ତେଲେଙ୍ଗାନାରେ ବଁଧା ପଡ଼ିଛନ୍‌ ୧୮ ଦାଦନ ଶ୍ରମିକ

ପର୍ଲା, ୬।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଦଣ୍ଡପାଟ ଅଂଚଲରେ ଦିନୁଦିନ୍‌କେ ଦାଦନ ସମସିଆ ବଢ଼ତେଲ ଯାଉଛେ। ଦାଦନ ସମସିଆର ସଂଗେ ଯୁଝବାର ଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଥିଲେ ବି କିଛି କାମ୍‌ ନାଇଁଦେବାର। ଶ୍ରମିକମାନେ ଟଁକା ଲୋଭ୍‌ରେ ଦାଦନ ଦଲାଲକଁର ଝଁାସେ ପଡ଼ି ହଇରାନ ହରକତ୍‌ ହେଉଛନ୍‌। ଏହେଦେ ଦଣ୍ଡପାଟ ଅଂଚଲର ଭିନେ ଭିନେ ଗଁାର ୧୮ରୁ ଅଧ୍‌କା ଦାଦନ ଶ୍ରମିକ ତେଲେଙ୍ଗାନାର ପଏଦାପାଲି ଜିଲା କରିମନଗରରେ ବଁଧକ୍‌ ପଡ଼ିଥିବାର ଜନାଯାଇଛେ। ବଁଧା ପଡ଼ିଥିବାର ଶ୍ରମିକମାନକୁ ଉଧାର କରବାର ଲାଗି ତାକର ପରିବାର ଲୋକ୍‌ମାନେ ଧର୍ମଗଡ଼ ଉପଜିଲାପାଳକଁରନେ ଫେରାଦ ହେଇଥିବାର ଜନାପଡ଼ିଛେ।
ସୂଚନା ଅନ୍‌ସାରେ ନୂଆପଡ଼ା ଜିଲାର ଝନେ ଦାଦନ ଦଲାଲ ବିଶ୍ୱମ୍ବର ଧଅରପୁର ଗଁାର ରାଜମୋହନ ପରାଭୋଏ (୨୪), ତାକର ମାଏକିନା ଭବାନୀ (୨୨), ଜଗତା ନନ୍ଦ (୫୫), ତାକର ମାଏକିନା ପ୍ରେମଶିଳା (୫୨), ଗାୟତ୍ରୀ ପରାଭୋଏ (୧୪), ଭଗବାନ ପରାଭୋଏ (୪), ଆମ୍ବପାଣି ଥାନା ଅଧୀନ ଭୁର୍ଷାଗୁଡ଼ାର ଖିଡି ପରାଭୋଏ (୬୦), ତାକର ମାଏକିନା କୁମାରି ପରାଭୋଏ (୫୮), ଫଗଣୁ ପରାଭୋଏ (୩୦), ଦ୍ରୌପଦୀ ପରାଭୋଏ (୨୭), ଉମାକାନ୍ତ ପରାଭୋଏ (୧୨), ଯଶୋଦା ପରାଭୋଏ (୨) ସମେତ ଧର୍ମଗଡ଼ ଥାନା ଅଧୀନ ତେନ୍ତୁଳିଆ ପଡ଼ାର କେତେ ଦାଦନ ଶ୍ରମିକୁଁ ନେଇ ସେଠାନେ ଝନେ ଦାଦନ ସରଦାର ନରେଶ ସେଠ୍‌ ପାସେ ଛାଡ଼ି ଆସିଥିଲେ। ସେଠାନେ ଇ ଦାଦନ ଶ୍ରମିକମାନକୁ ଦିନକ ୧୨ରୁ ୧୮ ଘଁଟା ତକ୍‌ ଇଟା ଗଢ଼ା କାମ୍‌ରେ ଖଟାଯାଉଛେ। ଶ୍ରମିକମାନେ ଇତାର ପରତିବାଦ୍‌ କଲେ ସେମାନକୁ ଗାଲିଗୁଲଜ, ମାଡ଼ ମାରାଯାଉଥିବାର ଅଭିଯୋଗ ହେଇଛେ। ସେନ୍‌ତା ମାଲିକ ଶ୍ରମିକମାନକୁ ବଁଧକ କରି ରଖଲା ଲେଖେଁ ରଖିଛେ ବଲି ସେଠାନୁ ଅକଲ କରି ପଲେଇ ଆସିଥିବାର ଶ୍ରମିକ ରାଜମୋହନ କହିଛନ୍‌। ରାଜମୋହନ ନିଜର ଅଜାଆଈର ସଂଗେ ଗଲା ୩ ତାରିଖ ଧର୍ମଗଡ଼ ଉପଜିଲାପାଳକଁୁ ବାକି ଶ୍ରମିକ ଭାଇମାନକୁ ଉଧାର କରବାକେ ଗୁହାରି କରିଛନ୍‌। ଇ ବାବ୍‌ଦେ ସହକାରୀ ଶ୍ରମ ଅଧ୍‌କାରୀ ଜୟନ୍ତ କୁମାର ପଣ୍ଡାକୁଁ ପଚ୍‌ରାଲାରୁ ସେ ତେଲେଙ୍ଗାନା ଲିଆସନିଙ୍ଗ ଅଧ୍‌କାରୀ ଟି.ରମେଶକଁର ସଂଗେ କଥା ହେଇଛେଁ। ସେଠାନର ଲେବର କମିଶନକଁର ସହଯୋଗରେ ଅଟକ ଥିବାର ଦାଦନ ଶ୍ରମିକମାନକୁ ବହୁତ୍‌ ଜଲ୍‌ଦି ଉଧାର କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri