ଡାକ୍‌ତରଖାନା ପରିସର ପାଲଟିଛେ ମଶାମାଛିକର ଭୂସରଗ

ଅତାବିରା, ୫।୩ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭାରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରକେ ବାହାରର ଅସ୍‌କୁରା ପାଏନ୍‌ ପଶୁଛେ। ପରିସରରେ ସବୁବେଲେ ପାଏନ୍‌ ଜମି ରହିବାରଲାଗି ମଶାମାଛିକର ଭୂସରଗ ପାଲଟିଛେ। ଏନ୍‌ତାଥି ପରିବେଶ ପରଦୂଷିତ ହେବାର ସଂଗେ ଗଁଧେ ନାକ୍‌ ଫାଟି ପଡ଼ୁଛେ। ଡାକ୍‌ତରଖାନା କତୁରପକ୍ଷ ସମସିଆର ସମାଧାନ ଲାଗି ଥାନୀଅ ପରଶାସନକେ କହି ନିରାଶ ହେଇଥିବାର କହିଛନ୍‌।
ସୂଚନା ଅନ୍‌ସାରେ ଅତାବିରା ବ୍ଲକ ଲରମ୍ଭା ପଁଚେତ୍‌ ସଦରରେ ଅଂଚଲବାସୀକୁ ସୁଆସ୍‌ତିଅ ସେବା ଯୁଗେଇ ଦେବାର ଲାଗି ଗୁଟେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛେ। ଇ କେନ୍ଦ୍ର ଉପରେ ଟାମ୍ବରଶରା, ଲରମ୍ଭା, ବୁଗବୁଗା, ଦୁଲମପୁର ୪ଟା ପଁଚେତ୍‌ର ପାଖାପାଖି ୨୦ ହଜାର ଲୋକ ନିରଭର କରୁଛନ୍‌। ହେଲେ ପାସେ ଥିବାର କେନାଲର ପାଏନ୍‌ ଅହରହ ଡାକ୍‌ତରଖାନା ପରିସରକେ ପଶୁଛେ। ଅନେକ ସମିଆରେ ପରିସରରେ ପାଏନ୍‌ ଦିନ୍‌ଦିନ୍‌ ଧରି ଟୁଡ଼ି ରହିବାର ସଂଗେ ମଶାମାଛିକର ଭୂସରଗ ପାଲଟିଛେ। କେନାଲର ମରାମତି ଆର ସଫେଇ ଅଭାବୁ ପାଏନ୍‌ ଡାକ୍‌ତରଖାନାକେ ପସୁଥିବାର ଜନାଯାଇଛେ। ସେନ୍‌ତା ବରଷା ଦିନେ ଅବସ୍‌ତା ଆହୁରି ଖରାପ ହେଇଯାଉଛେ। ଡାକ୍‌ତରଖାନାର ଚାରହିକୁତି ପାଏନ୍‌ ଟୁଡ଼ି ରହୁଛେ। ଏନ୍‌ତାଥି ଡାକ୍‌ତରଖାନାର କରମ୍‌ଚାରୀ, ରୁଗୀମାନେ ବଡ଼ା ହଇରାନ ହରକତ ହେଉଥିବାର ଦେଖ୍‌ବାକେ ମିଲୁଛେ। ଇଆଡ଼େ ସରକାର ରାସ୍‌ତାଘାଟ, ଘରର ଚାର୍‌ହିକୁତି ସାଫସୁତର ରଖବାକେ ଲୁକକୁ ସଚେତନ କରୁଛନ୍‌। ଗଁା ପରିବେଶକେ ସାଫସୁତର ରଖବାର ଲାଗି ଗଁାଲ୍ୟାଣ ସମିତି କାଯ୍‌ କରୁଛେ। କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଥାନୀଅ ପରଶାସନ, ରାଜନେତାକର ଅଁାତରିକତା ଅଭାବୁ ସରକାରକଁର ଇ ସବୁ ମହତ୍‌ ଯୋଜନା ଫସର ଫାଟୁଛେ। ସ୍ବାସ୍ଥ୍ୟକେନ୍ଦ୍ରର ସମସିଆର ସମାଧାନ ଲାଗି ଅଂଚଲବାସୀ ଅନେକ ଦିନୁ ଦାବି କରିଆସୁଛନ୍‌। ନାଇଁହେଲେ ଆଏବାର ଦିନେ ଅଂଚଲବାସୀ ଉଲ୍‌ଗୁଲାନକେ ଉତିରମୁ ବଲି ସାମାଜିକ କରମୀ ମାନସ ପଣ୍ଡା, ଖଗେଶ୍ୱର ମେହେର ପରମୁଖ ପରଶାସନକେ ଚେତାବନୀ ଦେଇଛନ୍‌। ଇ ବାବ୍‌ଦେ ସ୍ବାସ୍ଥ୍ୟକେନ୍ଦ୍ରର ଡା.ଦେବାଶିଷ ବିଶ୍ୱାଳ ଆର ଆୟୁଷ ଡା.ତ୍ରିଲୋଚନ ବରାଲକୁଁ ପଚ୍‌ରାଲାରୁ ଆମେ ସମସିଆର ସମାଧାନ ଲାଗି ଥାନୀଅ ସରପଁଚ୍‌, ଓ୍ବାର୍ଡ ମେମ୍ବର, ପାଣି ପଞ୍ଚାୟତ ସଭାପତିକଁୁ କହିଛୁଁ। ହେଲେ ଆଏଜ୍‌ତକ ସମସିଆର ସମାଧାନ ନୁହେ ହୁଏ ବଲି ଉଭଏ କହିଥିଲେ। ସେନ୍‌ତା ଇ ବାବ୍‌ଦେ କେନାଲ ଏସ୍‌ଡିଓ ଗତିକୃଷ୍ଣ ବରିହାକୁଁ ପଚ୍‌ରାଲାରୁ ସମସିଆର ସମାଧାନ ଲାଗି ମୁଇଁ କନିଷ୍ଠଯନ୍ତ୍ରୀକୁଁ ନିରଦେଶ ଦେଇଛେଁ ବଲି ସେ କହିଥିଲେ। କନିଷ୍ଠଯନ୍ତ୍ରୀକୁଁ ପଚ୍‌ରାଲାରୁ ଆଏବାର ଦିନେ ଦୁଇଦିନ ଭିତରେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ଇ ବାବ୍‌ଦେ ଥାନୀଅ ସରପଁଚ୍‌ ବିକାଶ ଭୋଇକୁଁ ପଚ୍‌ରାଲାରୁ ଆଗରୁ କାଡା ବିଭାଗ କାମ କରିଥିଲା, ହେଲେ ଫେନ୍‌ ପାଏନ୍‌ ପଶୁଛେ। କେନାଲ ବିଭାଗକେ କହି ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri