Posted inଜାତୀୟ

ତମ୍ବୁ ବିବାଦରୁ ୬ ଘଣ୍ଟା ସଂଘର୍ଷ

ନୂଆଦିଲ୍ଲୀ,୧୮ା୬: ଗଲଓ୍ବାନ ନଦୀ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ ୧୪ରେ ଏକ ଟେଣ୍ଟ ବା ତମ୍ବୁକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଚାହୁଁ ଚାହୁଁ ଏହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଉକ୍ତ ସ୍ଥାନରେ ଚାଇନା ପକ୍ଷରୁ ଏକ ଟେଣ୍ଟ ନିର୍ମାଣ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ଲ୍ୟୁଟ୍‌ନାଣ୍ଟ ଜେନେରାଲ ପାହ୍ୟା ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଚାଇନା ଉକ୍ତ ଟେଣ୍ଟକୁ ନିଜଆଡ଼ୁ କାଢ଼ିବା ପାଇଁ ରାଜି ହୋଇଥିଲା। ଟେଣ୍ଟକୁ ହଟାଇ ଶାନ୍ତି ପ୍ରତିଷ୍ଠା ପାଇଁ ସହମତି ସତ୍ତ୍ୱେ ଚାଇନା ତାକୁ ସେଠାରୁ କାଢ଼ି ନ ଥିଲା। ଫଳରେ ଭାରତୀୟ ପାଟ୍ରୋଲିଂ ପାର୍ଟି ସେଠାକୁ ଯାଇ ଉକ୍ତ ତମ୍ବୁକୁ ହଟାଇବା ପାଇଁ ଯାଇଥିଲେ। ପୂର୍ବରୁ ଅନେକ ଆଲୋଚନାର ନେତୃତ୍ୱ ନେଇଥିବା କଲୋନେଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ଯବାନମାନେ ଯାଇଥିବାବେଳେ ସେପଟେ ଟେକାପଥର, ଲୁହାରଡ୍‌ ଓ ଲାଠି ଧରି ଜଗିଥିଲେ ଚାଇନା ସୈନ୍ୟ। ଭାରତୀୟ ଯବାନମାନେ ସୋମବାର ଅପରାହ୍ନରେ ସେଠାରେ ପହଞ୍ଚତ୍ବା ପରେ ପିଏଲ୍‌ଏ ସୈନ୍ୟ ସେମାନଙ୍କୁ ଆକ୍ରମଣ କରିଥିଲେ। ଭାରତୀୟ ଯବାନ ସେମାନଙ୍କୁ ଜବାବ ଦେଇଥିଲେ। ରାତିରେ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଅନେକ ସୈନ୍ୟ ଗଲଓ୍ବାନ ନଦୀରେ ପଡ଼ି ନିଖୋଜ ହୋଇଯାଇଥିଲେ। ୬ ଘଣ୍ଟା ଧରି ଚାଲିଥିଲା ଏହି ସଂଘର୍ଷ। ଅତି ଥଣ୍ଡା ପାଗ ଓ ହାଇପୋଥେର୍ମିଆ ଯୋଗୁ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ମଙ୍ଗଳବାର ସକାଳେ ସେନାକୁ ମିଳିଥିଲା କଲୋନେଲ ସନ୍ତୋଷ ବାବୁ ଓ ଅନ୍ୟ ଦୁଇଜଣ ଯବାନଙ୍କ ମୃତ୍ୟୁ ତଥା ୧୭ ଆହତ ହୋଇଥିବା ଖବର। ଶୂନ୍ୟ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଆହତ ଯବାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ପାଟ୍ରୋଲିଂ ପଏଣ୍ଟ ନଂ.୧୪
ସମୁଦ୍ର ପତ୍ତନଠାରୁ ୧୫ ହଜାର ଫୁଟ୍‌ ଉଚ୍ଚତାରେ ରହିଛି ଲଦାଖର ଗଲଓ୍ବାନ ଉପତ୍ୟକା। ଏହି ଭୂଖଣ୍ଡର ପାଟ୍ରୋଲିଂ ପଏଣ୍ଟ ୧୪ରେ ସୋମବାର ଅପରାହ୍ନରୁ ୬ ଘଣ୍ଟା ଧରି ଚାଲିଥିଲା ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ସଂଘର୍ଷ ବି ଏମିତି ସେମିତି ନୁହେଁ। ଦୁଇପକ୍ଷର ମୃତାହତ ସୈନ୍ୟଙ୍କ ସଂଖ୍ୟା ମିଶାଇଲେ ୬୩ରୁ ଅଧିକ। ୧୯୬୭ରେ ନାଥୁ ଲା’ରେ ହୋଇଥିବା ସଂଘର୍ଷରେ ଭାରତର ୮୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୩୦୦ରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିଲେ। ସେବେଠୁ ୫୩ ବର୍ଷ ମଧ୍ୟରେ ଏତେବଡ଼ ସଂଘର୍ଷ ଘଟି ନ ଥିଲା। ତେବେ କାହିଁକି ଘଟିଲା ଏତେ ବଡ଼ ଘଟଣା? ଭାରତର କେତେ ଯବାନ ଓ ପିଏଲ୍‌ଏର କେତେ ସୈନ୍ୟ ଥିଲେ? କେଉଁ ପରିସ୍ଥିତିରେ ଶହୀଦ ହୋଇଗଲେ ୨୦ ଭାରତୀୟ ଯବାନ? ଏପରି କିଛି ପ୍ରଶ୍ନ ଭାରତୀୟମାନଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri