ତାତି ଭାଙ୍ଗିବ ରେକର୍ଡ

ଓ୍ବାଶିଂଟନ: ୨୦୨୦ ସର୍ବାଧିକ ଉତ୍ତପ୍ତ ବର୍ଷ ହେବ। ହୁଏତ ଚଳିତ ବର୍ଷର ତାତି ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇପାରେ। ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତାତି ରେକର୍ଡ ଭାଙ୍ଗିବା ୫୦ରୁ ୭୫ ପ୍ରତିଶତ ସମ୍ଭାବନା ରହିଥିବା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୪ବର୍ଷ ତଳେ ଅର୍ଥାତ୍‌ ୨୦୧୬ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ତେବେ ୨୦୨୦ରେ ତାତି ନୂଆ ରେକର୍ଡ କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ।
କରୋନା ମହାମାରୀ ଯୋଗୁ ପୃଥିବୀର ବାୟୁମଣ୍ଡଳ ସାମୟିକ ଭାବେ ପରିଷ୍କାର ହୋଇଯାଇଛି। କାର୍ବନର ପରିମାଣ କମ୍‌ ରହିଛି ସତ, ହେଲେ ଅଦ୍ୟାବଧି ଏହା ଆଶାଜନକସ୍ତରରେ ପହଞ୍ଚତ୍ନାହିଁ। ଏହି କାରଣରୁ ପୂର୍ବବର୍ଷ ତୁଳନାରେ ତାତି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଜାନୁୟାରୀଠାରୁ ଆଣ୍ଟାର୍କଟିକାରୁ ଆରମ୍ଭ କରି ଗ୍ରୀନ୍‌ଲାଣ୍ଡ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାରେ ଲାଗିଥିଲା। ଚଳିତବର୍ଷ ତାପମାତ୍ରା ବୃଦ୍ଧି ପାଇଁ ଏଲ୍‌ ନିନୋ ପ୍ରଭାବ ଦାୟୀ ରହିବ ନାହିଁ। କିନ୍ତୁ ପାରମ୍ପରିକ ଭାବେ ଏହା ଏକ ଉତ୍ତପ୍ତ ବର୍ଷ ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ରହିଛି। ଏହା ଗତ ୫ବର୍ଷର ତାପମାତ୍ରା ରେକର୍ଡକୁ ଭଙ୍ଗ କରିବାର ସମ୍ଭାବନା ୯୯.୯ ପ୍ରତିଶତ ବୋଲି ସୂଚନା ଦିଆଯାଇଛି। ଏହି ମର୍ମରେ ନାସା ଗୋଡାର୍ଡ ସ୍ପେସ୍‌ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଗାଭିନ୍‌ ସ୍କିମଡିଟ୍‌ କହିଛନ୍ତି, ଚଳିତ ବର୍ଷ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ୬୦%। ସେହିପରି ବ୍ରିଟେନର ମେଟ୍‌ ଅଫିସ୍‌ ଇନଷ୍ଟିଚ୍ୟୁଟ୍‌ କହିଛି, ଚଳିତବର୍ଷ ତାପମାତ୍ରା ବୃଦ୍ଧି ପାଇବାର ଅନୁମାନ ୫୦%। ଫେବୃୟାରୀରେ ଆଣ୍ଟାର୍କଟିକାର ରିସର୍ଚ୍ଚ ବେସ୍‌ରେ ତାପମାତ୍ରା ୨୦ ଡିଗ୍ରୀ ଏବଂ ଗ୍ରୀନ୍‌ଲାଣ୍ଡରେ ଏପ୍ରିଲ୍‌ରେ ୬ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ରେକର୍ଡ ହୋଇଥିଲା। ଏହି ସମୟରେ ପୂର୍ବ ୟୁରୋପ ଏବଂ ଏସିଆରେ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଅଧିକ ରହିଛି। ଲସ୍‌ଏଞ୍ଜେଲସ୍‌ରେ ଗତ ସପ୍ତାହରେ ତାପମାତ୍ରା ୩୪ ଡିଗ୍ରୀ ରହିଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାଣିପାଗ ବିଶେଷଜ୍ଞ କାରଷ୍ଟେନ ହଷ୍ଟେନ କହିଛନ୍ତିି, କରୋନା ମହାମାରୀ ଯୋଗୁ କାର୍ବନ ନିର୍ଗମନ କମ୍‌ ରହିଥିଲେ ମଧ୍ୟ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ସ୍ତର ହ୍ରାସ ପାଇ ପାରିନାହିଁ। ତେଣୁ ତାପମାତ୍ରା ଚଳିତ ବର୍ଷ ଅଧିକ ରହିବ। ଏ କ୍ଷେତ୍ରରେ ବିଭିନ୍ନ ଦେଶର ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ସ୍ଥିତିରେ ସୁଧାର ଆସିବାର ଆଶା ରହିଥିବା ମେଟ୍‌ ଅଫିସ୍‌ ପ୍ରବକ୍ତା ଗ୍ରାହାମ୍‌ ମାଡ୍‌ଜେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?