ଥାନାରେ ଏତଲା ଦେଲେ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ: ସର୍ଭେ କହି ଡାଟା ନେଇଯାଇଛନ୍ତି ଦୁଇ ଯୁବକ

ଅନୁଗୋଳ ଅଫିସ, ୧ା୧୧-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସର୍ଭେ ପାଇଁ ଏକ କମ୍ପ୍ୟୁଟର ସଂସ୍ଥାରୁ ଆସିଥିବା କହି ଦୁଇ ଯୁବକ ଗତ ୨୯ ତାରିଖରେ ଅନୁଗୋଳ ମହିଳା ମହାବିଦ୍ୟାଳୟରୁ ଡାଟା ନେଇଯାଇଥିବା କର୍ତ୍ତୃପକ୍ଷ ଗୁରୁବାର ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ତେବେ ପୋଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଡାକି ପଚରା ଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି।
ଅଭିଯୋଗରୁ ପ୍ରକାଶ ଯେ, ଗତ ୨୯ ତାରିଖ ପୂର୍ବାହ୍ନରେ ଅନୁଗୋଳ ମହିଳା ମହାବିଦ୍ୟାଳୟକୁ ଦୁଇ ଯୁବକ ଆସିଥିଲେ। ଏକ କମ୍ପ୍ୟୁଟର ସଂସ୍ଥାର କର୍ମଚାରୀ ପରିଚୟ ଦେବା ସହ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆସିଛୁ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏପରି କି ସର୍ଭେରେ ସବୁ ତଥ୍ୟ ଠିକ୍‌ ଥିଲେ କଲେଜକୁ ପୁରସ୍କାର ମିଳିବ ବୋଲି ସୂଚନା ଦେଇଥିଲେ। ଦୁହେଁ ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ। ଏହାପରେ ସେମାନେ ମହାବିଦ୍ୟାଳୟରେ ଅଧ୍ୟୟନରତ କେତେଜଣ ଛାତ୍ରୀଙ୍କ ଫଟୋ, ମୋବାଇଲ ନମ୍ବର ଓ ଠିକଣା ସଂଗ୍ରହ କରିଥିଲେ। ତେବେ କୌଣସି କାରଣରୁ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ଯୁବକ ଦ୍ୱୟ କୌଶଳର ସହିତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ କର୍ତ୍ତୃପକ୍ଷ ଦୁହଁିଙ୍କୁ ଯୋଗଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ଶେଷରେ କଲେଜ କର୍ତ୍ତୃପକ୍ଷ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଜଣଙ୍କର ସନ୍ଧାନ ପାଇବା ସହ ଥାନାକୁ ଡକାଇ ପଚରା ଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ସଙ୍ଗୀତା ଦାସ କହିଛନ୍ତି, ଦୁଇ ଯୁବକ ଆସିଥିଲେ। ନକଲି ପରିଚୟ ନେଇ ଛାତ୍ରୀଙ୍କୁ ଡାକି ପାଠପଢ଼ା, କ୍ଲାସ ଠିକ୍‌ ଭାବେ ହେଉଛି କି ନାହିଁ ପଚାରି ବୁଝିଥିଲେ। ତେବେ ଏ ନେଇ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାନବିକତାର ପରିଚୟ ଦେଲେ ଜିଲାପାଳ: ବଢୁଛି ଚର୍ଚ୍ଚା

ନୂଆପଡ଼ା,୧୧ା୯ (ମକାରୁ ବେମାଲ):ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ମେଡିକାଲ ପଠାଇ ମାନବିକତାର ପରିଚୟ ଦେଇଛନ୍ତି ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ। ଗୁରୁବାର ଅପରାହ୍ନରେ ଜିଲା ଅଦାଲତ ନିକଟ…

ପୂରାଉଁଆସରେ ସଂସ୍କୃତି-ପରମ୍ପରାର ଝଲକ: କୁଣ୍ଢିକାଚିରେ ଘର ସଂସାର ଶିକ୍ଷା

ଅମରପାଲି,୧୧।୯(ପୀତାମ୍ବର ସାହୁ):ପରମ୍ପରା ହିଁ ଗୋଟିଏ ଜାତିର ପରିଚୟ। ଯେଉଁ ପରମ୍ପରା ଲୋକଜୀବନ ସହ ପିଢି ପରେ ପିଢି ଯୋଡ଼ି ରହିଛି। ଏହା ହିଁ ହୋଇଯାଏ ଲୋକସଂସ୍କୃତିର ଅମୂଲ୍ୟ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…

ନନ୍ଦନକାନନରେ କେମିତି କଟୁଛି ଓରଙ୍ଗ୍‌ଉଟାନଙ୍କ ଜୀବନ: କିଏ କଣ୍ଢେଇ ଧରି ଶୋଉଛି ତ ଆଉ କାହାକୁ ଜ୍ୱର, ଦେଖନ୍ତୁ Video

ବାରଙ୍ଗ/ ତ୍ରିଶୁଳିଆ, ୧୧ା୯ (ଲିଙ୍ଗରାଜ ରାଉତ/ ତୁଷାରକାନ୍ତ ବେହରା):ମା’ଠାରୁ ଅଲଗା ହେବା ପରେ ବାଲେଶ୍ୱର ଜିଲା ରଣକଠା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ୫…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri