Posted inଖେଳ

ତାରକା ମହିଳା ଡିଫେଣ୍ଡର

ଇମ୍ପାଲରେ ଜନ୍ମିତ ଆଶାଲତା ଦେବୀ ଏଏଫ୍‌ସି ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜଣେ ଗୋଲକିପର ହେବାକୁ ଚାହୁଁଥିଲେ ମଧ୍ୟ ସେ ସମୟକ୍ରମେ ଡିଫେଣ୍ଡର ବନିଯାଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ସାଫ୍‌ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲା। ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁର ରାଜଧାନୀ ଇମ୍ପାଲରେ ଜନ୍ମିତ ମହିଳା ଫୁଟବଲର ଲୋଇଟୋଙ୍ଗ୍‌ବାମ୍‌ ଆଶାଲତା ଦେବୀ ଏବେ ଏକ ପରିଚିତ ନାମ। ମାତ୍ର ୭ ବର୍ଷ ବୟସରେ ସେ ପିତାଙ୍କ ସହିତ ଫୁଟବଲ ସମ୍ପର୍କରେ ଆଲୋଚନ କରିଥିଲେ। ପ୍ରଥମେ ଜଣେ ସଫଳ ଗୋଲ କିପର ହେବାକୁ ଚାହୁଁଥିବା ଆଶାଲତା ଶେଷରେ ଜଣେ ସଫଳ ଡିଫେଣ୍ଡର ଭାବେ ପରିଚୟ ପାଇଛନ୍ତି। ସେ ଫୁଟବଲ ନ ଖେଳି ପାଠ ପଢନ୍ତୁ ବୋଲି ତାଙ୍କ ମା’ ଚାହୁଁଥିଲେ। ବଲ୍‌ କିକ୍‌ ମାରିବାରେ ସେ ନିଜରକୁ ରୋକିପାରି ନ ଥିଲେ। ଫଳରେ ସେ ଗୋଲକିପର ହୋଇପାରି ନ ଥିଲେ। ୧୭ ବର୍ଷରୁ କମ୍‌ ଜାତୀୟ ଦଳରେ ସ୍ଥାନ ନ ପାଇବା ପର୍ଯ୍ୟନ୍ତ ତାଙ୍କୁ ଅବଶ୍ୟ ଗାଳିଗୁଲଜ ଶୁଣିବାକୁ ମିଳୁଥିଲା। ଭାରତୀୟ ସିନିୟର ଫୁଟବଲ ଦଳର ଅଧିନାୟିକା ଆଶାଲତା ଏବେ ଏକ ବଡ଼ ସମ୍ମାନର ଅଧିକାରୀ ହୋଇଛନ୍ତି। ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ପ୍ଲେୟାର ଅଫ୍‌ ଇୟର ପୁରସ୍କାର ପାଇଁ ସେ ନୋମିନେଟ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ପୁରୁଷ କିମ୍ବା ମହିଳା ଖେଳାଳି ଭାବେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହା ଭାରତୀୟ ଫୁଟବଲ ପାଇଁ ଏକ ଗୌରବର ବିଷୟ । ଏହି ପୁରସ୍କାର ଦୌଡ଼ରେ ଆଶାଲତାଙ୍କୁ ବାଦ୍‌ ଦେଲେ ଚାଇନାର ଲି ୟିଙ୍ଗ୍‌, ଜାପାନର ମିଡ୍‌ଫିଲ୍ଡର ସାକି କୁମାଗାଇ ସାମିଲ ରହିଛନ୍ତି।
ଆଶାଲତା ସେଥୁ ଏଫ୍‌ସିର ନେତୃତ୍ୱ ନେଇଥିଲେ ଓ ଦଳକୁ ଆଇ- ଲିଗ୍‌ ଚାମ୍ପିୟନ କରାଇଥିଲେ। କେବଳ ସେତିକି ନୁହଁ ତାଙ୍କ ନେତୃତ୍ୱରେ ଭାରତ ସାଫ୍‌ ଚାମ୍ପିୟନଶିପ୍‌ ଟାଇଟଲ ମଧ୍ୟ ହାସଲ କରିଥିଲା। ପୁଣି ଏଏଫ୍‌ସି ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ତାଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲା। ୨୬ ବର୍ଷୀୟା ଆଶାଲତା ବିଦ୍ୟାଳୟସ୍ତରରେ ପ୍ରଥମେ ଫୁଟବଲ ଖେଳିଥିଲେ। ୧୩- ୧୪ ବର୍ଷରେ ସେ ଶୁଟ୍‌ଆଉଟ୍‌ରେ ପେନାଲ୍ଟି ଗୋଲ ସ୍କୋର କରିଥିଲେ ଓ ଏହାକୁ ବେଶ୍‌ ଉପଭୋଗ କରିଥିଲେ। ୨୦୦୮ରେ ଗ୍ବାଲିୟରରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ କ୍ୟାମ୍ପରେ ଯୋଗ ଦେବା ପରେ ସେ ପଛକୁ ଫେରିଚାହିଁନାହାନ୍ତି। ଏହି ବର୍ଷ ସେ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ୨୦୧୩ରେ ବାପାଙ୍କ ଦେହାନ୍ତ ପରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେତେବେଳେ ମା, ୪ ଭଉଣୀ ଓ ଜଣେ ଭାଇଙ୍କୁ ନେଇ ଘର ଚଳାଇବା ଭାରି କଷ୍ଟଥିଲା। ସେ ଦିଲ୍ଲୀ ଆସି ଏକ ମର୍ଡନ ସ୍କୁଲ୍‌ରେ ଛୋଟ ପିଲାଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ଏହାପରେ ସେ ରେଲଓ୍ବେରେ ଚାକିରି କରିଥିଲେ। ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସୁସ୍ଥ ହୋଇ ୨୦୧୫ରେ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇଥିଲେ। ଡିସେମ୍ବର ୨ ତାରିଖରେ ହଂକଂରେ ଏଏଫ୍‌ସି ବାର୍ଷିକ ପୁରସ୍କାର ଘୋଷଣା କରାଯିବ। ଅବଶ୍ୟ ଆଶାଲତା ସେତେବେଳେ କାଠମାଣ୍ଡୁରେ ସାଫ୍‌ ଗେମ୍ସ ଖେଳୁଥିବେ। ଆଶାଲତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri