ଡାଟାବେଶରେ ମିଳିବ କଳାକାରଙ୍କ ତଥ୍ୟ: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଚିଠି

ଯାଜପୁର ଅଫିସ,୧୪।୫: ରାଜ୍ୟ ସରକାର କଳାକାରମାନଙ୍କର ଏକ ଡାଟାବେଶ୍‌ ବା ତଥ୍ୟପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାକୁ ଯାଉଛନ୍ତି। ପୂର୍ବରୁ ରାଜ୍ୟ ସରକାର ଜିଲା କଳା ସଂସ୍କୃତି ସଂଘ, ବ୍ଲକ କଳା ସଂସ୍କୃତି ସଂଘ ଗଠନ କରିଛନ୍ତି। ଯାହାଦ୍ୱାରା କଳାକାରମାନେ ସଂଗଠିତ ହେବା ସହ ସେମାନଙ୍କର କଳା ପ୍ରଦର୍ଶନ କରିଛନ୍ତି ଓ ଆର୍ଥିକ ସହଯୋଗ ମଧ୍ୟ ହାସଲ କରୁଛନ୍ତି। ଏହା କଳାକାରମାନଙ୍କ ଦ୍ୱାରା ସରକାରୀ ଯୋଜନାର ପ୍ରଚାର ପ୍ରସାର ସହ କଳା ପ୍ରଦର୍ଶନର ଏକ ଶ୍ରେଷ୍ଠ ମାଧ୍ୟମ ପାଲଟିଛି। ତେବେ ସରକାର ୫-ଟି ବ୍ୟବସ୍ଥା ଲାଗୁ କରିବା ପରେ ବର୍ତ୍ତମାନ ସମସ୍ତ ଜିଲାର କଳାକାରମାନଙ୍କ ତଥ୍ୟକୁ ଡାଟାବେଶ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ପ୍ରତି ଜିଲାରେ ଥିବା କଳାକାରମାନଙ୍କ ସଂଖ୍ୟା ଓ କି ପ୍ରକାର କଳା ରହିଛି, ତାହା ଜାଣିବା ସହଜ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲାପାଳମାନଙ୍କୁ ପତ୍ର ପଠାଯାଇଛି। ଏହି ଡାଟାବେଶ୍‌ରେ ପଞ୍ଜୀକୃତ କଳାକାରମାନଙ୍କର ନାମ, ପିତା/ସ୍ବାମୀଙ୍କ ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ଯେଉଁ କଳା ଅନୁଷ୍ଠାନରେ କାର୍ଯ୍ୟ କରୁଥିବେ ତାହାର ଠିକଣା, ଏହି ଅନୁଷ୍ଠାନ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ରେ ପଞ୍ଜୀକୃତ କି ନା, ଅନୁଷ୍ଠାନର ମୁଖ୍ୟ ବା ଗୁରୁଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର, କି ପ୍ରକାର ଭୂମିକା ନିର୍ବାହ କରନ୍ତି, ମାସିକ ରୋଜଗାର, ମେଧା ବୃତ୍ତି/ଜାତୀୟ ବୃତ୍ତି/ଗବେଷଣା ଫେଲୋଶିପ ପାଉଛନ୍ତି କି, ସରକାରୀ ବା ବେସରକାରୀ ଭାବେ ପୁରସ୍କୃତ, କଳା କ୍ଷେତ୍ରରେ ପ୍ରଶିକ୍ଷଣ ନେଇଛନ୍ତି କି, ପ୍ରଶିକ୍ଷଣର ଅବଧି, କଳାକାର ଭତ୍ତା, ବୃତ୍ତି ବା ସହାୟତା ମିଳିଛି କି, ମିଳୁଥିଲା କି, ବର୍ତ୍ତମାନର ପେଷା, ଆକାଶବାଣୀ, ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ କଳାକାର କି, ଆଧାର ନମ୍ବର, ଭୋଟର କାର୍ଡର ନମ୍ବର ଉଲ୍ଲେଖ କରି ଆନୁସଙ୍ଗିକ ପ୍ରମାଣ ପତ୍ର ସଂଲଗ୍ନ କରି ନିଜ ଅଭିଜ୍ଞତାର ବିବରଣୀ ୨୫୦ ଶବ୍ବରେ ଲେଖି ଓ ସ୍ବାକ୍ଷର କରି ସମ୍ପୃକ୍ତ ବ୍ଲକରେ କିମ୍ବା ଜିଲା ସଂସ୍କୃତି କାର୍ଯ୍ୟାଳୟରେ ୨୮।୫।୨୦୨୦ ତାରିଖ ସୁଦ୍ଧା ଅବଗତ କରାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri