Posted inଖେଳ

ଡେଭିସ୍‌ କପ୍‌ ଦଳରେ ସ୍ଥାନ ବଜାୟ ରଖିଲେ ପେସ୍‌

ନୂଆଦିଲ୍ଲୀ, ୨୫ା୨ (ପି.ଟି.)-କ୍ରୋଏସିଆ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ ପାଇଁ ଭାରତୀୟ ଟେନିସ ଦଳ ଘୋଷଣା କରାଯାଇଛି। ସର୍ବଭାରତୀୟ ଟେବୁଲ ଟେନିସ ଆସୋସିଏଶନ (ଆଇଟା) ସିଲେକ୍ସନ କମିଟି ୫ଜଣିଆ ପ୍ଲେଇଂ ସ୍କ୍ବାର୍ଡରେ ଭେଟେରାନ ଲିଆଣ୍ଡର ପେସ୍‌ଙ୍କୁ ସ୍ଥାନ ଦେଇଛି। ଡିଭିଜ ଶରନ ରିଜର୍ଭ ଖେଳାଳି ରହିଛନ୍ତି। ଆଇଟା ମଙ୍ଗଳବାର ଖେଳାଳି ତାଲିକା ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌) ନିକଟକୁ ପଠାଇ ଦେଇଛି। ଜାଗ୍ରେବଠାରେ ହାର୍ଡକୋର୍ଟରେ ମାର୍ଚ୍ଚ ୬-୭ରେ ଖେଳାଯିବାକୁଥିବା ଏହି କ୍ୱାଲିଫାୟର୍ସ ମ୍ୟାଚ ପାଇଁ ଜାତୀୟ ମହାସଂଘ ପ୍ରଥମେ ୬ ଜଣିଆ ଦଳ ଘୋଷଣା କରିଥିଲା। ୨୪ଟି ଦଳକୁ ନେଇ ହେବାକୁଥିବା କ୍ୱାଲିଫାୟର୍ସରେ କ୍ରୋଏସିଆ ଟପ୍‌ ସିଡ୍‌ ମାନ୍ୟତାପ୍ରାପ୍ତ ଦଳ। ଏଥିରୁ ୧୨ ବିଜୟୀ ଦଳ ଡେଭିସ୍‌ କପ୍‌ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ପରାଜିତ ଦଳ ଓ୍ବାଲର୍‌ଡ ଗ୍ରୁପ୍‌-୧ରେ ସ୍ଥାନ ପାଇବେ। ରିଜର୍ଭ ଖେଳାଳି କିଏ ରହିବ ସେ ନେଇ ଅଧିନାୟକ ରୋହିତ ରାଜପାଲ ସମସ୍ତ ଖେଳାଳିଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ସେ ଡିଭିଜଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଜାଗ୍ରେବ ଗସ୍ତ କରିବାକୁ ଥିବା ଦଳର ୬ଷ୍ଠ ସଦସ୍ୟ ହେବାକୁ ସେ ରାଜି ହୋଇଥିବା ଆଇଟା ସୂତ୍ରରୁ ପ୍ରକାଶ। ସୁମିତ ନାଗାଲ, ପ୍ରଜନେଶ ଗୁଣେସ୍ବରନ ଏବଂ ରାମକୁମାର ରମାନାଥନ ଦଳରେ ସିଙ୍ଗଲ୍ସ ଖେଳାଳି ଭାବେ ସ୍ଥାନ ପାଇଥିବା ବେଳେ ପେସ୍‌ ଓ ରୋହନ ବୋପାନ୍ନା ଡବଲ୍ସ ଖେଳିବେ। ପାକିସ୍ତାନ ବିପକ୍ଷ ଗତ ମୁକାବିଲାରେ ଇଞ୍ଜୁରୀ କାରଣ ଦର୍ଶାଇ ବୋପାନ୍ନା ଓହରିଯାଇଥିଲେ। କାଜାଖସ୍ତାନର ନୁର୍‌ ସୁଲ୍‌ତାନରେ ଖେଳାଯାଇଥିବା ଏହି ମ୍ୟାଚରେ ପେସ୍‌ ଓ ଜୀବନ ନେଦୁନ୍‌ଚେଝିଆନ ଖେଳିଥିଲେ। ଅଣଖେଳାଳି ଅଧିନାୟକ ରାଜପାଲ କହିଛନ୍ତି ଚଳିତ ସିଜନରେ ପେସ୍‌ଙ୍କ ପ୍ରଦର୍ଶନ ଭଲ ରହିଛି। ପୁଣେଠାରେ ଟାଟା ଓପନ ମହାରାଷ୍ଟ୍ରରେ ସେ ଡିଭିଜଙ୍କୁ ପରାସ୍ତ କରିଛନ୍ତି। ବେଙ୍ଗାଲୁର ଓପନ ଚ୍ୟାଲେଞ୍ଜରରେ ମଧ୍ୟ ସେ ଫାଇନାଲକୁ ଉନ୍ନୀତ ହୋଇଥିଲେ। ଦେଶ ପାଇଁ ସେ ଦୀର୍ଘ ୩୦ବର୍ଷ ହେଲା ଖେଳିଆସୁଛନ୍ତି। ତାଙ୍କ ପ୍ରତି ସମ୍ମାନ ରହିଛି। ଡିଭିଜ ମଧ୍ୟ ତାହା ଅନୁଭବ କରିଛନ୍ତି। ଡେଭିସ୍‌ କପ୍‌ରେ ଭାରତ ଓ କ୍ରୋଏସିଆ ମଧ୍ୟରେ ଦ୍ୱିତୀୟ ଥର ମୁକାବିଲା ହେବାକୁ ଯାଉଛି। ଗତଥର ୧୯୯୫ରେ ନୂଆଦିଲ୍ଲୀରେ ହୋଇଥିବା ମୁକାବିଲାରେ ଭାରତ ୩-୨ରେ ବିଜୟୀ ହୋଇଥିଲା। ପେସ୍‌ ତାଙ୍କର ଉଭୟ ସିଙ୍ଗଲ୍ସ ଏବଂ ମହେଶ ଭୂପତିଙ୍କ ସହ ଡବଲ୍ସ ଜିତିଥିଲେ। ଏଥର କ୍ରୋଏସିଆ ଦଳରେ ର଼୍ୟାଙ୍କିଙ୍ଗ ତାଲିକାର ଟପ୍‌ ୫୦ରେ ସ୍ଥାନ ପାଇଥିବା ଦୁଇଜଣ ଖେଲାଳି ରହିଛନ୍ତି। ସେମାନେ ହେଲେ ବୋର୍ନା କୋରିକ୍‌ (୨୬ ର଼୍ୟାଙ୍କିଙଙ୍ଗ) ଏବଂ ମାରିନ୍‌ ସିଲିକ୍‌ (୩୬ତମ ର଼୍ୟାଙ୍କିଙ୍ଗ)।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri