ତରଭୁଜ ଲାଗି ବଜାର ବେବସ୍‌ତାର ଅଭାବ: କ୍ଷତି ସହୁଛନ୍‌ ଚାଷୀ, ଲାଭ ଉଠଉଛନ୍‌ ବେପାରୀ

 

ଭବାନୀପାଟଣା,୨୪।୩ (ଡି.ଏନ୍‌.ଏ.)-
ବଜାର ବେବସ୍‌ତା ଅଭାବୁ ଭାବାନୀପାଟଣା ଆର ଧର୍ମଗଡ଼ ଉପଖଣ୍ଡର ଚରଭୁଜ ଚାଷୀ ଯେନ୍‌ ହିସାବେ ଲାଭ ପାଏବାର କଥା ନାଇଁ ପାଉଥିବାର ଜନାପଡ଼ିଛେ। ଇତାର ସୁଯୋଗ ନେଇ ବେପାରୀମାନେ ଚାଷୀକରନୁ ଅଲପ୍‌ ଦାମରେ ତରଭୁଜ ଘିନି ଭିନେ ଭିନେ ଜିଲାରେ ଦୁଇଗୁନାରେ ବିକି ମାଲେମାଲ ହେଉଛନ୍‌। ୮ରୁ ୧୦ ବଛର ହେଲା ଏନ୍‌ତା ଅବେବସ୍‌ତା ଲାଗି ଅଂଚଲର ତରଭୁଜ ଚାଷୀ କ୍ଷତି ସହୁଛନ୍‌। ହେଲେ ଚାଷୀକର ସୁଆର୍‌ଥ ଲାଗି ସରକାରୀ ହିସାବେ କିଛି ପଦକ୍ଷେପ ନାଇଁ ନିଆଯାଉଥିବାର ଚାଷୀମାନେ ଅଭିଯୋଗ କରିଛନ୍‌। ଏନ୍‌ତାଥି ଅନେକ ଚାଷୀ ତରଭୁଜ ଚାଷ୍‌ରୁ ମୁହୁଁ ଫିରେଇ ନେଉଥିବାର ଦେଖବାକେ ମିଲୁଛେ। ଭବାନୀପାଟଣା ଆର ଧର୍ମଗଡ଼ ଉପଖଣ୍ଡ ଦେଇ ବୁହିଯାଇଥିବାର ହରିହର ଯୋରର ଦୁଇ ଖଁଡ଼ି ଆର ଭିନେ ଭିନେ ଜାଗାରେ ଚାଷୀ ଶହ ଶହ ଏକର ତରଭୁଜ ଚାଷ୍‌ କରୁଛନ୍‌। ଚଲତି ବଛର ବି ଭବାନୀପାଟଣା ଆର ଧର୍ମଗଡ଼ ବ୍ଲକର ଭିନେ ଭିନେ ଗଁାରେ ଅନେକ ଚାଷୀ ତରଭୁଜ ଚାଷ୍‌ କରିଛନ୍‌। ହେଲେ ଚାଷୀ ଅମଲ ତରଭୁଜକେ ଇ ହାଟ୍‌ ସେ ହାଟ୍‌ ବିକି ନେବାକେ ସମିଆ ନାଇଁ ପାଉଥିଲାବେଲେ ବେପାରୀମାନେ ଇତାର ଫାଏଦା ନେଉଛନ୍‌। ବେପାରିମାନେ ଚାଷୀର ଖେତ୍‌କେ ଯାଇ ସସ୍‌ତାରେ ତରଭୁଜ ମୂଲେଇ ଘିନି ଆନୁଛନ୍‌। ଯେନ୍‌ଟା ବେପାରୀମାନେ ଉନିଅଁାନେ ସେ ତରଭୁଜକେ ଦୁଇଗୁନା ଦାମ୍‌ରେ ବିକୁଛନ୍‌। ଚାଷୀକଁର କହେବାର ହିସାବେ ବେପାରୀମାନେ ଚାଷୀକରନୁ ତରଭୁଜ କେ.ଜି. ପିଛା ୧୦ରୁ ୧୨ଟଁକା ଭାଉରେ ଘିନୁଛନ୍‌। ସେମାନେ ସେଟାକେ ଭିନେ ଭିନେ ଜାଗାରେ କେ.ଜି. ପିଛା ୪୦ରୁ ୫୦ଟଁକାରେ ବିକୁଛନ୍‌। ସେନ୍‌ତା ଅଦିନିଅଁା ବରଷା ଆର କରାମାଡ଼ ଭଏରେ ଚାଷୀ ବି ଅନେକ ସମିଆରେ ସସ୍‌ତାରେ ବେପାରିକରନେ ତରଭୁଜ ନପେଇ ଦେଉଥିବାର କହିଛନ୍‌। ଇଥର ଜାନୁୟାରୀ ଆର ଫେବୃଆରୀରେ ଅନେକ ବରଷା ଆର କରାମାଡ଼ ଲାଗି ଅନେକ ତରଭୁଜ ଚାଷୀ କ୍ଷତି ସହିଛନ୍‌। ଇଆଡ଼େ ଅମଲ ତରଭୁଜକେ ଚାଷୀ ଦିନାକେତେ ସାଇତି ରଖବାର ଲାଗି ଅଂଚଲରେ ଶୀତଲଭଣ୍ଡାରଟେ ନଁାଇଁନ। ତରଭୁଜ ଚାଷୀମାନେ ବାରବାର ବଜାର ବେବସ୍‌ତା କରବାକେ ଦାବି କରିଆସୁଥିଲେ ବି କେହି ନାଇଁ ଶୁନୁଥିବାର ଅଭିଯୋଗ କରିଛନ୍‌। ଇଠାନେ ତରଭୁଜ ଚାଷୀକଁର ସୁଆର୍‌ଥ ଲାଗି କୃଷି, ଉଦ୍ୟାନ ବିଭାଗ ଆର ନିୟନ୍ତ୍ରିତ ବଜାର କମିଟି ତରଫୁ ପଦକ୍ଷେପ ନେବାର ନିହାତି ଜରୁରି ବଲି ସାଧାରନରେ ମତ ପରକାଶ ପାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ବାଏପାସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ହାଇୱାକୁ ପିଟିଲା BMW କାର୍‌, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ଭବାନୀପାଟଣା,୧୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ୍‌ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବର୍ଷେ

ନୂଆଦିଲ୍ଲୀ ,୧୩ା୬: ଗତବର୍ଷ ଜୁନ୍‌ ୧୨ରେ ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଚଳିତ…

ଆକ୍ରମଣ ସ୍ଥଗିତ, ଟ୍ରମ୍ପ୍‌ ଅସ୍ପଷ୍ଟ

ଦୁବାଇ/ଓ୍ବାଶିଂଟନ/ପ୍ୟାରିସ୍‌ ,୧୩ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ…

କିଛିଦିନ ପୂର୍ବରୁ ବାପାଙ୍କର ହୋଇଥିଲା ମୃତ୍ୟୁ, ଏବେ ପୁଅର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର

କୋରାପୁଟ, ୧୩।୬ (ଅମିତାଭ ବେହେରା): କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ମାସେ ବିତିଲା, ତୁଟିନି ଟୋକନ ସମସ୍ୟା: ଲାଗି ରହିଛି ଧାନ କିଣାବିକା ସମସ୍ୟା

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନ କିଣାବିକା ସମସ୍ୟା ଲାଗି ରହିଛି। ଅନ୍ୟଥର ଅପେକ୍ଷା ଏଥର ଚାଷୀମାନେ ଟୋକନ…

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା: ୫ କେଜି ଚାଉଳ ବଦଳରେ ଏବେ ମିଳିବ ଏତିକି…ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ

ଛତ୍ରପୁର, ୧୩।୬(ଦିଲ୍ଲୀପ ସାମଲ) : ଆଉ ୫ କିଲୋ ନୁହେଁ, ଏପ୍ରିଲ୨୦୨୬ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା । ମୁଖ୍ୟମନ୍ତ୍ରୀ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଇଲେକ୍ଟ୍ରିସିଆନ ଶୁଭମଙ୍କ ଜୀବନ, ୩ ଗୁରୁତର

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁ ବାବାଜୀ ଗୁମ୍ଫ ନିକଟ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri