ତାଲିମରେ ସ୍ଥାନୀୟ ପିଲାଙ୍କୁ ଗୁରୁତ୍ୱ ଦିଅ

ଅନୁଗୋଳ ଅଫିସ, ୨୧।୨ – ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ପିଲାମାନଙ୍କୁ ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରେ ଆପ୍ରେଣ୍ଟିସ୍‌ ତାଲିମ ଦେବା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଗୁରୁବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ପାଇଁ ହୋଇଥିବା ଏହି ବୈଠକରେ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) କଟକ କର୍ମକର୍ତ୍ତାଙ୍କ ସମେତ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ତାଲିମ ପ୍ରଦାନକାରୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ଅନୁଗୋଳ ଜିଲାର ବିଭିନ୍ନ ଶିଳ୍ପସଂସ୍ଥାରେ ବିସ୍ଥାପିତ ହୋଇଥିବା ପରିବାର ସଦସ୍ୟଙ୍କୁ ସମ୍ପୃକ୍ତ ସଂସ୍ଥାରେ ଚାକିରି ଦିଆଯାଉଥିବାରୁ ଆପ୍ରେଣ୍ଟିସ୍‌ ତାଲିମକୁ ତ୍ୱରାନ୍ବିତ ଭାବେ କାର୍ଯ୍ୟକାରୀ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହାଛଡ଼ା ବିଭିନ୍ନ ବୈଷୟିକ ଅନୁଷ୍ଠାନରୁ ପାଠପଢ଼ା ସମ୍ପୂର୍ଣ୍ଣ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅନୁଗୋଳର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ତାଲିମ ଦେବାକୁ ସେ ପରାମର୍ଶ ଦେଇଥିଲେ। ଶିଳ୍ପସଂସ୍ଥା ଗୁଡ଼ିକ ସେମାନଙ୍କ ସମୁଦାୟ କର୍ମଚାରୀ ସଂଖ୍ୟାର ୨.୫ ପ୍ରତିଶତ ହିସାବରେ ଆପ୍ରେଣ୍ଟିସ୍‌ ତାଲିମ ଦେବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ଶିଳ୍ପ ସଂସ୍ଥା ଓ ବିଭିନ୍ନ ବୈଷୟିକ ବିଭାଗର ଛାତ୍ରୀଛାତ୍ର ପୋର୍ଟାଲରେ ପଞ୍ଜୀକୃତ କରିବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିବାରୁ ଏହି କାର୍ଯ୍ୟକ୍ରମର ଅଗ୍ରଗତି ହୋଇପାରୁନାହିଁ। ଆସନ୍ତା ମାର୍ଚ୍ଚ ୧୯ରେ ଓ.ପି. ଜିନ୍ଦଲ ଆଇଟିଆଇରେ ଜିଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ଶିଳ୍ପ ସଂସ୍ଥା ଓ ବୈଷୟିକ ତାଲିମ ସଂସ୍ଥାର କର୍ମକର୍ତ୍ତା ଭାଗ ନେଇ ଏହାର ଠିକ୍‌ କାର୍ଯ୍ୟକାରିତା ଉପରେ ସଚେତନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ବିଶେଷଜ୍ଞମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଆପ୍ରେଣ୍ଟିସ୍‌ ତାଲିମ ପାଇଁ ପୋର୍ଟାଲରେ ପଞ୍ଜୀକରଣ ନିମନ୍ତେ ବିଭିନ୍ନ ବୈଷୟିକ ମାର୍ଗ ଦେଖାଇବେ। ଏଥିପାଇଁ ସମସ୍ତ ଶିଳ୍ପ ସଂସ୍ଥା ଆସନ୍ତା ୭ ଦିନ ମଧ୍ୟରେ ସେମାନଙ୍କ କାର୍ଯ୍ୟରତ କର୍ମଚାରୀ ତାଲିକା ଜିଲା ନିୟୋଜନ ଅଧିକାରୀ ତଥା ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଥିବା ମାନସ ମହାନ୍ତିଙ୍କୁ ପ୍ରଦାନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ କଟକର ଉପନିର୍ଦ୍ଦେଶକ ବି.ସି. ସାହୁ କହିଥିଲେ, ପଞ୍ଚମରୁ ଦଶମ ଓ ଦ୍ୱାଦଶ ପାସ୍‌ ଛାତ୍ରୀଛାତ୍ରଙ୍କୁ ଫ୍ରେଶର୍‌ ଭାବେ ଆଧାର ସଦୃଶ ତାଲିମ ପ୍ରଦାନ କରାଯିବ। ଆଇଟିଆଇ ଓ ଡିପ୍ଲୋମା ଛାତ୍ରୀଛାତ୍ରମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ଚାକିରି ପୂର୍ବବର୍ତ୍ତୀ ତାଲିମ ଓ କିଛି ବୈଷୟିକ ଛାତ୍ରୀଛାତ୍ର ନିଜ ଇଚ୍ଛା ମୁତାବକ ଟ୍ରେଡ ବା ବିଭାଗରେ ଏହି ତାଲିମ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ୫ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ଆପ୍ରେଣ୍ଟିସ୍‌ ତାଲିମ ସରକାରୀ ଉଦ୍ୟୋଗରେ ଦିଆଯାଇଥିବା ଜିଲା ନିୟୋଜନ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ରଜନୀକାନ୍ତ ସ୍ବାଇଁ, ରାଜ୍ୟ ଆପ୍ରେଣ୍ଟିସ୍‌ ସେଲ୍‌ର ପ୍ରତିନିଧି ବି.ପି. ପ୍ରଧାନଙ୍କ ସମେତ ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନ ଓ ଶିଳ୍ପ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri