ଢାବାରେ ନାବାଳକଙ୍କ ମୃତଦେହ ମିଳିବା ଘଟଣା: ଏଚ୍‌ଆରପିସି ଟିମ୍‌ର ତଦନ୍ତ ଆରମ୍ଭ

ବାଲିଆପାଳ, ୨୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଇଡ୍‌କୋ ଛକସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାରେ ରବିବାର ମାନବାଧିକାର ସୁରକ୍ଷା କମିଶନ (ଏଚଆରପିସି) ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ଟିମ୍‌ର ମୁଖ୍ୟ ଭାବେ ଅତିରିକ୍ତ ଏସ୍‌ପି ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ୫ଜଣିଆ ଟିମ୍‌ ବାଲିଆପାଳରେ ପହଞ୍ଚତ୍ ସ୍ଥାନୀୟ ପୋଲିସ ସହାୟତାରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଲୋକଙ୍କୁ ପଚରାଉଚୁରା କରିଥିଲେ। ହତ୍ୟାକାଣ୍ଡର ବିଭିନ୍ନ ପ୍ରମାଣ, ଆନ୍ଦୋଳନରେ ସମ୍ପୃକ୍ତ ଲୋକ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଢାବା ମାଲିକ ସାହାବଦ୍ଦିନ ଶାହାଙ୍କ କଚୁଆପାଡାସ୍ଥିତ ବାସଗୃହ, ଜାମକୁଣ୍ଡା ଛକ, ପାରୁଳିଆ ଛକ, ବ୍ଲକ ଛକର ବିଭିନ୍ନ ଦୋକାନୀ ଓ ସାଧାରଣ ଲୋକଙ୍କୁ ସେମାନେ ପଚାରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଏପରିକି ରାଜଧାନୀ ଢାବା ପାଖ ବାସିନ୍ଦାଙ୍କୁ ପଚାରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଘଟଣା ବିଷୟରେ ବହୁ ତଥ୍ୟ ସଂଗ୍ରହ କରିଥିଲେ। ଟିମ୍‌ ମୃତ ନାବାଳକ ବିଜୟ ଦଳାଇଙ୍କ ଉଲୁଡାସ୍ଥିତ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ। ବାଲିଆପାଳରେ ତଦନ୍ତ ଶେଷ ହେବା ପରେ ଏକ ରିପୋର୍ଟ ଏଚ୍‌ଆରପିସି କମିଶନରଙ୍କୁ ଦିଆଯିବ। ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି। ଏହି ଟିମ୍‌ରେ ଡିଏସ୍‌ପି ରଣଜିତ ନାୟକ, ଏସ୍‌ଆଇ ପର୍ଶୁରାମ ପାଇକରାୟ, କନଷ୍ଟେବଳ ସଦାନନ୍ଦ କଅଁର ପ୍ରମୁଖ ରହିଛନ୍ତି ା ତେବେ ବାଲିଆପାଳ ଥାନା ପକ୍ଷରୁ ନୂଆ ଆଇଆଇସି ରଣଜିତ୍‌ ସାହୁ ଓ ଥାନାର ସବୁ ପୋଲିସ ସହଯୋଗ କରିଥିଲେ।
୨୬ ତାରିଖରେ ରାଜଧାନୀ ଢାବାର ନାବାଳକ ବିଜୟ ଦଳାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କ ପରିବାର ଓ ସ୍ଥାନୀୟ ଲୋକ ରାସ୍ତାରୋକୋ କରିଥିଲେ। ଆନ୍ଦୋଳନକାରୀଙ୍କୁ ଥାନା ଆଇଆଇସି ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କହିବାରୁ ଲଙ୍କାକାଣ୍ଡ ଘଟିଥିଲା ା ଉତ୍ତ୍ୟକ୍ତ ଲୋକମାନେ ଆଇଆଇସି ପ୍ରଭୁକଲ୍ୟାଣ ଅଚାର୍ଯ୍ୟଙ୍କୁ ଗୋଡାଇ ପିଟିବା ସହିତ ଢାବାରେ ନିଆଁ ଲଗାଇ ଦେଇଥିଲେ। ଜିଲା ଏସ୍‌ପି ବି. ଯୁଗଳକିଶୋର ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଆନ୍ଦୋଳନକାରୀମାନେ ଢାବା ମାଲିକ କଚୁଆପଡା ବାସଭବନକୁ ଯାଇ ସେଠାରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଜାମକୁଣ୍ଡା ଛକସ୍ଥିତ ଦୋକାନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଶନିବାର ମୃତଦେହ ଉଲୁଡାରେ ପହଞ୍ଚତ୍ବା ପରେ ସେଠାରେ ମଧ୍ୟ ପରିବାର ଲୋକ ଓ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ, ୨ ପୋଲିସ କର୍ମଚାରୀକୁ ଅଟକାଇ ରାସ୍ତାରୋକୋ କରିଥିଲେ। ତେବେ ଜିଲାପାଳଙ୍କ ନିର୍ଦ୍ଦେଶରେ ଭୋଗରାଇ ତହସିଲଦାର ସମ୍ବିତ ନାୟକ ଓ ଏସ୍‌ଡିପିଓ ସେମାନଙ୍କର ଦାବି ପୂରଣ କରାଯିବ ବୋଲି କହିବାରୁ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା ା ଘଟଣାର ସମ୍ପୃକ୍ତ ଥିବା ସନ୍ଦେହରେ ଢାବାରେ କାମ କରୁଥିବା ୨ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇଛି। ରବିବାର ମଧ୍ୟ ବାଲିଆପାଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri