ତ୍ୟାଗ ପାଇଁ ପ୍ରସ୍ତୁତ, ପ୍ରଥମେ ଥଇଥାନ କରାଯାଉ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ମଙ୍ଗଳବାରଠାରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ କରିବ। ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣକୁ ଭଙ୍ଗାଯିବ। ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ମଙ୍ଗଳବାର ଲଙ୍ଗୁଳି ମଠ ଉଚ୍ଛେଦ ହେବ। ଏହି ମଠରେ ଥିବା ଦୋକାନୀଙ୍କୁ ସେମାନଙ୍କ ଜିନିଷପତ୍ର ଖାଲି କରିବାକୁ ପ୍ରଶାସନ କହିବା ପରେ ବ୍ୟବସାୟୀମାନେ ଚିନ୍ତାରେ ପଡିଥିଲେ। ହେଲେ ସୋମବାର ଅପରାହ୍ନ ଗୋଟାଏ ସୁଦ୍ଧା ଦୋକାନ ଖାଲି କରିବାକୁ ପ୍ରଶାସନର ତାଗିଦକୁ ବିରୋଧ କରି ବ୍ୟବସାୟୀମାନେ ସିଂହଦ୍ୱାର ନିକଟ ବଡ଼ଦାଣ୍ଡରେ ଧାରଣାରେ ବସିଥିଲେ। ପ୍ରଶାସନ ଜୋରଜବରଦସ୍ତ ଭୟଭୀତ କରାଇ ଯେଉଁ ନିଷ୍ପତ୍ତି ନେଉଛି, ତାହା ଠିକ୍‌ ନୁହେଁ। ମହାପ୍ରଭୁଙ୍କ ସୁରକ୍ଷା ପାଇଁ ସେମାନେ ତ୍ୟାଗ କରିବାକୁ ପ୍ରସ୍ତୁତ, କିନ୍ତୁ ପ୍ରଥମେ ଥଇଥାନ କରି ତାଙ୍କୁ ବିସ୍ଥାପିତ କରାଯାଉ ବୋଲି ବ୍ୟବସାୟୀମାନେ କହିଛନ୍ତି।
ଲଙ୍ଗୁଳି ମଠ କୋଠାରେ ଦୋକାନ କରିଥିବା କୃଷ୍ଣମୋହନ ସାହୁ କହିଛନ୍ତି, ପ୍ରଶାସନ ଆମକୁ କୌଣସି ନୋଟିସ ଦେଇନାହିଁ କିମ୍ବା କୌଣସି ଆଲୋଚନା ନ କରି ତରବରିଆ ଭବେ ଦୋକାନ ଖାଲି କରିବାକୁ କହିଛି। ଆମେ ଏ ନେଇ ଭୟଭୀତ ଅଛୁ। ଶ୍ରୀଜଗନ୍ନାଥଙ୍କ ପାଇଁ ଆମେ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଆଗ ଥଇଥାନ କରି ପରେ ଭଙ୍ଗାଯାଉ। ଅନ୍ୟତମ ବ୍ୟବସାୟୀ ତପନ କୁମାର ସାହୁ କହିଛନ୍ତି, ବାପଅଜା ଅମଳରୁ ଆମେ ଠାକୁରଙ୍କ ପାଇଁ ତ୍ୟାଗ କରିଆସୁଛୁ। ଏବେ ପୁଣି ତ୍ୟାଗ କଥା କହୁଛନ୍ତି ଠିକ୍‌ ଅଛି, କିନ୍ତୁ ପ୍ରଥମେ ଥଇଥାନ କରି ଆମକୁ ଉଚ୍ଛେଦ କରାଯାଉ। ୭୫ ମିଟର ଭିତରେ ଆମ ଘର ମଧ୍ୟ ଯାଉଛି। ଦୋକାନ ଜିନିଷପତ୍ର ନେଇ କେଉଁଠି ରଖିବୁ? ଘର ଭାଙ୍ଗିଲେ ପିଲାଛୁଆ ଏବଂ ରୋଗରେ ପଡ଼ିଥିବା ମା’ବାପାଙ୍କୁ ଧରି କେଉଁଠି ରହିବୁ ବୋଲି ତପନ ପ୍ରଶ୍ନ କରିଛନ୍ତି। କେବଳ କୃଷ୍ଣ କିମ୍ବା ତପନ ନୁହନ୍ତି, ସବୁ ବ୍ୟବସାୟୀ ଥଇଥାନ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଉପାୟଶୂନ୍ୟ ହୋଇ ଦୋକାନ ଘର ଖାଲି କରିଥିଲେ ବ୍ୟବସାୟୀ। ବଡ଼ ବଡ଼ ବ୍ୟବସାୟୀ ଗାଡିରେ ଜିନିଷପତ୍ର ଲଦି ନେଉଥିବା ବେଳେ ଆଉ କେହି ଲୋକଙ୍କୁ ଲଗାଇ ମୁଣ୍ଡରେ ଜିନିଷପତ୍ର ଲଦି ଦୋକାନ ଘର ଖାଲି କରୁଥିଲେ। ତେବେ ତରବରିଆ ଭାବେ ଦୋକାନ ଭାଙ୍ଗିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ସେ କହିଛନ୍ତି, ବର୍ତ୍ତମାନ ଦୋକାନ ଭାଙ୍ଗିଲେ ବ୍ୟବସାୟୀମାନେ କେଉଁଠି ଥଇଥାନ ହେବେ। ପ୍ରଥମେ ତାଙ୍କୁ ଥଇଥାନ କରାଯିବା ଦରକାର। ସାଧାରଣତଃ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ତିଆରି ପାଇଁ ୨/୩ ବର୍ଷ ସମୟ ଲାଗିବ। ଦୋକାନୀମାନେ ଚଳିବେ କେମିତି, କ’ଣ ଖାଇବେ? ଯଦି ଏଭଳି ନିଷ୍ପତ୍ତି ନେବାର ଥିଲା ତେବେ ୨/୩ ବର୍ଷ ପୂର୍ବରୁ ଦୋକାନ ଘର ତିଆରି କରିବାର ଥିଲା ବୋଲି ବିଧାୟକ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri