ତେଣ୍ଡା ଗାଁରେ ବିକାଶ ଅପହଞ୍ଚ

କପ୍ତିପଦା,୨୪ା୮(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ କଳମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡା ଗ୍ରାମ ଅପହଞ୍ଚ ଇଲାକା ପାଲଟିଛି। ପ୍ରଶାସନ କିମ୍ବା ରାଜନେତାଙ୍କ ପାଦ ପଡୁ ନ ଥିବା ଏହି ଗାଁକୁ ମୟୂରଭଞ୍ଜର କଳାପାଣି କୁହାଯାଉଛି। ଭୌଗୋଳିକ ଦୃଷ୍ଟିକୋଣରୁ ଗାଁର ପୂର୍ବରେ ଥିବା ଚନ୍ଦନ ନାଳ ବିକାଶର ବାଟ ଓଗାଳୁଛି। ଗାଁକୁ କୌଣସି ବିକଳ୍ପ ରାସ୍ତା ନ ଥିବାରୁ ନାଳରେ ପାଣି ଭର୍ତ୍ତି ହୋଇଗଲେ ଏଠାକାର ଲୋକମାନଙ୍କୁ ଜଳବନ୍ଦୀ ଜୀବନ କାଟିବାକୁ ହୁଏ। ପଞ୍ଚାୟତର ଶ୍ରୀପଦମଞ୍ଜରୀପୁରଠାରୁ ପାଦଚଲା ରାସ୍ତାରେ ୫ କି.ମି. ଗଲେ ପଡ଼େ ଏହି ଦୁର୍ଗମ ଗ୍ରାମ। କଳମଗଡ଼ିଆ ପଞ୍ଚାୟତର ୫ ନଂ. ୱାର୍ଡ଼ର ୩୦ଟି ପରିବାରର ୧୮୪ ଜଣ ଓ ସରଡ଼ିହା ପଞ୍ଚାୟତର ୧୫ଟି ପରିବାରର ୧୨୦ ଜଣ ଏଠାକାର ସ୍ଥାୟୀ ବାସିନ୍ଦା। ବିଶେଷ କରି କୋହ୍ଲ ସମ୍ପ୍ରଦାୟର ଜନସାଧାରଣ ଏଠାରେ ବସବାସ କରୁଛନ୍ତି। ଉକ୍ତ ଅଞ୍ଚଳକୁ ଲାଗି ରହିଛି କେନ୍ଦୁଝର ଜିଲାର ହାଟଡ଼ିହି ବ୍ଲକ୍‌ ଅଧୀନ ମଲ୍ଲୀପୋଷି,ସରମୁଣ୍ଡି, ପିତାନାଉ ଓ ବାଲିପାଳ ଗାଁ। ପଶ୍ଚିମରେ କେନ୍ଦୁଝର ଜିଲାର ହାଟଡ଼ିହି ବ୍ଲକ୍‌, ଉତ୍ତରରେ ବିସ୍ତୃତ ଜଙ୍ଗଲ ରହିଥିବାବେଳେ ଦକ୍ଷିଣ ଦିଗରେ ଗ୍ରାମକୁ ଲାଗି ରହିଛି ଶୁକୁଆପଟା ଗାଁ ଓ ହଦଗଡ଼ ଡ୍ୟାମ। ବନ୍ୟଜନ୍ତୁଙ୍କ ସହିତ ସାଥୀ ହୋଇ ଏହି ପରିବାରଗୁଡ଼ିକ ଜୀବନ ବିତାଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ା
ଗାଁରେ ବିଦ୍ୟାଳୟ ନ ଥିବାରୁ ଅଙ୍ଗନୱାଡ଼ିରୁ ପାଠପଢ଼ା ସରିଲେ ପିଲାଙ୍କ ଶିକ୍ଷାରେ ଡୋରି ବନ୍ଧାହୁଏ। ଚୁଆ, ବିଲ ଓ ନାଳର ପାଣି ଅଦ୍ୟାବଧି ଗାଁ ଲୋକଙ୍କ ଜୀବନ ବଞ୍ଚାଇଛି। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁ ଗୁଣିଗାରେଡ଼ି ଭଳି କୁତ୍ସିତ ମାନସିକତା ଏବେବି ଏଠାରେ ରହିଛି ା କୌଣସି ରୋଗୀଙ୍କୁ ଡାକ୍ତରଖାନା ଆଣିବାକୁ ହେଲେ ସଙ୍ଗୀଭାର ହିଁ ଭରସା। ଯେଉଁଠି ସର୍ବନିମ୍ନ ମୌଳିକ ସୁବିଧା ସ୍ବପ୍ନ, ସେଠି ବିଜୁଳି ଆଲୁଅ କଥା କେବେବି ଚିନ୍ତା କରିନାହାନ୍ତି ଗ୍ରାମବାସୀ। ୨୦୧୨ ମସିହାରେ ଖୋଲାଯାଇଥିବା ଏକ ମିନି ଅଙ୍ଗନୱାଡ଼ି କେନ୍ଦ୍ରର ଘର ନ ଥିବାରୁ ଏକ ପରିତ୍ୟକ୍ତ ପଲାରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର। ପାଚିକା ନିଯୁକ୍ତି ହୋଇ ନ ଥିବାରୁ ଶିକ୍ଷୟିତ୍ରୀ ନିଜେ ରାନ୍ଧି ପିଲାଙ୍କୁ ଖାଇବାକୁ ଦେଉଛନ୍ତି। ପୁରୁଷ ପୁରୁଷ ଧରି ଜଙ୍ଗଲ ଜମି ଦଖଲ କରିଥିବା ପରିବାରଙ୍କୁ ମଧ୍ୟ ଏଠାରେ ମିଳିନି ଜଙ୍ଗଲ ଜମି ପଟ୍ଟା। ଫଳରେ ସ୍ଥାୟୀ ବାସିନ୍ଦା ଓ ଜାତିଗତ ପ୍ରମାଣପତ୍ର ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ। ଜଙ୍ଗଲ ଥିଲା ଏମାନଙ୍କର ସବୁକିଛି। ଦିନେ ଜଙ୍ଗଲ ନ ଗଲେ ଘରେ ଚୁଲି ଜଳୁ ନ ଥିଲା। ମାତ୍ର ଜଙ୍ଗଲଜାତ ଦ୍ରବ୍ୟ ଉପରେ କଟକଣା ଲାଗୁ ପରେ ଚିରାଚରିତ ଭାବେ ବଞ୍ଚୁଥିବା ଏହି ପରିବାର ଲୋକଙ୍କ ଆହାର ଉପରେ ପାହାର ପଡ଼ିଛି। ଦନା ଓ ଖଲି ତିଆରି କରି ୧୨ କି.ମି. ଆସି ବିକ୍ରି କଲେ ପରିବାର ମୁହଁକୁ ଦାନା ଯାଉଛି।
ଏହିଳି ଅପହଞ୍ଚ ଇଲାକା ସମ୍ପର୍କରେ ଜାଣି ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ୫ କି.ମି. ବାଟ ହୁଡି ପାହାଡ ରାସ୍ତାରେ ପାଦରେ ଚାଲିଚାଲି ସେଠାରେ ପହଞ୍ଚିଥିଲେ। ତାଙ୍କ ସହିତ ଆଇଟିଡ଼ିଏ ପିଏ ବିଧାନ ଚନ୍ଦ୍ର ରାୟ, ସହକାରୀ ଯନ୍ତ୍ରୀ, ୪ ନଂ.ଜିଲା ପରିଷଦ ସଦସ୍ୟା ଟିକିମଣି ନାୟକ ଓ ପୂର୍ବତନ ସରପଞ୍ଚ ମାର୍କଣ୍ଡ ହେମ୍ବ୍ରମ ପ୍ରମୁଖ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଅଧ୍ୟକ୍ଷା ଗାଁ ଲୋକଙ୍କଠାରୁ ସେମାନଙ୍କ ସମସ୍ୟା ଶୁଣିବା ପରେ ଗାଁର ବିକାଶ ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ। ଏ ସମ୍ପର୍କରେ ଜିଲା ପରିଷଦ ଅଧ୍ୟକ୍ଷା କୁହନ୍ତି, ରାଜ୍ୟ ସରକାର ବିକାଶର ନାରା ଦେଉଥିବାବେଳେ ସ୍ବାଧୀନତାର ୭୩ବର୍ଷ ପରେ ଲୋକମାନେ ପଶୁ ଭଳି ଜୀବନ ବିତାଇବା ପରିତାପର ବିଷୟ, ଖୁବଶୀଘ୍ର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବି ା ପିଏଆଇଟିଡ଼ିଏ ବିଧାନ ଚନ୍ଦ୍ର ରାୟ ଗାଁକୁ ବିକଳ୍ପ ରାସ୍ତା ଖୋଲାଯାଇ ପାରିଲେ ଗ୍ରାମର ବିକାଶ ହୋଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା...

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଧର୍ମେନ୍ଦ୍ର, ଅପରାଜିତା,ମନ୍ମଥ, ଅରୁପ

ଭୁବନେଶ୍ୱର,୨।୫: ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ଲୋକ...

ଦ୍ୱିତୀୟ ନିର୍ବାଚନ କ୍ଷେତ୍ର କଣ୍ଟାବାଞ୍ଜିରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟାକ ଗୁରୁବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପ୍ରାଥିପତ୍ର ଦାଖଲ କରିବେ ବୋଲି ଖବର ରହିଛି। ଏହା ନବୀନଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri