ତାଲିମରେ ସ୍ଥାନୀୟ ପିଲାଙ୍କୁ ଗୁରୁତ୍ୱ ଦିଅ

ଅନୁଗୋଳ ଅଫିସ, ୨୧।୨ – ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ପିଲାମାନଙ୍କୁ ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରେ ଆପ୍ରେଣ୍ଟିସ୍‌ ତାଲିମ ଦେବା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଗୁରୁବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ପାଇଁ ହୋଇଥିବା ଏହି ବୈଠକରେ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) କଟକ କର୍ମକର୍ତ୍ତାଙ୍କ ସମେତ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ତାଲିମ ପ୍ରଦାନକାରୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ଅନୁଗୋଳ ଜିଲାର ବିଭିନ୍ନ ଶିଳ୍ପସଂସ୍ଥାରେ ବିସ୍ଥାପିତ ହୋଇଥିବା ପରିବାର ସଦସ୍ୟଙ୍କୁ ସମ୍ପୃକ୍ତ ସଂସ୍ଥାରେ ଚାକିରି ଦିଆଯାଉଥିବାରୁ ଆପ୍ରେଣ୍ଟିସ୍‌ ତାଲିମକୁ ତ୍ୱରାନ୍ବିତ ଭାବେ କାର୍ଯ୍ୟକାରୀ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହାଛଡ଼ା ବିଭିନ୍ନ ବୈଷୟିକ ଅନୁଷ୍ଠାନରୁ ପାଠପଢ଼ା ସମ୍ପୂର୍ଣ୍ଣ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅନୁଗୋଳର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ତାଲିମ ଦେବାକୁ ସେ ପରାମର୍ଶ ଦେଇଥିଲେ। ଶିଳ୍ପସଂସ୍ଥା ଗୁଡ଼ିକ ସେମାନଙ୍କ ସମୁଦାୟ କର୍ମଚାରୀ ସଂଖ୍ୟାର ୨.୫ ପ୍ରତିଶତ ହିସାବରେ ଆପ୍ରେଣ୍ଟିସ୍‌ ତାଲିମ ଦେବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ଶିଳ୍ପ ସଂସ୍ଥା ଓ ବିଭିନ୍ନ ବୈଷୟିକ ବିଭାଗର ଛାତ୍ରୀଛାତ୍ର ପୋର୍ଟାଲରେ ପଞ୍ଜୀକୃତ କରିବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିବାରୁ ଏହି କାର୍ଯ୍ୟକ୍ରମର ଅଗ୍ରଗତି ହୋଇପାରୁନାହିଁ। ଆସନ୍ତା ମାର୍ଚ୍ଚ ୧୯ରେ ଓ.ପି. ଜିନ୍ଦଲ ଆଇଟିଆଇରେ ଜିଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ଶିଳ୍ପ ସଂସ୍ଥା ଓ ବୈଷୟିକ ତାଲିମ ସଂସ୍ଥାର କର୍ମକର୍ତ୍ତା ଭାଗ ନେଇ ଏହାର ଠିକ୍‌ କାର୍ଯ୍ୟକାରିତା ଉପରେ ସଚେତନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ବିଶେଷଜ୍ଞମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଆପ୍ରେଣ୍ଟିସ୍‌ ତାଲିମ ପାଇଁ ପୋର୍ଟାଲରେ ପଞ୍ଜୀକରଣ ନିମନ୍ତେ ବିଭିନ୍ନ ବୈଷୟିକ ମାର୍ଗ ଦେଖାଇବେ। ଏଥିପାଇଁ ସମସ୍ତ ଶିଳ୍ପ ସଂସ୍ଥା ଆସନ୍ତା ୭ ଦିନ ମଧ୍ୟରେ ସେମାନଙ୍କ କାର୍ଯ୍ୟରତ କର୍ମଚାରୀ ତାଲିକା ଜିଲା ନିୟୋଜନ ଅଧିକାରୀ ତଥା ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଥିବା ମାନସ ମହାନ୍ତିଙ୍କୁ ପ୍ରଦାନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ କଟକର ଉପନିର୍ଦ୍ଦେଶକ ବି.ସି. ସାହୁ କହିଥିଲେ, ପଞ୍ଚମରୁ ଦଶମ ଓ ଦ୍ୱାଦଶ ପାସ୍‌ ଛାତ୍ରୀଛାତ୍ରଙ୍କୁ ଫ୍ରେଶର୍‌ ଭାବେ ଆଧାର ସଦୃଶ ତାଲିମ ପ୍ରଦାନ କରାଯିବ। ଆଇଟିଆଇ ଓ ଡିପ୍ଲୋମା ଛାତ୍ରୀଛାତ୍ରମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ଚାକିରି ପୂର୍ବବର୍ତ୍ତୀ ତାଲିମ ଓ କିଛି ବୈଷୟିକ ଛାତ୍ରୀଛାତ୍ର ନିଜ ଇଚ୍ଛା ମୁତାବକ ଟ୍ରେଡ ବା ବିଭାଗରେ ଏହି ତାଲିମ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ୫ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ଆପ୍ରେଣ୍ଟିସ୍‌ ତାଲିମ ସରକାରୀ ଉଦ୍ୟୋଗରେ ଦିଆଯାଇଥିବା ଜିଲା ନିୟୋଜନ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ରଜନୀକାନ୍ତ ସ୍ବାଇଁ, ରାଜ୍ୟ ଆପ୍ରେଣ୍ଟିସ୍‌ ସେଲ୍‌ର ପ୍ରତିନିଧି ବି.ପି. ପ୍ରଧାନଙ୍କ ସମେତ ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନ ଓ ଶିଳ୍ପ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri