ତାମିଲନାଡ଼ୁରୁ ଫେରିଲେ ଆଉ ୧୫୧ ପ୍ରବାସୀ

ରାୟଗଡ଼ା ଅଫିସ,୨ା୬: ତାମିଲନାଡ଼ୁର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ ମଙ୍ଗଳବାର ମଧ୍ୟାହ୍ନରେ ରାୟଗଡ଼ାରେ ପହଞ୍ଚିଛି। ଏଥିରୁ ୧୫୧ ଶ୍ରମିକ ରାୟଗଡ଼ା ଷ୍ଟେଶନରେ ଓହ୍ଲାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲାର ୪୪ଜଣ, ଗଜପତି ୧୮, କୋରାପୁଟ ୨, କନ୍ଧମାଳ ୫୮, ନବରଙ୍ଗପୁର୨୮ ଏବଂ କଳାହାଣ୍ଡି ଜିଲାର ଜଣେ ଶ୍ରମିକ ରହିଛନ୍ତି। ରାୟଗଡ଼ା ଜିଲାର ୪୪ ଶ୍ରମିକଙ୍କ ମଧ୍ୟରୁ ରାୟଗଡ଼ା ପୌରାଞ୍ଚଳର ୧୨ଜଣ, ବିଷମକଟକ ବ୍ଲକ୍‌ର ୩, ଚନ୍ଦ୍ରପୁରର ୪, ମୁନିଗୁଡ଼ାର ୪, ଗୁଣପୁରର ୧୩, କଲ୍ୟାଣସିଂପୁରର ୧ ଏବଂ ପଦ୍ମପୁର ବ୍ଲକ୍‌ର ୭ ଜଣ ରହିଛନ୍ତି। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି ଡିଆର୍‌ଡିଏ ଅମ୍ରିତ ଋତୁରାଜ, ଗୁଣପୁର ଉପଜିଲାପାଳ ବି.ଏସ୍‌.ବଳିରାମ, ରାୟଗଡ଼ା ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ଆଞ୍ଚଳିକ ପରିବହନ ଅଧିକାରୀ ଦିଲୀପ କୁମାର ଦଳାଇ, ଏସ୍‌ଡିପିଓ ତପନ କୁମାର ରଥଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପ୍ରବାସୀ ଓଡ଼ିଆଙ୍କୁ ସ୍ବାଗତ କରିଥିଲେ। ଷ୍ଟେଶନରେ ଶ୍ରମିକମାନଙ୍କ ପଞ୍ଜୀକରଣ ପରେ ହାତରେ ଷ୍ଟାମ୍ପ ମରାଯାଇ ସମ୍ପୃକ୍ତ ଜିଲାର ଅଧିକାରୀମାନଙ୍କ ସହ ସେମାନଙ୍କ ଜିଲାକୁ ପଠାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ରବିବାର ତିରୁପୁରରୁ ୧୭୩ ପ୍ରବାସୀ ଶ୍ରମିକ ଆସି ରାୟଗଡ଼ାରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୈନାରାଣୀ ଓଏଭି ବ୍ଲକ ଟପ୍ପର: ଚାରିଆଡୁ ଶୁଭେଚ୍ଛା

କର୍ଲାମୁଣ୍ଡା,୨୦/୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା କର୍ଲାମୁଣ୍ଡା ବ୍ଲକ ରେଗଡାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଛାତ୍ରୀ ନୈନାରାଣୀ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ସୁସଜ୍ଜିତ ଡଙ୍ଗାରେ ନୌକା ବିହାର କଲେ ମଦନ ମୋହନ, ଉଠୁଛି ପଡୁଛି ସହର

ଗଞ୍ଜାମ,୨୦।୪(ବିଦ୍ୟାଧର ସାହୁ ): ଦୀର୍ଘ ୨୧ ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର । ସୋମବାର ଅକ୍ଷୟ ତୃତୀୟାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ଯାହାକୁ ଭଲ ପାଇ ବାହା ହୋଇଥିଲେ ସେ ଜୀବନ ନେଇଗଲେ, ନବବଧୂଙ୍କୁ ହତ୍ୟା ପରେ ଖଟରେ ଶୁଆଇ ଦେଇ…

ଥୁଆମୂଳ ରାମପୁର, ୨୦ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ ଘଟିଥିବା ନବବଧୂ ବନିତା ନାଏକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ…

ଭିବିଜି – ରାମ ଜି ଯୋଜନାରେ ଜାଲିଆତି ଅଭିଯୋଗ: କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଡିଓ, କହିଲେ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକରେ ସରକାରୀ ଯୋଜନାରେ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି। ଭିବିଜି – ରାମ ଜି ଯୋଜନାରେ ବ୍ୟାପକ…

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଗର୍ଭବତୀ କଲେ ୬୫ ବର୍ଷୀୟ ବୃଦ୍ଧ, ଥାନାରେ ପହଞ୍ଚି ସବୁ ସତ ବଖାଣିଲେ…

ମୋହନା,୨୦।୪( ମନ୍ମଥ ମିଶ୍ର ) : ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ କଲେ ଗର୍ଭବତୀ ୬୫ ବର୍ଷୀୟ ବୃଦ୍ଧ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି…

ହଷ୍ଟେଲ ରୁମ୍‌ ଭିତରୁ ମିଳିଲା ଯୁକ୍ତ ୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଫୁଲବାଣୀ,୨୦।୪(ରାକେଶ କୁମାର ରାଉତ): ଫୁଲବାଣୀ ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମ୍‌ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଛାପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri