Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷିତ; ଶୁବମନ ନୂଆ ମୁହଁ

ନୂଆଦିଲ୍ଲୀ,୧୩।୯(ପି.ଟି.)- ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା ହୋଇଛି। ଦଳରେ ଏକାଧିକ ଅଦଳବଦଳ କରାଯାଇି। ଖରାପ୍‌ ଫର୍ମ ପାଇଁ ଓପନର ଲୋକେଶ ରାହୁଲଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଫଳରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଇନିଂସ ଓପନ କରିବାର ପଥ ପରିଷ୍କାର ହୋଇଛି। ଉଦୀୟମାନ ଯୁବ ପଞ୍ଜାବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ଙ୍କୁ ପ୍ରଥମଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଶୁବମନ ଉଭୟ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଓ ଓପନର ହିସାବରେ ବ୍ୟାଟିଂ କରିବାର କ୍ଷମତା ରଖୁଥିବାରୁ ଦଳରେ ବ୍ୟାକ୍‌ଅପ୍‌ ଭୂମିକା ନିଭାଇବେ।
ରୋହିତଙ୍କୁ ଇନିଂସ ଓପନ କରିବାର ସୁଯୋଗ ଦେବାକୁ ଆମେ ଚାହୁଁଛୁ। କେବଳ ଚୟନ କମିଟି ନୁହଁ ଟିମ୍‌ ମ୍ୟାନେଜମେଣ୍ଟରେ ସମସ୍ତେ ଏ ନେଇ ସମାନ ମତ ପୋଷଣ କରିଥିଲେ ବୋଲି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। ସେହିପରି ଶୁବମନଙ୍କୁ ଜଣେ ଓପନର ଓ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ କରାଯାଇଛି। ଦୁଇଟି ସ୍ଥାନ ପାଇଁ ସେ ବ୍ୟାକ୍‌ଅପ୍‌ ଖେଳାଳି ଭାବେ ଦାୟିତ୍ୱ ନିର୍ବାହ କରିବେ। ଖେଳ ଜାରି ରଖିଲେ ତାଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳିବ। ସେ ୩ଟି ଯାକ ଫର୍ମାଟରେ ଖେଳିବାର ଦକ୍ଷତା ରଖୁଛନ୍ତି ବୋଲି ପ୍ରସାଦ କହିଛନ୍ତି। ସେହିପରି ଯୁବ ଉଇକେଟକିପର ରିଷଭ ପନ୍ତ ଦଳରେ ସ୍ଥାନ ବଜାୟ ରଖିଥିଲେ ମଧ୍ୟ ଅନ୍ତିମ ଏକାଦଶରେ ତାଙ୍କୁ ସ୍ଥାନ ନ ମଳିପାରେ। ତାଙ୍କ ବଦଳରେ ଅଭିଜ୍ଞ ରିଦ୍ଧିମାନ ଶାହଙ୍କୁ ସୁଯୋଗ ମିଳିପାରେ।
ଅକ୍ଟୋବର ୨ ତାରିଖରୁ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଯଥାକ୍ରମେ ପୁଣେରେ ୧୦ ଓ ରାଞ୍ଚିରେ ୧୯ ତାରିଖରୁ ଆରମ୍ଭ ହେବ। ଘରୋଇ ପରିବେଶ କାରଣରୁ ଉମେଶ ଯାଦବଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଭାରତୀୟ ପିଚ୍‌ରେ ସାଧାରଣତଃ ୨ଜଣ ଦ୍ରୁତ ବୋଲରଙ୍କୁ ଖେଳାଯାଇଥାଏ। ଏପରିସ୍ଥଳେ ଦଳରେ ୪ଜଣ ଦ୍ରୁତ ବୋଲରଙ୍କୁ ସାମିଲ ନ କରିବାକୁ ଚୟନ କମିଟି ନିଷ୍ପତ୍ତି ନେଇଛି।
ସେପ୍ଟେମ୍ବର ୨୬ ତାରିଖରୁ ବିଜୟନଗରମରେ ଆରମ୍ଭ ହେବାକୁ ଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ରୋହିତ ବୋର୍ଡ ସଭାପତି ଏକାଦଶର ନେତୃତ୍ୱ ନେବେ। ଓପନର ହିସାବରେ ସେ ଏହି ମ୍ୟାଚ୍‌ରେ ନିଜର ପରୀକ୍ଷା କରାଇବେ। ଦିନିକିଆ କ୍ରିକେଟରେ ଅତ୍ୟନ୍ତ ସଫଳ ପ୍ରଦର୍ଶନ କରିଥିବାରୁ ରୋହିତଙ୍କୁ ଟେଷ୍ଟରେ ମଧ୍ୟ ଓପନର ଦାୟିତ୍ୱ ଦେବାକୁ ଚୟନକର୍ତ୍ତା ନିଷ୍ପତ୍ତି ନେଇଛନ୍ତି। ଓପନର ହିସାବରେ ସେ ସଫଳ ହେବେ ବୋଲି ପ୍ରସାଦ ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ ରାହୁଲ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ହୋଇଥିବାରୁ ତାଙ୍କ ଉପରେ ଆମର ଭରସା ଅଛି। ତେବେ ଦୁର୍ବଳ ଫର୍ମ କାରଣରୁ ତାଙ୍କୁ ଦଳରୁ ବାଦ୍‌ ଦେବାକୁ ହେଲା। ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲେ ମଧ୍ୟ ସେ ଏହାର ଫାଇଦା ଉଠାଇ ପାରି ନ ଥିଲେ। ରାହୁଲ୍‌ ଏବେ ଘରୋଇ କ୍ରିକେଟ ଉପରେ ଧ୍ୟାନ ଦେଇ ଫର୍ମକୁ ଫେରିବାକୁ ପ୍ରୟାସ କରିବା ଉଚିତ। ପୂର୍ବରୁ ଜାତୀୟ ଦଳରୁ ବାଦ୍‌ ପଡିବା ପରେ ଭିଭିଏସ୍‌ ଲକ୍ଷ୍ମଣ ରଣଜୀ ଟ୍ରଫିରେ ୧୪୦୦ ରନ କରି ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ। ତେଣୁ ରାହୁଲ ଲକ୍ଷ୍ମଣଙ୍କ ପଥ ଅନୁସରଣ କରିବା ଉଚିତ ବୋଲି ସେ କହିଛନ୍ତି। ଟେଷ୍ଟ ଦଳ ସହ ଅଭ୍ୟାସ ମ୍ୟାଚ୍‌ ପାଇଁ ଚୟନ କମିଟି ବୋର୍ଡ ସଭାପତି ଏକାଦଶ ଦଳ ମଧ୍ୟ ଘୋଷଣା କରିଛି। ରୋହିତ ଏହି ଦଳରେ ନେତୃତ୍ୱ ନେବେ।
ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ- ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ (ଉଇକେଟ- କିପର), ରିଦ୍ଧିମାନ ଶାହ (ଉଇକେଟ- କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଇଶାନ୍ତ ଶର୍ମା ଓ ଶୁବମନ ଗିଲ।
ବୋର୍ଡ ସଭାପତି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପ୍ରିୟଙ୍କ ପଞ୍ଚାଲ, ଅଭିମନ୍ୟୁ ଈଶ୍ୱରନ, କରୁନା ନାୟାର,ସିଦ୍ଧେଶ ଲାଡ, କେ.ଏସ୍‌. ଭରତ (ଉଇକେଟ କିପର), ଜଲାଜ ସାକସେନା, ଧର୍ମେନ୍ଦ୍ରସିନ ଜାଡେଜା, ଅଭେଶ ଖାଁ, ଇଶାନ ପୋରେଲ, ଶାର୍ଦ୍ଦୁଳ ଠାକୁର ଓ ଉମେଶ ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri