ତାତି ଭାଙ୍ଗିବ ରେକର୍ଡ

ଓ୍ବାଶିଂଟନ: ୨୦୨୦ ସର୍ବାଧିକ ଉତ୍ତପ୍ତ ବର୍ଷ ହେବ। ହୁଏତ ଚଳିତ ବର୍ଷର ତାତି ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇପାରେ। ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତାତି ରେକର୍ଡ ଭାଙ୍ଗିବା ୫୦ରୁ ୭୫ ପ୍ରତିଶତ ସମ୍ଭାବନା ରହିଥିବା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୪ବର୍ଷ ତଳେ ଅର୍ଥାତ୍‌ ୨୦୧୬ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ତେବେ ୨୦୨୦ରେ ତାତି ନୂଆ ରେକର୍ଡ କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ।
କରୋନା ମହାମାରୀ ଯୋଗୁ ପୃଥିବୀର ବାୟୁମଣ୍ଡଳ ସାମୟିକ ଭାବେ ପରିଷ୍କାର ହୋଇଯାଇଛି। କାର୍ବନର ପରିମାଣ କମ୍‌ ରହିଛି ସତ, ହେଲେ ଅଦ୍ୟାବଧି ଏହା ଆଶାଜନକସ୍ତରରେ ପହଞ୍ଚତ୍ନାହିଁ। ଏହି କାରଣରୁ ପୂର୍ବବର୍ଷ ତୁଳନାରେ ତାତି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଜାନୁୟାରୀଠାରୁ ଆଣ୍ଟାର୍କଟିକାରୁ ଆରମ୍ଭ କରି ଗ୍ରୀନ୍‌ଲାଣ୍ଡ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାରେ ଲାଗିଥିଲା। ଚଳିତବର୍ଷ ତାପମାତ୍ରା ବୃଦ୍ଧି ପାଇଁ ଏଲ୍‌ ନିନୋ ପ୍ରଭାବ ଦାୟୀ ରହିବ ନାହିଁ। କିନ୍ତୁ ପାରମ୍ପରିକ ଭାବେ ଏହା ଏକ ଉତ୍ତପ୍ତ ବର୍ଷ ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ରହିଛି। ଏହା ଗତ ୫ବର୍ଷର ତାପମାତ୍ରା ରେକର୍ଡକୁ ଭଙ୍ଗ କରିବାର ସମ୍ଭାବନା ୯୯.୯ ପ୍ରତିଶତ ବୋଲି ସୂଚନା ଦିଆଯାଇଛି। ଏହି ମର୍ମରେ ନାସା ଗୋଡାର୍ଡ ସ୍ପେସ୍‌ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଗାଭିନ୍‌ ସ୍କିମଡିଟ୍‌ କହିଛନ୍ତି, ଚଳିତ ବର୍ଷ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ୬୦%। ସେହିପରି ବ୍ରିଟେନର ମେଟ୍‌ ଅଫିସ୍‌ ଇନଷ୍ଟିଚ୍ୟୁଟ୍‌ କହିଛି, ଚଳିତବର୍ଷ ତାପମାତ୍ରା ବୃଦ୍ଧି ପାଇବାର ଅନୁମାନ ୫୦%। ଫେବୃୟାରୀରେ ଆଣ୍ଟାର୍କଟିକାର ରିସର୍ଚ୍ଚ ବେସ୍‌ରେ ତାପମାତ୍ରା ୨୦ ଡିଗ୍ରୀ ଏବଂ ଗ୍ରୀନ୍‌ଲାଣ୍ଡରେ ଏପ୍ରିଲ୍‌ରେ ୬ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ରେକର୍ଡ ହୋଇଥିଲା। ଏହି ସମୟରେ ପୂର୍ବ ୟୁରୋପ ଏବଂ ଏସିଆରେ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଅଧିକ ରହିଛି। ଲସ୍‌ଏଞ୍ଜେଲସ୍‌ରେ ଗତ ସପ୍ତାହରେ ତାପମାତ୍ରା ୩୪ ଡିଗ୍ରୀ ରହିଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାଣିପାଗ ବିଶେଷଜ୍ଞ କାରଷ୍ଟେନ ହଷ୍ଟେନ କହିଛନ୍ତିି, କରୋନା ମହାମାରୀ ଯୋଗୁ କାର୍ବନ ନିର୍ଗମନ କମ୍‌ ରହିଥିଲେ ମଧ୍ୟ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ସ୍ତର ହ୍ରାସ ପାଇ ପାରିନାହିଁ। ତେଣୁ ତାପମାତ୍ରା ଚଳିତ ବର୍ଷ ଅଧିକ ରହିବ। ଏ କ୍ଷେତ୍ରରେ ବିଭିନ୍ନ ଦେଶର ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ସ୍ଥିତିରେ ସୁଧାର ଆସିବାର ଆଶା ରହିଥିବା ମେଟ୍‌ ଅଫିସ୍‌ ପ୍ରବକ୍ତା ଗ୍ରାହାମ୍‌ ମାଡ୍‌ଜେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

୭୦ ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର

ନୂଆଦିଲ୍ଲୀ,୨୭।୩: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଆଗାମୀ ସମୟରେ ୭୦ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ସରକାର। ମାର୍ଚ୍ଚ ୨୬ ରେ ଏକ କାର୍ୟ୍ୟକ୍ରମରେ ସମ୍ବୋଧନ...

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ବ୍ୟାଙ୍କକ୍‌,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri