ଥାଇ ପାର୍କ ଗଜରାଜଙ୍କ ମୃତ୍ୟୁଯନ୍ତା

ବ୍ୟାଙ୍କକ, ୧୦ା୧୦ : ହାତୀଙ୍କ ସୁରକ୍ଷା ଲାଗି ବିଶ୍ୱବ୍ୟାପୀ ଅନେକ ପଦକ୍ଷେପ ହାତକୁ ନିଆଯାଉଛି। ସେମାନଙ୍କ ରହିବା, ଖାଇବା, ସ୍ବାସ୍ଥ୍ୟାବସ୍ଥା ସହ ମୁକ୍ତ ଭ୍ରମଣ ଓ ସୁରକ୍ଷିତ ଜୀବନଯାପନ ଲାଗି ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତଥାପି ସେମାନଙ୍କ ସୁରକ୍ଷା ଶତ ପ୍ରତିଶତ ସମ୍ଭବ ହୋଇପାରିନାହିଁ। କେତେବେଳେ ଶିକାରୀଙ୍କ ଲୋଲୁପ ଦୃଷ୍ଟିର ସେମାନେ ଶିକାର ହେଉଛନ୍ତି ତ ପୁଣି କେତେବେଳେ ସେମାନଙ୍କ ଅସାବଧାନତା ତାଙ୍କୁ ମୃତ୍ୟୁମୁଖକୁ ଟାଣିଆଣୁଛି। ଥାଇଲାଣ୍ଡର ଖାଓ ୟାଇ ଜାତୀୟ ପାର୍କରେ ୧୧ ହାତୀଙ୍କ ମୃତ୍ୟୁ ଘଟିବା ପରିବେଶବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଥିବା ଏକ ଜଳପ୍ରପାତର ନିମ୍ନଭାଗରେ ହାତୀଙ୍କ ମରଶରୀର ପଡ଼ିଥିବା ଦେଖାଯିବା ପରେ ସରକାରଙ୍କ ତରଫରୁ ଗଜରାଜଙ୍କ ସୁରକ୍ଷା ଲାଗି ଚିନ୍ତା ବଢ଼ିଯାଇଛି। ହେଲ୍ସ ଆବିସ୍‌ ନାମକ ଏହି ଜଳପ୍ରପାତର ନିମ୍ନ ଅବବାହିକାରେ ପୂର୍ବରୁ ୬ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ପୁଣି ବୁଧବାର ୫ ହାତୀଙ୍କ ମୃତଦେହ ଠାବ କରାଯାଇଛି। ଖାଦ୍ୟ ଅନ୍ବେଷଣରେ ହେଉ ଅବା ପାଣି ପିଇବା ଲାଗି ହେଉ, ସେମାନେ ଜଳପ୍ରପାତକୁ ଆସି ଜଳସ୍ରୋତରେ ଭାସିଯାଇ ପ୍ରାଣ ହରାଉଥିବା ଜଣାପଡ଼ିଛି। ଆଉମାତ୍ର ଦୁଇଟି ହାତୀ ରହିଥିବା ଜଣାପଡିଛି।
ହାତୀ ମୃତ୍ୟୁକୁ ରୋକିବା ଲାଗି ଏବେ ଥାଇଲାଣ୍ଡ ସରକାର ପାର୍କ ଚାରିପଟେ ବାଡ଼ର ବ୍ୟବସ୍ଥା କରିବା ସହ ଡ୍ରୋନ୍‌ ସହାୟତାରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଉତ୍ତର-ପୂର୍ବ ବ୍ୟାଙ୍କକସ୍ଥିତ ପାର୍କର ଚାରିପଟେ ପ୍ରାୟ ୧୨୦ କି.ମି. ସୁରକ୍ଷା ବ୍ୟବସ୍ଥାକୁ ସରକାର କଡ଼ାକଡ଼ି କରିଛନ୍ତି। ଏଭଳି ମୃତ୍ୟୁଠାରୁ ଦୂରେଇ ରଖାଯିବା ଲାଗି ହାତୀଙ୍କ ପାଇଁ ପ୍ରଚୁର ଖାଦ୍ୟ ଓ ପାନୀୟ ଉତ୍ସ ବ୍ୟବସ୍ଥା ଉପରେ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାରିପଟ ବାଡ଼ କରାଯିବା ଓ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବା ଲାଗି ବ୍ୟବସ୍ଥା କରାଯାଉଥିବା ପରିବେଶ ମନ୍ତ୍ରୀ ବରଉତ୍‌ ଶିଳ୍ପା-ଆର୍ଚ୍ଚା ପ୍ରକାଶ କରିଛନ୍ତି। ହାତୀ ହେଉଛନ୍ତି ଥାଇଲାଣ୍ଡର ଜାତୀୟ ପଶୁ। ଜଙ୍ଗଲ ଧ୍ୱଂସ ଯୋଗୁ ଏମାନେ ଖାଦ୍ୟ ଅନ୍ବେଷଣରେ ଆସି ଏଭଳି ଭୟଙ୍କର ମୃତ୍ୟୁର ଶିକାର ହେଉଥିବା ସେ କହିଛନ୍ତି। ଚଳିତବର୍ଷ ଥାଇଲାଣ୍ଡରେ ମରୁଡ଼ି ଦେଖାଦେଇଥିଲା। ପ୍ରାଣୀମାନେ ଜଙ୍ଗଲ ମୁହାଁ ହେବା ପରିବର୍ତ୍ତେ ଖାଦ୍ୟ ଲାଗି ଜନବସତି ଆଡ଼କୁ ମାଡ଼ିଆସିବା ସ୍ବାଭାବିକ। ଏହାକୁ ଏଡ଼ାଇବା ଲାଗି ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri