ଗାଁରେ କଳା ଅଛି: ଚିହ୍ନିବା ଦରକାର

ଗୋଟିଏ ପଟେ ରୋଗୀ ସେବା ଅନ୍ୟପଟେ କଳାରେ ରୁଚି। ବ୍ୟସ୍ତତା ଭିତରେ ଅଭିନୟ, ପୁଣି ତା’ସାଙ୍ଗକୁ ବୃକ୍ଷରୋପଣ। ଏମିତି ‘ଏକରେ ଅନେକ’ ପରିଚୟ ନେଇ ଚାଲିଥିବା ଡା.ନୃପେନ୍ଦ୍ର କୁମାର ଶତପଥୀଙ୍କ ନିଜକଥା ସମ୍ପର୍କରେ …

ପିଲାଦିନ କେମିତି କଟିଥିଲା?
ପୈତୃକ ଗାଁ କଟକ ଜିଲା ମାହାଙ୍ଗା ପଦନଦାସପୁରରେ। ୧୯୭୦ ସେପ୍ଟେମ୍ବର ୧ରେ କଟକରେ ଜନ୍ମ। ପ୍ରାଥମିକ , ଉଚ୍ଚପ୍ରାଥମିକ ଶିକ୍ଷା ଓ କଲେଜ ଜୀବନ ବି କଟିଛି କଟକରେ। ବାପା(କୃଷ୍ଣଚନ୍ଦ୍ର ଶତପଥୀ) ଓଡିଶା ଇଲେକ୍ଟ୍ରିସିଟି ବୋର୍ଡରେ ଚାକିରି କରିଥିଲେ। ପ୍ରତି ରବିବାର ଓ ଛୁଟିଦିନଗୁଡିକରେ ବାପା ମୋତେ ଗାଁକୁ ନିଅନ୍ତି। ଆମ ଗାଁରେ ଦଶହରା ଓ ଦୋଳରେ ଡ୍ରାମା ହୁଏ। ମୋତେ ତାହା ଦେଖିବାର ସୁଯୋଗ ମିଳୁଥିଲା। ପିଲାଦିନେ ପାଇଥିବା ସେହି ସୁଯୋଗ ମୋ ପାଇଁ ସୌଭାଗ୍ୟ ଆଣିଦେଇଛି କଳା କ୍ଷେତ୍ରରେ। ଆଉ ବିଶିଷ୍ଟ ନାଟ୍ୟକାର ଜଗମୋହନ ଲାଲାଙ୍କ ଗ୍ରାମ ପାଖରେ ଆମ ଗାଁ। ଅନ୍ୟପକ୍ଷେ ଏହା ବୈଷ୍ଣବ ପାଣିଙ୍କ ଅଞ୍ଚଳ। ସମସ୍ତେ ତାଙ୍କ ବିଷୟରେ କଥା ହୁଅନ୍ତି, ଏହା ମୁଁ ଶୁଣେ। କଳା ପ୍ରତି ଆକର୍ଷିତ ହେବାର ଏହା ବି ଏକ କାରଣ।
ଅଭିନୟ କେବେଠୁ ଆରମ୍ଭ ହୋଇଥିଲା?
ଷ୍ଟୁଆର୍ଟ ସାଇନ୍ସ କଲେଜରେ ଆଇଏସ୍‌ସି ପଢ଼ିବାବେଳେ ମୁଁ ପ୍ରଥମେ ‘ଚୁପ୍‌ ଶୁଟିଂ ଚାଲିଛି’ନାଟକରେ ଅଭିନୟ କରିଥିଲି। ସେତେବେଳେ ଦୂରଦର୍ଶନରେ‘ମଧୁରେଣ’ ସିରିୟଲରେ ମୋତେ ଅଭିନୟ କରିବାର ସୁଯୋଗ ମିଳିଥିଲା। ୧୯୮୭ରେ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜର ଆନୁଆଲ୍‌ ଡ୍ରାମାରେ ମୁଁ ‘ଜଗୁ’ଭୂମିକାରେ ଅଭିନୟ କରି ସିନିୟରମାନଙ୍କର ପ୍ରିୟ ହେବା ସହ କଲେଜରେ ଏକ ସ୍ବତନ୍ତ୍ର ପରିଚୟ ପାଇଥିଲି। ଏମ୍‌ବିବିଏସ୍‌ର ତୃତୀୟ ଓ ଚତୁର୍ଥ ବର୍ଷ ମୁଁ ଡ୍ରାମାଟିକ ସେକ୍ରେଟାରି ମଧ୍ୟ ରହିଥିଲି। ଏହାପରେ ଏସ୍‌ସିବି ମେଡିକାଲ କଲେଜ, କଟକରେ ହାଉସ୍‌ମ୍ୟାନଶିପ୍‌ କରିବା ସମୟରେ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଡ୍ରାମାରେ ଅଭିନୟ କରିଥିଲି।
ଚାକିରି ସହ ଅଭିନୟ କେମିତି ସମ୍ଭବ ହୋଇଛି?
ଏମ୍‌ବିବିଏସ୍‌ ପାସ୍‌ କରିବାପରେ ନୟାଗଡ଼ର ଭାପୁରରେ ପ୍ରଥମେ ୧୯୯୪ରେ ଚାକିରି କଲି। ପରେ ୧୯୯୫ରେ ବଦଳି ହୋଇ ଆସିଥିଲି କଳାର ମାଟି ମାହାଙ୍ଗାକୁ। ମାହାଙ୍ଗା ସିଏଚ୍‌ସିରେ ଚାକିରିର ଦୀର୍ଘ ବର୍ଷ ଭିତରେ ପେସା ଭିତରେ ଡ୍ରାମାକୁ ଧରି ରଖିବାକୁ ପ୍ରୟାସ କରି ଅନେକାଂଶରେ ସଫଳ ବି ହୋଇଛି। ଅଲ୍‌ଇଣ୍ଡିଅ ରେଡିଓ, କଟକରେ ୨୦୦୮ରେ ଡ୍ରାମା ଅଡିଶନରେ ଯୋଗ୍ୟ ହେବା ପରେ ୧୦ଟି ଡ୍ରାମାରେ ଅଭିନୟ କରିଛି। ୨୦୧୧ରୁ ୨୦୧୪ ଯାଏ ୩ ବର୍ଷରେ ୩୦୦ ଭାଗରେ ପ୍ରସାରଣ କରାଯାଇଥିବା ଟିଭି ସିରିୟଲ୍‌‘ଭାଇ ଭାଉଜ’ରେ ମଁୁ ଅଭିନୟ କରିଛି।
ପରିବାର ସମ୍ପର୍କରେ ?
ବାପା, ବୋଉ (ଉର୍ମିଳା ଶତପଥୀ) ,ସ୍ତ୍ରୀ କିରଣମୟୀ ଓ ଦୁଇ ପୁଅକୁ ନେଇ ମୋ ପରିବାର। ବଡ଼ ପୁଅ ନିତ୍ୟସୁନ୍ଦର ବିଡିଏସ୍‌ ପଢୁଛି। ସାନ ପୁଅ ୧୦ମ ପରୀକ୍ଷା ଦେବ।
ଆପଣଙ୍କ ଆଦର୍ଶ କିଏ?
ମା ଓ ବାପା ମୋ ଜୀବନର ଆଦର୍ଶ। କଳା କ୍ଷେତ୍ରରେ ଷ୍ଟୁଆର୍ଟ ସାଇନ୍ସ କଲେଜର ଅବସରପ୍ରାପ୍ତ ଅଧ୍ୟାପକ ସୁରେଶ ମିଶ୍ର ମୋତେ ଶିକ୍ଷା ଓ ନାଟକ କ୍ଷେତ୍ରରେ ଆଗକୁ ଯିବାରେ ସହାଯ୍ୟ କରିଛନ୍ତି।
କ’ଣ ଖାଇବାକୁ ପସନ୍ଦ କରନ୍ତି?
ଆମିଷ ଖାଇବାକୁ ଭଲ ପାଉଥିଲେ ବି ପଖାଳ ମୋର ସବୁଠୁ ପ୍ରିୟ। ପଖାଳ ସାଙ୍ଗକୁ ଆଳୁ ଭର୍ତ୍ତା ମୋତେ ଭାରି ଭଲ ଲାଗେ।
ଟିଭି ଦେଖନ୍ତି କି?
ହଁ, ସମୟ ମିଳିଲେ ଟିଭି ଦେଖେ। ପୁରୁଣା ଓଡିଆ ସିନେମା ଦେଖିବାକୁ ଭଲ ପାଏ।
କ’ଣ ପଢିବାକୁ ଭଲ ଲାଗେ?
ମୁଁ ବେଶି ଉପନ୍ୟାସ ପଢେ। ବିଶେଷକରି ପ୍ରତିଭା ରାୟଙ୍କ ଉପନ୍ୟାସ ମୋର ପସନ୍ଦ।
ସମୟ ପାଇଲେ କ’ଣ କରନ୍ତି?
ରୋଗୀ ସେବା, ଡ୍ରାମା ଭିତରୁ ସମୟ ବାହାର କରି ପରିବେଶ ଆଡ଼କୁ ବି ନଜର ଦିଏ। ମାହାଙ୍ଗାରେ ରହିବା ସମୟରେ ସେହି ଅଞ୍ଚଳରେ ପ୍ରାୟ ୬ହଜାର ବୃକ୍ଷରୋପଣ କରିଛି। ଏଥିପାଇଁ ମୁ ଁ ଜିଲାସ୍ତରରୁ ତଥା ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛି। ଛୁଟିରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଏ। ମାର୍କେଟିଂ ବି କରେ। ପୋଷାକ କିଣିବାରେ ମୋର ଆଗ୍ରହ ଥାଏ।
ଅବସର ପରେ କ’ଣ ଯୋଜନା ରଖିଛନ୍ତିି?
୨୦୧୮ରେ ମୁଁ ମାହାଙ୍ଗାରୁ କେନ୍ଦ୍ରାପଡ଼ା ବଦଳି ହୋଇ ଜଏଣ୍ଟ ଡାଇରେକ୍ଟର(ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ)ଭାବେ ଯୋଗଦେବା ପରେ ପ୍ରାୟତଃ ସମୟ ପାଉନାହିଁ। ଡ୍ରାମା ଲେଖିବାର ଅଭ୍ୟାସ ବି କମି ଯାଇଛି। ଅବସର ନେବାପରେ ଡ୍ରାମା ଲେଖିବା ସହ ଅଭିନୟରେ ପୂରା ସମୟ ଦେବି। ଗାଁ ପିଲାମାନେ କଳା ପ୍ରତି ଭରସା ହରାଉଛନ୍ତି। ଏଣୁ ଯେଉଁ ଗାଁରେ ଡ୍ରାମା ହେଉଛି ସେଠାରେ ପିଲାମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିବି। କହିବାକୁ ଗଲେ ଗାଁରେ କଳା ରହିଛି ତାହାକୁ ଚିହ୍ନିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri