ଡ୍ରେନ୍‌ ଜଗିବ ବିଏମ୍‌ସି ସ୍କ୍ବାଡ୍‌

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ୫୦ରୁ ଊର୍ଦ୍ଧ୍ୱ ଘରୋଇ ସେସ୍‌ପୁଲ ଗାଡ଼ି ରହିଛି। କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅନେକ ସହରର ସ୍ବଚ୍ଛତାକୁ ଅଣଦେଖା କରି ଏଣେତେଣେ ମଳ ପକାଉଛି। ଏ ସମ୍ପର୍କରେ ବିଭିନ୍ନ ଅଞ୍ଚଳରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସହରର ଡ୍ରେନ ସମେତ ଖୋଲା ଜାଗା ଓ ରାସ୍ତାକଡ଼ରେ ଯେଭିଳ ସେସ୍‌ପୁଲ ଗାଡ଼ି ମଳ ପକାଇପାରିବେ ନାହିଁ ସେନେଇ ଦୁଇଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରିଛି। ସ୍କ୍ବାଡ ଦ୍ୱାରା କୌଣସି ସେସ୍‌୍‌ପୁଲ ଗାଡ଼ି ଏଣେତେଣେ ମଳ ପକାଉଥିବା ଧରାପଡ଼ିଲେ ବଡ଼ଧରଣର ଜରିମାନା ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।
ଜୋନାଲ ଡେପୁଟି କମିଶନରମାନେ ବିଏମ୍‌ସି ତରଫରୁ ନୋଡାଲ୍‌ ଅଫିସର୍‌ ଭାବେ ସ୍କ୍ବାଡ୍‌କୁ ସଂଯୋଜନା କରିବେ। ସ୍କ୍ବାଡ୍‌ ବ୍ୟତୀତ ପୋଲିସ୍‌, ଟ୍ରାଫିକ୍‌ ଏବଂ ଆର୍‌ଟିଓ ୧ ଏବଂ ୨ର ପ୍ରତିନିଧି ମଧ୍ୟ ସେସ୍‌ପୁଲ୍‌ ଗାଡ଼ି ଉପରେ ନଜର ରଖି ଜରିମାନା କରିପାରିବେ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ବିଭିନ୍ନ ଅଭିଯୋଗ ଓ ବିଏମ୍‌ସି ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନରୁ ସେସ୍‌ପୁଲ୍‌ ଗାଡ଼ିଗୁଡ଼ିକ ଲୁଚିଛପି ମଳ ଛାଡ଼ୁଥିବା ସ୍ଥାନଗୁଡ଼ିକ ଚିହ୍ନଟ କରାଯାଇଛି। ବିଶେଷକରି ବରମୁଣ୍ଡା ଫ୍ଲାଏଓଭରରୁ ଖଣ୍ଡଗିରି ପାର୍ଶ୍ୱ ଡ୍ରେନ୍‌, ଜୟଦେବ ବିହାରଠାରୁ ଆଚାଯର୍‌ୟ ବିହାର, ଫାୟାର ଷ୍ଟେଶନ୍‌ଠାରୁ ସିଆର୍‌ପି, କ୍ଲବ୍‌ଟାଉନ୍‌ ପଟିଆ ନିକଟରେ ଥିବା ଡ୍ରେନ୍‌ ଏବଂ ସିଲିକନ୍‌ ଭିଲେଜ୍‌ରୁ ଶିଖରଚଣ୍ଡି ପାଖ ଡ୍ରେନ୍‌ରେ ସେସ୍‌ପୁଲ୍‌ ଗାଡ଼ିଗୁଡ଼ିକ ମଳ ଛାଡ଼ୁଥିବା ଦେଖିବାକୁ ମିଳିଛି। ଏହି ସବୁ ଅଞ୍ଚଳ ସମେତ ଅନ୍ୟସ୍ଥାନର ଡ୍ରେନ୍‌ ଉପରେ ସ୍କ୍ବାଡ୍‌ କଡ଼ା ନଜର ରଖିବ ବୋଲି ବିଏମ୍‌ସି କହିଛି।
ଉଲ୍ଲେଖଯୋଗ୍ୟ, ଓଡିଶା ଦେଶର ପ୍ରଥମ ରାଜ୍ୟ, ଯେଉଁଠାରେ ରାଜ୍ୟବ୍ୟାପୀ ଏଫ୍‌ଏସ୍‌ଏସ୍‌ଏମ୍‌ ଅଧିନିୟମକୁ ସୂଚୀତ କରାଯାଇଛି। ଏହାଦ୍ୱାରା ସହରାଞ୍ଚଳର ଥିବା ଖୋଲାସ୍ଥାନ ଏବଂ ଜଳାଶୟଗୁଡିକରେ ମଳର ଅସୁରକ୍ଷିତ ନିଷ୍କାସନକୁ ନିୟନ୍ତ୍ରଣ ଏବଂ ତଦାରଖ କରାଯାଇପାରିବ। ଏହାର ପ୍ରଭାବୀ କାର୍ଯ୍ୟକାରିତା ଦ୍ୱାରା ରାଜ୍ୟର ଛୋଟ ଏବଂ ବଡ଼ ସହରଗୁଡ଼ିକରେ ଉନ୍ନତ ସ୍ବାସ୍ଥ୍ୟ ଏବଂ ପରିବେଶ ସୃଷ୍ଟି ହେବାର ଆଶା କରାଯାଉଛି। ତଦନୁଯାୟୀ ବିଏମ୍‌ସି ପକ୍ଷରୁ ମଳକୁ ଏଣେତେଣେ ନିଷ୍କାସନ କରିବାରେ କଡା କଟକଣା ଲଗାଯାଇଛି। ସେସ୍‌ପୁଲ୍‌ ଗାଡ଼ିଗୁଡ଼ିକର ମଳ ନିଷ୍କାସନ ପାଇଁ ବାସୁଆଘାଇଠାରେ ମଳ ଉପଚାର ପ୍ଲାଣ୍ଟ କରାଯାଇଛି। ଉକ୍ତ ପ୍ଲାଣ୍ଟ ୭୫ କେଏଲ୍‌ଡି କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ସେଠାରେ ସୁରକ୍ଷିତ ଉପଚାର ହୋଇଥାଏ ବୋଲି ବିଏମ୍‌ସି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri