ତ୍ରିସ୍ତରୀୟ ସମବାୟ ଋଣ ପରିଶୋଧ ଅବଧି ବଢ଼ି ୧୨ ମାସ ହେଲା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ସ୍ବଳ୍ପମିଆଦୀ ତ୍ରିସ୍ତରୀୟ ସମବାୟ ଋଣ ଉଠାଣ ଓ ପରିଶୋଧର ସମୟସୀମା ବୃଦ୍ଧି କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ଏହି ଋଣ ଉଠାଣ ଓ ପରିଶୋଧର ସମୟସୀମା ୧୨ ମାସ ଧାର୍ଯ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷ ମାର୍ଚ୍ଚ ୨୦୨୦ରୁ ଏହା କାର୍ଯ୍ୟକାରୀ ହେବ। ରାଜ୍ୟରେ ସ୍ବଳ୍ପମିଆଦୀ ତ୍ରିସ୍ତରୀୟ ସମବାୟ ଋଣ ବ୍ୟବସ୍ଥା ଅନୁଯାୟୀ ସ୍ବଳ୍ପକାଳୀନ ଫସଲ ଋଣ କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ପ୍ରଦାନ କରାଯାଉଛି। ପୂର୍ବରୁ ଏହି ଫସଲ ଋଣ ପରିଶୋଧ କରିବା ନିମନ୍ତେ ଖରିଫ ଚାଷ ପାଇଁ ୬ରୁ ୧୧ମାସ ଓ ରବି ଚାଷ ପାଇଁ ୩ରୁ ୯ମାସ ପର୍ଯ୍ୟନ୍ତ ସମୟ ଥିଲା। ପୂର୍ବ ବ୍ୟବସ୍ଥାରେ ଏହି ଫସଲ ଋଣ ପରିଶୋଧ କରିବାର ଶେଷ ତାରିଖ ଖରିଫ ଋତୁ ପାଇଁ ମାର୍ଚ୍ଚ ୨୫ ତାରିଖ ଏବଂ ରବି ଋତୁ ପାଇଁ ଶେଷ ତାରିଖ ଜୁନ୍‌ ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ଖରିଫ ଓ ରବି ଋତୁରେ ସ୍ବଳ୍ପକାଳୀନ ଫସଲ ଯଥା-ଧାନ, ଚିନାବାଦାମ, ସୋରିଷ, ଅଦା, ହଳଦୀ, ମକା ଇତ୍ୟାଦି ଫସଲ ଋଣ ଉଠାଣ ଓ ପରିଶୋଧ ସମୟସୀମା ୧୨ମାସ ଧାର୍ଯ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଏପ୍ରିଲ ୪ତାରିଖରୁ ଖରିଫ ଓ ରବି ଋତୁରେ ଫସଲ ଋଣ ପାଇଁ ଏହା କାର୍ଯ୍ୟକାରୀ ହେବ। ତେବେ ପୂର୍ବପରି ଦୀର୍ଘମିଆଦୀ ଫସଲ ଋଣ ତଥା କଦଳୀ ଓ ଆଖୁଚାଷ ପାଇଁ ଋଣ ପରିଶୋଧ ସମୟସୀମା ୧୮ମାସ ରଖାଯାଇଛି। ଏହାଦ୍ୱାରା ସମବାୟ ବ୍ୟାଙ୍କ ଜରିଆରେ କୃଷି ଋଣ ପାଇଁ ମିଳୁଥିବା ପୁନଃବିତ୍ତ(ରିଫାଇନାନ୍ସ)ର ଅବଧି ଓ ଚାଷୀମାନଙ୍କ ପାଇଁ ଥିବା ଋଣ ପରିଶୋଧର ସମୟସୀମା ସମାନ ରହିବ ଏବଂ ପୂର୍ବାପେକ୍ଷା ଫସଲ ଋଣ ପରିଶୋଧ ପାଇଁ ଅଧିକ ସମୟସୀମା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri