ଢାବାରେ ନାବାଳକଙ୍କ ମୃତଦେହ ମିଳିବା ଘଟଣା: ଏଚ୍‌ଆରପିସି ଟିମ୍‌ର ତଦନ୍ତ ଆରମ୍ଭ

ବାଲିଆପାଳ, ୨୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଇଡ୍‌କୋ ଛକସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାରେ ରବିବାର ମାନବାଧିକାର ସୁରକ୍ଷା କମିଶନ (ଏଚଆରପିସି) ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ଟିମ୍‌ର ମୁଖ୍ୟ ଭାବେ ଅତିରିକ୍ତ ଏସ୍‌ପି ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ୫ଜଣିଆ ଟିମ୍‌ ବାଲିଆପାଳରେ ପହଞ୍ଚତ୍ ସ୍ଥାନୀୟ ପୋଲିସ ସହାୟତାରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଲୋକଙ୍କୁ ପଚରାଉଚୁରା କରିଥିଲେ। ହତ୍ୟାକାଣ୍ଡର ବିଭିନ୍ନ ପ୍ରମାଣ, ଆନ୍ଦୋଳନରେ ସମ୍ପୃକ୍ତ ଲୋକ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଢାବା ମାଲିକ ସାହାବଦ୍ଦିନ ଶାହାଙ୍କ କଚୁଆପାଡାସ୍ଥିତ ବାସଗୃହ, ଜାମକୁଣ୍ଡା ଛକ, ପାରୁଳିଆ ଛକ, ବ୍ଲକ ଛକର ବିଭିନ୍ନ ଦୋକାନୀ ଓ ସାଧାରଣ ଲୋକଙ୍କୁ ସେମାନେ ପଚାରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଏପରିକି ରାଜଧାନୀ ଢାବା ପାଖ ବାସିନ୍ଦାଙ୍କୁ ପଚାରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଘଟଣା ବିଷୟରେ ବହୁ ତଥ୍ୟ ସଂଗ୍ରହ କରିଥିଲେ। ଟିମ୍‌ ମୃତ ନାବାଳକ ବିଜୟ ଦଳାଇଙ୍କ ଉଲୁଡାସ୍ଥିତ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ। ବାଲିଆପାଳରେ ତଦନ୍ତ ଶେଷ ହେବା ପରେ ଏକ ରିପୋର୍ଟ ଏଚ୍‌ଆରପିସି କମିଶନରଙ୍କୁ ଦିଆଯିବ। ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି। ଏହି ଟିମ୍‌ରେ ଡିଏସ୍‌ପି ରଣଜିତ ନାୟକ, ଏସ୍‌ଆଇ ପର୍ଶୁରାମ ପାଇକରାୟ, କନଷ୍ଟେବଳ ସଦାନନ୍ଦ କଅଁର ପ୍ରମୁଖ ରହିଛନ୍ତି ା ତେବେ ବାଲିଆପାଳ ଥାନା ପକ୍ଷରୁ ନୂଆ ଆଇଆଇସି ରଣଜିତ୍‌ ସାହୁ ଓ ଥାନାର ସବୁ ପୋଲିସ ସହଯୋଗ କରିଥିଲେ।
୨୬ ତାରିଖରେ ରାଜଧାନୀ ଢାବାର ନାବାଳକ ବିଜୟ ଦଳାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କ ପରିବାର ଓ ସ୍ଥାନୀୟ ଲୋକ ରାସ୍ତାରୋକୋ କରିଥିଲେ। ଆନ୍ଦୋଳନକାରୀଙ୍କୁ ଥାନା ଆଇଆଇସି ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କହିବାରୁ ଲଙ୍କାକାଣ୍ଡ ଘଟିଥିଲା ା ଉତ୍ତ୍ୟକ୍ତ ଲୋକମାନେ ଆଇଆଇସି ପ୍ରଭୁକଲ୍ୟାଣ ଅଚାର୍ଯ୍ୟଙ୍କୁ ଗୋଡାଇ ପିଟିବା ସହିତ ଢାବାରେ ନିଆଁ ଲଗାଇ ଦେଇଥିଲେ। ଜିଲା ଏସ୍‌ପି ବି. ଯୁଗଳକିଶୋର ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଆନ୍ଦୋଳନକାରୀମାନେ ଢାବା ମାଲିକ କଚୁଆପଡା ବାସଭବନକୁ ଯାଇ ସେଠାରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଜାମକୁଣ୍ଡା ଛକସ୍ଥିତ ଦୋକାନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଶନିବାର ମୃତଦେହ ଉଲୁଡାରେ ପହଞ୍ଚତ୍ବା ପରେ ସେଠାରେ ମଧ୍ୟ ପରିବାର ଲୋକ ଓ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ, ୨ ପୋଲିସ କର୍ମଚାରୀକୁ ଅଟକାଇ ରାସ୍ତାରୋକୋ କରିଥିଲେ। ତେବେ ଜିଲାପାଳଙ୍କ ନିର୍ଦ୍ଦେଶରେ ଭୋଗରାଇ ତହସିଲଦାର ସମ୍ବିତ ନାୟକ ଓ ଏସ୍‌ଡିପିଓ ସେମାନଙ୍କର ଦାବି ପୂରଣ କରାଯିବ ବୋଲି କହିବାରୁ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା ା ଘଟଣାର ସମ୍ପୃକ୍ତ ଥିବା ସନ୍ଦେହରେ ଢାବାରେ କାମ କରୁଥିବା ୨ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇଛି। ରବିବାର ମଧ୍ୟ ବାଲିଆପାଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri