ବାରିପଦା ଅଫିସ,୨୯।୭- ବାରିପଦା ସହର ଦେବେନ୍ଦ୍ରପୁରରେ ବସବାସ କରୁଥିବା ପଟ୍ଟା ବିହୀନ ବାସିନ୍ଦାଙ୍କୁ ଜବରଦଖଲ ସ୍ଥାନରୁ ଉଚ୍ଛେଦ କରିବା ପାଇଁ ଜିଲା ପ୍ରଶାସନ ନୋଟିସ ଜାରି କରିଛି। ଏହାକୁ ପୌରାଞ୍ଚଳ ପଟ୍ଟାବିହୀନ ସଂଘର ସଭାପତି ନନ୍ଦ କୁମାର ମହାପାତ୍ର ଓ ସମ୍ପାଦକ କାହ୍ନୁଚରଣ ବେହେରା ବିରୋଧ କରିଛନ୍ତି। ଅମାନବୀୟ ଭାବେ ପ୍ରଶାସନ ନୋଟିସ କରିଥିବା ସଂଘ ଅଭିଯୋଗ କରିଛିି। ଏହା ବିରୋଧରେ ସଂଘ ଆନ୍ଦୋଳନ କରିବ ବୋଲି ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ସଂଘର ଅଭିଯୋଗ ମୁତାବକ ଦେବେନ୍ଦ୍ରପୁରରେ ବହୁ ପଟ୍ଟାବିହୀନ ପରିବାର ଦୀର୍ଘ ୨୦ ବର୍ଷ ହେବ ରହିଆସୁଛନ୍ତି। ସେମାନଙ୍କୁୂ ହଠାତ ଉଚ୍ଛେଦ କଲେ ସେମାନେ ଅସହାୟ ହୋଇ ପଡିବେ। ଏହି ଲୋକମାନେ ବସବାସ କରୁଥିବା ଜାଗା ୨୦୧୭ ପୂର୍ବରୁ ଆରଡିହ ଜାଗା ଭାବେ ଚିହ୍ନିତ ଥିଲା। ପରେ ଏହା ସରକାରୀ ଖାତାକୁ ଆସିଛି। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ପଟ୍ଟାବିହୀନ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନଙ୍କୁ ପ୍ରଥମେ ଜମି ପଟ୍ଟା ଦିଆଯାଇ ଜମି ଅଧିକାର ପ୍ରଦାନ କରିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ମାତ୍ର ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସହରର ଅନେକ ସ୍ଥାନରେ ଆରଡିହ ଜମି ଫାଙ୍କା ପଡିଥିବା ବେଳେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ମାଡି ବସିଛନ୍ତି। ଏପରିସ୍ଥଳେ ବାରିପଦା ଉପଜିଲାପାଳଙ୍କ କାର୍ଯ୍ୟାଳୟର ଓପିପି(ଇୟୁଓ) ମାମଲା ନଂ.-୪/୨୦୧୯ ଅନୁସରଣରେ ପି.ଆର ନଂ.-୨୯ (୨୪ା୭ା୨୦୧୯)ରେ ଦେବେନ୍ଦ୍ରପୁରରେ ବସବାସ କରୁଥିବା ପଟ୍ଟା ବିହୀନ ପରିବାରଗୁଡିକୁ ଆସନ୍ତା ୩୦ ତାରିଖରେ ହାଜର ହୋଇ କୈଫିୟତ ଦେବାକୁ ନୋଟିସ କରାଯାଇଛି। ଉତ୍ତର ଠିକ୍ ନ ଦେଇ ପାରିଲେ ଜବରଦଖଲ ଉଚ୍ଛେଦ କରାଯିବ। ଏହି ନୋଟିସ ଓ ଉଚ୍ଛେଦ ପ୍ରସ୍ତାବକୁ ସଂଘ ବିରୋଧ କରିଛି। ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଳାଇବ ବୋଲି ନିଷ୍ପତ୍ତି ନିଆଯାଇଥିବା ସଭାପତି ମହାପାତ୍ର କହିଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ
ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…
ଆଧ୍ୟାତ୍ମିକ ପରିବେଶରେ ଥୁଆମୂଳ ରାମପୁର ବ୍ଲକରେ ବାହୁଡ଼ା ଯାତ୍ରା ସମ୍ପନ୍ନ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ…
ଥୁଆମୂଳ ରାମପୁର,୨୫।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ମହାପ୍ରଭୁ…
ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…
ମୋହନା,୨୫।୭(ମନ୍ମଥ ମିଶ୍ର): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା…
କୁଆଁରମୁଣ୍ଡା-ପଦମପୁର ରାସ୍ତା ଶୋଚନୀୟ: କାଦୁଅରେ ଗଡ଼ି ଆନ୍ଦୋଳନକାରୀଙ୍କ ପ୍ରତିବାଦ
କୁଆଁରମୁଣ୍ଡା,୨୫।୭(ମହେନ୍ଦ୍ର କୁମାର ସାହୁ): କୁଆଁରମୁଣ୍ଡା-ପଦମପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ବର୍ଷା ପାଣି ଜମି ଯାତାୟାତରେ ବାଧାସୃଷ୍ଟି ହୋଇଛି। ଏପରି କି…
ଗଞ୍ଜାମ ପେଲିସର ‘ଅପରେଶନ ଅନ୍ୱେଷଣ–୩’: ନିଖୋଜ ବ୍ୟକ୍ତିମାନଙ୍କୁ ବିଭିନ୍ନ ରାଜ୍ୟରୁ ….
ଛତ୍ରପୁର୨୫।୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ପୋଲିସ ଜିଲାରେ ‘ଅପରେଶନ ଅନ୍ୱେଷଣ–୧’ ଓ ‘ଅପରେଶନ ଅନ୍ୱେଷଣ–୨’ର ବିପୁଳ ସଫଳତା ପରେ ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ…
ହୃଦ୍ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ
କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ…
ସ୍ୱାଭିମାନ ଅଞ୍ଚଳ ଜଙ୍ଗଲରୁ ମାଓବାଦୀ ଡମ୍ପ ଜବତ
ମାଲକାନଗିରି,୨୫।୭ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଘନବେଡାରେ ବିଏସ୍ଏଫ୍ ବାହିନୀ ଏକ ମାଓବାଦୀ ଡମ୍ପ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିଶେଷ…
ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…
ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…
Archives

