ହିନ୍ଦୋଳ, ୨୨।୮(ଡି.ଏନ.ଏ.)
ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ସେବା ମିଳୁ ନ ଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ଦାଖଲ ଖାରଜ ମାମଲା, ଭାଗବଣ୍ଟନ ପତ୍ରର ନକଲ ମିଳୁନାହିଁ। ଆବଶ୍ୟକ କାଗଜପତ୍ର ସଂଶୋଧନ ହେଉ ନ ଥିବାରୁ ଲୋକମାନେ ନୟାନ୍ତ ହେଉଛନ୍ତି। ଏ ନେଇ ବରିଷ୍ଠ ଓକିଲ ଦିବାକର ଦାସ ଗୁରୁବାର ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏଥିସହ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଜଣାଇଛନ୍ତି।
ଦିବାକର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସ୍ଥାନୀୟ ସିନିୟର ସିଭିଲ କୋର୍ଟରେ ଦାଏର ହୋଇଥିବା ଏକ ମାମଲା ଲାଗି କେତେକ ଦସ୍ତାବିଜ୍ ଆବଶ୍ୟକତା ପଡ଼ିଥିଲା। ଗତ ଜୁନ୍ ୨୨ରେ ସେ ନକଲ କପି ପାଇଁ ଆବେଦନ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କୁ ନକଲ ପ୍ରଦାନ କରାଯାଉନାହିଁ। ଏ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କ ସମେତ ଉପଜିଲାପାଳଙ୍କୁ ଅବଗତ କରାଇଛନ୍ତି। ସେହିପରି ଅନ୍ୟଜଣେ ଓକିଲ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିବା କହିଛନ୍ତି। ମାସେ ହେଲା ଆବେଦନ କରିବା ସତ୍ତ୍ୱେ ତାଙ୍କୁ ପାର୍ଟିଶନ କପି ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ରାଜମୋହନପୁର ଗ୍ରାମର ଦେବରାଜ ଖିଲାର କହିଛନ୍ତି, କବଲା ସମୟରେ କ୍ରେତାଙ୍କ ଘରେ ସୁରକ୍ଷିତ ଭାବେ ପଟ୍ଟା ପହଞ୍ଚାଇବା ଲାଗି ସରକାରୀସ୍ତରରେ ୧୪୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ଗତ ଜୁଲାଇ ୧୫ରୁ ସେ କବଲା କରିଥିଲେ ମଧ୍ୟ ଅଦ୍ୟାବଧି ପଟ୍ଟା ମିଳିନାହିଁ। ଅବ୍ୟବସ୍ଥା ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ବି ସୁଫଳ ମିଳୁନାହିଁ। ତେଣୁ ବ୍ୟବସ୍ଥା ଉପରୁ ଅସ୍ଥା ତୁଟିବାରେ ଲାଗିଥିବା ସେ କହିଛନ୍ତି।
ଏ ସମ୍ପର୍କରେ ତହସିଲଦାର ଅଜୟ କୁମାର ମଲ୍ଲିକ କୁହନ୍ତି, ଅଭିଯୋଗ ମିଳିଛି। ସେବା ବିଳମ୍ବ ହେଉଥିବା କାରଣ ସମ୍ପର୍କରେ ସେ ନିଜେ ଅନୁଧ୍ୟାନ କରିବେ। ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ
ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…
ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍
ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଛି।…
ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……
ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…
ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ
ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…
ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ
ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…
ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା
କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…
ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ
ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…
ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…
Archives

