Odisha Elections 2024

ଡୁବୁରୀ-ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥ :ମରାମତି ଦାବି କଲା ବ୍ୟବସାୟୀ ସଂଘ

ଡୁବୁରୀ,୪-୯(ଡି.ଏନ୍‌.ଏ.)- ଡୁବୁରୀ-ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡିଛି। ଡୁବୁରୀ-ସୁକିନ୍ଦା ୯ କିଲୋମିଟର ପାଖାପାଖି ରାସ୍ତାର ଅଧିକାଂଶ ସ୍ଥାନ ଖାଲଖମା ସୃଷ୍ଟି ହୋଇଛି। ଚଳିତ ଲଘୁଚାପ ଜନିତ ବର୍ଷା ଅବସ୍ଥାକୁ ଅଧିକ ସଙ୍ଗିନ କରିଦେଇଛି। ବର୍ଷାରେ ବିଭିନ୍ନ ସ୍ଥାନରେ ରାସ୍ତା କଡରୁ ମାଟି ଧସିବାରେ ଲାଗିଛି। ମରାମତି ପାଇଁ ବହୁବାର ଦାବି ହୋଇଥିତ୍ଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଜିଲାର ଅନ୍ୟତମ ବ୍ୟସ୍ତ ବହୁଳ ଏହି ରାଜପଥଟି ସୁକିନ୍ଦା ଖଣି ଅଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରୁଥିବାରୁ ଶହ ଶହ ଭାରିଯାନ ଓ ଅନ୍ୟାନ୍ୟ ଗାଡି ମଟର ଯାତାୟାତ କରନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ରାସ୍ତା ୪ ଲେନ୍‌ ହେବାକୁ ଥିବାରୁ ଏହାର ମରାମତି ପ୍ରତି ଧ୍ୟାନ ଦେଉ ନ ଥିବା କଳିଙ୍ଗନଗର ବ୍ୟବସାୟିକ ସଂଘ କହିଛି। ତୁରନ୍ତ ରାସ୍ତାକୁ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ସଂଘର ସଭାପତି ସୁଧାଂଶୁ ଶେଖର ରାଉତ, ସମ୍ପାଦକ ସୁକୁମାର ଦେଓ, ବିଶ୍ୱନାଥ ସାହୁ, ପ୍ରଶାନ୍ତ ସାହୁ, ସଂଗ୍ରାମ ରାଉତ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେବେନି ପିହୁଙ୍କ ମା’ ମୋନାଲିସା

ବିଞ୍ଝାରପୁର,୨୪ା୫(ରାମକୃଷ୍ଣ ଦାସ):ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(ପିହୁ) ନିଖୋଜ ଘଟଣାରେ ପୂର୍ଣ୍ଣଛେଦ ପଡ଼ୁନାହିଁ। ନ୍ୟାୟ ପାଇଁ...

ରାସ୍ତା କାମର ୨ ଦିନ ପରେ ଉଠିଗଲା ପିଚୁ

ପାଣିକୋଇଲି,୨୩ା୫(ବିକାଶ ମଲ୍ଲିକ): ଜାତୀୟ ରାଜପଥ ୧୬ଠାରୁ ହାଟସାହି ଭାୟା ସୋତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହାର...

ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରିଟ୍‌ଲାଇଟ୍‌ ବିଦ୍ୟୁତ୍‌ ତାର

ପାଣିକୋଇଲି,୨୩।୫(ବିକାଶ ମଲ୍ଲିକ):ପାଣିକୋଇଲି ୨୦ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଉଜ୍ଜ୍ୱଳ ଆଲୋକ ଜଳୁଛି। ଫଳରେ ଏହା ପାଣିକୋଇଲିର ଶୋଭା ବର୍ଦ୍ଧନ କରିବା ସହ ଲୋକଙ୍କ...

ପୋଖରୀରୁ ପାଣି ପିଇବାରୁ ଗାଈଙ୍କୁ ଗୁଳି

ରଘୁନାଥପୁର,୨୩।୫, (ରାଜେନ୍ଦ୍ର ନାରାୟଣ ସିଂହ): ବର୍ବରତା ସୀମା ଟପିଲା। ଗୋରୁ ପୋଖରୀରୁ ପାଣି ପିଇବାରୁ ସେମାନଙ୍କ ଉପରେ ଗୁଳି ମାଡ଼ ହୋଇଛି। ଫଳରେ ୩ ଗୋରୁ ଓ...

୬ ବର୍ଷ ହେଲା ସରୁନି ନକଲି ଶିକ୍ଷକଙ୍କ ତଦନ୍ତ

ଯାଜପୁର,୨୩ା୫,(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ନକଲି ଶିକ୍ଷକଙ୍କୁ ଠାବ କରି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହେବାର...

୧୫ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ଦାବି

ଧର୍ମଶାଳା,୨୩ା୫(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନରେ ଅତଡ଼ା ଧସି ୩ ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ...

ବିଜେଡି ପୁସିଂ କାର୍ଡ ଧରିଥିବା ମିଶନ ଶକ୍ତି ମହିଳାଙ୍କୁ ମାଡ଼

ଚଣ୍ଡିଖୋଲ,୨୩ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଝିପଡ଼ା ଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବୁଧବାର ମଝିପଡ଼ା ଗ୍ରାମ ମିଶନ ଶକ୍ତି...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri