ଡାକ୍ତରଖାନାରେ ତାଲା: ଦୁର୍ଘଟଣାରେ ଗୁରୁତର ବୃଦ୍ଧା ପାଇ ପାରିଲେନି ଚିକିତ୍ସା

ଭଟଲି, ୨ା୧(ଡି.ଏନ.ଏ.) ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ସାକାର କରିବା ପାଇଁ ସମସ୍ତ ଅଧିକାରୀ ତତ୍ପର। ସେପଟେ ୫ଟି ସଚିବ ବିଭିନ୍ନ ଜିଲା ମୁଖ୍ୟାଳୟର ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ ଜିଲା ମୁଖ୍ୟ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଚକାଚକ୍‌ ହୋଇଯାଇଛି। ମାତ୍ର ସେଗୁଡ଼ିକ କାମକୁ ଆସୁ ନ ଥିବା ଦୃଷ୍ଟିଗୋଚର ହେଉଛି। ଏଭଳି ଏକ ଘଟଣା ଘଟିଛି ବରଗଡ଼ ଜିଲା ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ କେତେକ ସାମାଜିକ କର୍ମୀ ଜଣେ ଦୁର୍ଘଟଣାଗ୍ରସ୍ତ ବୃଦ୍ଧାଙ୍କୁ ନେଇ ଡାକ୍ତରଖାନା ପହଞ୍ଚିଥିଲେ। ହେଲେ ସେତେବେଳକୁ ଡାକ୍ତରଖାନାରେ ତାଲା ପଡ଼ିଥିବା ଦେଖାଯାଇଥିଲା। ଡାକ୍ତରଖାନା କେବଳ ତାଲା ପଡି ନ ଥିଲା, ସେଠାରେ ନା ଥିଲେ କୌଣସି ଡାକ୍ତର କିମ୍ବା ନାଇଟ୍‌ୱାଚର। ଡାକ୍ତରଖାନାରେ କେହି ବି ନଥିଲା ବେଳେ ବୃଦ୍ଧା ଜଣକ ଗୁରୁତୁର ଅବସ୍ଥାରେ ପଡି ରହିଥିଲେ। ତାଙ୍କ ଗୋଡ଼, ହାତ, ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖାଯାଇଥିଲା। ସେପଟେ ଭଟଲିରେ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାବେଳେ ଗୋଟିଏ ମାତ୍ର ୧୦୮ ଗାଡ଼ି ରହିଛି। ଉକ୍ତ ଗାଡିକୁ ଫୋନ୍‌ କଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଦମକଳ ବାହିନୀକୁ ଡାକି ସାମାଜିକ କର୍ମୀମାନେ ଘଟଣାସ୍ଥଳରୁ ଉଦ୍ଧାର କରି ବୃଦ୍ଧାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତରଙ୍କ ଅନୁପସ୍ଥିତି ସେଠାରେ ଏକ ଉତ୍ତେଜନାମତ୍କ ପରିସ୍ଥିତି ସୃଷ୍ଟି କରିଥିଲା। ପରେ ବିଡିଓ ଧିରେନ୍ଦ୍ର କୁମାର ସେଠୀଙ୍କ ଉପସ୍ଥିତିରେ ଉକ୍ତ ଦମକଳ ଗାଡ଼ିରେ ବୃଦ୍ଧାଙ୍କୁ ବରଗଡ଼ ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଜିଲାପାଳ ଜ୍ୟୋତିରଞ୍ଜନ ପଧାନ ଏବଂ ସିଡିଏମ୍‌ଓ ବିଭୂତି ଭୂଷଣ ମେହେରଙ୍କୁ ଯୋଗାଯୋଗ କରାଯିବାରୁ ଏହାର ତଦନ୍ତ ପୂର୍ବକ ସମାଧାନ କରାଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ଏହି ଡାକ୍ତରଖାନାକୁ ପୂର୍ବରୁ ମଧ୍ୟ ଅନେକ ଦୁର୍ଘଟଣାଜନିତ ରୋଗୀ ହଟହଟାର ସମ୍ମୁଖୀନ ହୋଇଥିବା ନଜିର ରହିଛି।
ପ୍ରକାଶଥାଉକି ଭଟଲି-ଅମ୍ବାଭୋନା ମୁଖ୍ୟରାସ୍ତା ତରାଜୁଙ୍ଗା ନିକଟରେ କୌଣସି ଏକ ଗାଡ଼ି ଧକ୍କାରେ ବୃଦ୍ଧା ଜଣକ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିରହିଥିଲେ। କେତେକ ସାମାଜିକ କର୍ମୀ ତାଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ।ମାତ୍ର କୌଣସି ୧୦୮ ଖାଲି ନଥିବା ଉତ୍ତର ଆସିବାରୁ ସେମାନେ ଭଟଲି ଦମକଳ ବାହିନୀକୁ ଫୋନ କରି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ତର୍କରା ଡ୍ୟାମ୍‌ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍‌ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା...

ଗଜପତିରୁ ଚିକିଟି ଦେଇ ବ୍ରହ୍ମପୁରକୁ କରୁଥିଲେ ଗଞ୍ଜେଇ ଚାଲାଣ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ-୧)ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ନିର୍ବାଚନ ତଦାରଖ ପାଇଁ ବରଗଡ଼ରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ

ବରଗଡ଼,୪।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୦ତାରିଖରେ ବରଗଡ଼ ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ହେବ। ମତଦାନକୁ ଅବାଧ ଓ ନିରପେକ୍ଷ ତଥା ସ୍ବଚ୍ଛ,...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri