୁ ସନ୍ଧ୍ୟା ହେଲେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନ କର୍ମଚାରୀ ଏହାର ଗତିବିଧି ନିରୀକ୍ଷଣ କରୁଥିବା କହୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରି ପାରୁ ନ ଥିବାରୁ ଦିନକୁ ଦିନ ଧନ ଜୀବନ କ୍ଷତି ବଢି ଚାଲିଛି।
ଜିଲାର ଚମ୍ପୁଆ ଓ ଭୂୟାଁ ଜୁଆଙ୍ଗ ରେଞ୍ଜ ଅଧୀନରେ ଘୂରି ବୁଲୁଥିବା ୩ ଗୋଠଛଡ଼ା ଦନ୍ତାହାତୀଙ୍କ ଆକ୍ରମଣରେ ୩ବର୍ଷ ମଧ୍ୟରେ ଅଞ୍ଚଳର ୮ଜଣ ଗ୍ରାମବାସୀ ମୃତ୍ୟୁବରଣ କରିଛନ୍ତି। ଶତାଧିକ ଘର ଭାଙ୍ଗିଛି। ବହୁ ପରିମାଣରେ ଫସଲ ନଷ୍ଟ ହୋଇଛି। ବନ ବିଭାଗ ନାମକୁ ମାତ୍ର ଦନ୍ତାହାତୀଙ୍କ ପିଛା କରି ଘୂରି ବୁଲୁଥିବା ଦେଖାଯାଉଛି। ଏସବୁ ଦନ୍ତାହାତୀଙ୍କୁ ଟ୍ରାଙ୍କୁଲାଇଜ କରି ନିୟନ୍ତ୍ରଣ କରିବାପରେ ଅନ୍ୟତ୍ର ଛାଡିବାକୁ ଅଞ୍ଚଳବାସୀ ଦାବିକରି ଆସୁଛନ୍ତି। ବନ ବିଭାଗ ସମ୍ପର୍କରେ ବନ୍ୟପ୍ରାଣୀ ବିଭାଗକୁ ଅବଗତ କରାଇଥିବା କହି ନୀରବ ରହୁଛି। ଜଙ୍ଗଲ ତଳି ଇଲାକକୁ ଫେରି କାଳିଆପାଳ ଓ ଗୋଡୁଆଟୋପା ଅଞ୍ଚଳରେ ଉପଦ୍ରବ କରୁଥିବା ଦନ୍ତା ହାତୀ ସମ୍ପର୍କରେ ବାମେବାରୀ ଫରେଷ୍ଟର ଯତୀନ୍ଦ୍ର ସାହୁଙ୍କୁ ପଚାରିବାରୁ କହିଛନ୍ତି, ସବୁ ସମୟରେ ବନ କର୍ମଚାରୀ ଏହା ଉପରେ ନଜର ରଖିଛନ୍ତି। ୧୭ତାରିଖରେ ବନ କର୍ମଚାରୀଙ୍କ ସ୍କ୍ବାଡ କାଳିଆପାଳ ରାସ୍ତାରେ ଥିଲେ। ଗୋଠଛଡ଼ା ଦନ୍ତାହାତୀ ଚକମା ଦେଖାଇ କାଳିଆପାଳ ଗ୍ରାମରୁ ଗୋଡୁଆଟୋପା ଗାଁକୁ ଚାଲିଆସି ଘର ଭାଙ୍ଗି ପକାଇଥିଲା। ପରେ ଏହାକୁ ଜଙ୍ଗଲକୁ ଘଉଡାଇବା ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ଗୋଠଛଡ଼ା ଦନ୍ତା ହାତୀ ଯୋଗୁ ବର୍ଷବର୍ଷ ଧରି ସେମାନେ ବହୁ କ୍ଷତିର ସମ୍ମୁଖୀନ ହୋଇ ଆସୁଛନ୍ତି। ବନ ବିଭାଗ ଦେଉଥିବା କ୍ଷତପୂରଣ ସମୁଦ୍ରକୁ ଶଙ୍ଖେ। ଏହାମଧ୍ୟରେ ଉକ୍ତ ଦନ୍ତାହାତୀ ଗୋଡୁଆଟୋପା, କାଳିଆପାଳ, ସାନକାଳିମାଟି, ନୁଣଗାଡିଆ, ବାମନଡିହା, ବସନ୍ତପୁର, ନେଦିଗୋଠ, ପଟୁଆକୁଦର, କାଶିଆ, ଅନ୍ଧାରୀଖମଣ ଆଦି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁରେ ବହୁ କ୍ଷତି ଘଟାଇଛି। ରବିବାର ସକାଳେ ଦନ୍ତା ହାତୀ ଗୋଡୁଆଟୋପା ଗାଁ ପାଖ ଜଙ୍ଗଲରେ ଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି ା ତୁରନ୍ତ ସମସ୍ତ ଗୋଠଛଡା ଦନ୍ତାହାତୀକୁ କାବୁ କରି ଅନ୍ୟତ୍ର ଛଡ଼ା ନ ଗଲେ ଲୋକେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଜିଲା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀଙ୍କୁ ପଚାରିବାରୁ ଏହାର ପ୍ରତିକାର କରିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri