ଡାଟାବେଶରେ ମିଳିବ କଳାକାରଙ୍କ ତଥ୍ୟ: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଚିଠି

ଯାଜପୁର ଅଫିସ,୧୪।୫: ରାଜ୍ୟ ସରକାର କଳାକାରମାନଙ୍କର ଏକ ଡାଟାବେଶ୍‌ ବା ତଥ୍ୟପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାକୁ ଯାଉଛନ୍ତି। ପୂର୍ବରୁ ରାଜ୍ୟ ସରକାର ଜିଲା କଳା ସଂସ୍କୃତି ସଂଘ, ବ୍ଲକ କଳା ସଂସ୍କୃତି ସଂଘ ଗଠନ କରିଛନ୍ତି। ଯାହାଦ୍ୱାରା କଳାକାରମାନେ ସଂଗଠିତ ହେବା ସହ ସେମାନଙ୍କର କଳା ପ୍ରଦର୍ଶନ କରିଛନ୍ତି ଓ ଆର୍ଥିକ ସହଯୋଗ ମଧ୍ୟ ହାସଲ କରୁଛନ୍ତି। ଏହା କଳାକାରମାନଙ୍କ ଦ୍ୱାରା ସରକାରୀ ଯୋଜନାର ପ୍ରଚାର ପ୍ରସାର ସହ କଳା ପ୍ରଦର୍ଶନର ଏକ ଶ୍ରେଷ୍ଠ ମାଧ୍ୟମ ପାଲଟିଛି। ତେବେ ସରକାର ୫-ଟି ବ୍ୟବସ୍ଥା ଲାଗୁ କରିବା ପରେ ବର୍ତ୍ତମାନ ସମସ୍ତ ଜିଲାର କଳାକାରମାନଙ୍କ ତଥ୍ୟକୁ ଡାଟାବେଶ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ପ୍ରତି ଜିଲାରେ ଥିବା କଳାକାରମାନଙ୍କ ସଂଖ୍ୟା ଓ କି ପ୍ରକାର କଳା ରହିଛି, ତାହା ଜାଣିବା ସହଜ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲାପାଳମାନଙ୍କୁ ପତ୍ର ପଠାଯାଇଛି। ଏହି ଡାଟାବେଶ୍‌ରେ ପଞ୍ଜୀକୃତ କଳାକାରମାନଙ୍କର ନାମ, ପିତା/ସ୍ବାମୀଙ୍କ ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ଯେଉଁ କଳା ଅନୁଷ୍ଠାନରେ କାର୍ଯ୍ୟ କରୁଥିବେ ତାହାର ଠିକଣା, ଏହି ଅନୁଷ୍ଠାନ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ରେ ପଞ୍ଜୀକୃତ କି ନା, ଅନୁଷ୍ଠାନର ମୁଖ୍ୟ ବା ଗୁରୁଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର, କି ପ୍ରକାର ଭୂମିକା ନିର୍ବାହ କରନ୍ତି, ମାସିକ ରୋଜଗାର, ମେଧା ବୃତ୍ତି/ଜାତୀୟ ବୃତ୍ତି/ଗବେଷଣା ଫେଲୋଶିପ ପାଉଛନ୍ତି କି, ସରକାରୀ ବା ବେସରକାରୀ ଭାବେ ପୁରସ୍କୃତ, କଳା କ୍ଷେତ୍ରରେ ପ୍ରଶିକ୍ଷଣ ନେଇଛନ୍ତି କି, ପ୍ରଶିକ୍ଷଣର ଅବଧି, କଳାକାର ଭତ୍ତା, ବୃତ୍ତି ବା ସହାୟତା ମିଳିଛି କି, ମିଳୁଥିଲା କି, ବର୍ତ୍ତମାନର ପେଷା, ଆକାଶବାଣୀ, ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ କଳାକାର କି, ଆଧାର ନମ୍ବର, ଭୋଟର କାର୍ଡର ନମ୍ବର ଉଲ୍ଲେଖ କରି ଆନୁସଙ୍ଗିକ ପ୍ରମାଣ ପତ୍ର ସଂଲଗ୍ନ କରି ନିଜ ଅଭିଜ୍ଞତାର ବିବରଣୀ ୨୫୦ ଶବ୍ବରେ ଲେଖି ଓ ସ୍ବାକ୍ଷର କରି ସମ୍ପୃକ୍ତ ବ୍ଲକରେ କିମ୍ବା ଜିଲା ସଂସ୍କୃତି କାର୍ଯ୍ୟାଳୟରେ ୨୮।୫।୨୦୨୦ ତାରିଖ ସୁଦ୍ଧା ଅବଗତ କରାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri