ଡୁବୁରୀ-ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥ :ମରାମତି ଦାବି କଲା ବ୍ୟବସାୟୀ ସଂଘ

ଡୁବୁରୀ,୪-୯(ଡି.ଏନ୍‌.ଏ.)- ଡୁବୁରୀ-ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡିଛି। ଡୁବୁରୀ-ସୁକିନ୍ଦା ୯ କିଲୋମିଟର ପାଖାପାଖି ରାସ୍ତାର ଅଧିକାଂଶ ସ୍ଥାନ ଖାଲଖମା ସୃଷ୍ଟି ହୋଇଛି। ଚଳିତ ଲଘୁଚାପ ଜନିତ ବର୍ଷା ଅବସ୍ଥାକୁ ଅଧିକ ସଙ୍ଗିନ କରିଦେଇଛି। ବର୍ଷାରେ ବିଭିନ୍ନ ସ୍ଥାନରେ ରାସ୍ତା କଡରୁ ମାଟି ଧସିବାରେ ଲାଗିଛି। ମରାମତି ପାଇଁ ବହୁବାର ଦାବି ହୋଇଥିତ୍ଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଜିଲାର ଅନ୍ୟତମ ବ୍ୟସ୍ତ ବହୁଳ ଏହି ରାଜପଥଟି ସୁକିନ୍ଦା ଖଣି ଅଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରୁଥିବାରୁ ଶହ ଶହ ଭାରିଯାନ ଓ ଅନ୍ୟାନ୍ୟ ଗାଡି ମଟର ଯାତାୟାତ କରନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ରାସ୍ତା ୪ ଲେନ୍‌ ହେବାକୁ ଥିବାରୁ ଏହାର ମରାମତି ପ୍ରତି ଧ୍ୟାନ ଦେଉ ନ ଥିବା କଳିଙ୍ଗନଗର ବ୍ୟବସାୟିକ ସଂଘ କହିଛି। ତୁରନ୍ତ ରାସ୍ତାକୁ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ସଂଘର ସଭାପତି ସୁଧାଂଶୁ ଶେଖର ରାଉତ, ସମ୍ପାଦକ ସୁକୁମାର ଦେଓ, ବିଶ୍ୱନାଥ ସାହୁ, ପ୍ରଶାନ୍ତ ସାହୁ, ସଂଗ୍ରାମ ରାଉତ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩...

ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ଯାଜପୁର ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ ୩ ଜଣଙ୍କର...

ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୫ ଗୁରୁତର

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଏଥିରେ ୩ ଜଣଙ୍କର ମୃତ୍ୟୁ...

ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା

ପ୍ରୀତିପୁର,୧୫ା୪(ସୁଶାନ୍ତ ବେହୁରିଆ): ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଜନକଲ୍ୟାଣକାରୀ ସରକାରଙ୍କ ମୂଳ ଲକ୍ଷ୍ୟ ଓ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ମାତ୍ର କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri